ETV Bharat / state

ବୁଲେଟ୍ ବିକୁଥିଲେ ବୁଲେଟ ଚୋର, ରାଜଧାନୀରୁ ଧରାପଡିଲେ - ବୁଲେଟ ଚୋରା ରାକେଟ

ରାଜଧାନୀରେ ଚୋରା ବାଇକ ନେଟୱର୍କର ଖୁଲାସା । ୧୪ଟି ବୁଲେଟ ସହ ୨୩ଟି ଚୋରା ବାଇକ ଜବତ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

bullet bike theft racket in Bhubaneswar
bullet bike theft racket in Bhubaneswar
author img

By ETV Bharat Odisha Team

Published : Dec 4, 2023, 9:36 PM IST

ବୁଲେଟ୍ ବିକୁଥିଲେ ବୁଲେଟ ଚୋର

ଭୁବନେଶ୍ବର: ରାଜଧାନୀରେ ଚୋରା ବାଇକ ନେଟୱର୍କର ଖୁଲାସା । ଧରାପଡ଼ିଛନ୍ତି ବୁଲେଟ ଓ ସ୍ପୋର୍ଟସ ବାଇକ ଚୋରି ଗ୍ୟାଙ୍ଗ । ଜବତ ହୋଇଛି ୧୪ଟି ବୁଲେଟ ସହ ୨୩ଟି ଚୋରା ବାଇକ। ଏଭଳି ଏକ ବୁଲେଟ ଚୋରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ଏଥିରେ ଅନ୍ୟ ଗ୍ୟାଙ୍ଗର ସମ୍ପୃକ୍ତି ସମ୍ପର୍କରେ ଜାଣିବା ଲାଗି ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ନାମିଦାମି ଗାଡି ଚଲାଇବାକୁ କାହାର ବା ନା ସଉକ । ହେଲେ ଗାଡି ଚଲାଇବା ପାଇଁ ନୁହେଁ ବିକ୍ରି ପାଇ ଚୋରି କରୁଥିଲେ ବାଇକ ଚୋର । ତାହା ପୁଣି ଏମିତି ସେମିତି ଗାଡି ନୁହେଁ ବୁଲେଟ ଓ ସ୍ପୋର୍ଟସ ବାଇକ ଚୋରି ଥିଲା ସେମାନଙ୍କ ପସନ୍ଦ । ଏଥିପାଇଁ ରାଜାଧାନୀରେ ଏମାନେ ଅପରେଟ କରୁଥିଲେ ଗ୍ୟାଙ୍ଗ । ସହରରେ ବୁଲି ବୁଲି ବୁଲେଟ ଓ ସ୍ପୋର୍ଟସ ବାଇକ ରେକି କରୁଥିଲେ । ଘର ଘର ବୁଲି ବୁଲେଟ ଦେଖିଲେ ଚୋରି ପାଇଁ ପ୍ଲାନ୍ ରଚୁଥିଲେ । ଆଉ କେତେବେଳେ ଘରେ ପଶି ତ କେତେବେଳେ ଘର ବାହାରେ । ବୁଲେଟ ବା ସ୍ପୋର୍ଟସ ବାଇକ ଥିଲେ କୌଶଳ କ୍ରମେ ହାଣ୍ଡେଲ ଲକ୍ ଭାଙ୍ଗି ତାରକୁ ତାର ସଂଯୋଗ ପରେ ରି-ଷ୍ଟାର୍ଟ କରି ଛୁ ମାରୁଥିଲେ । ଏହିପରି ଭାବେ ନାମିଦାମି ଗାଡି ନେଇ ଛୁ ମାରୁଥିଲେ।

ଏହା ବି ପଢନ୍ତୁ- ଚୋରା ବାଇକରେ ରଙ୍ଗ ମାରି ନୂଆରେ ବିକ୍ରି, ଧରାପଡ଼ିଲା କିଙ୍ଗପିନ୍

ଆଉ ଦାମି ଗାଡିକୁ କମ ଦାମରେ ବିକ୍ରି ପାଇଁ କହି ଆଡଭାନ୍ସ ଟଙ୍କା ନେଇ ଗାଡି ବିକି ଦେଉଥିଲେ। ଏପରି ଢଙ୍ଗରେ ଚୋରି କରୁଥିବା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଅଛନ୍ତି ବୁଲେଟ ରାଜା ଓରଫ ହରପ୍ରସାଦ ଦାସ । ଯାହାର ଘର ଜଙ୍କିଆ ଖୋର୍ଦ୍ଧା । ସେହିପରି ଅନ୍ୟତମ ଦୁଇ ଅଭିଯୁକ୍ତ ନୟାଗଡ ରଣପୁରର ସୁନିଲ କୁମାର ମଲ୍ଲ ଓରଫ ସିପୁନ ଏବଂ ପ୍ରଶାନ୍ତ କୁମାର‌ ଭୋଇ ଓରଫ କାଳୁ । ଗିରଫ ପରେ ସେମାନେ ଚୋରି‌କରି ଲୁଚାଇ ରଖିଥିବା ୨୩ ଚୋରା ବାଇକ ଜବତ କରିଛି ପୋଲିସ । ଏଥିସହ ଏହି ଗାଡି ଭିତରେ ରହିଛି କେବଳ ୧୪ଟି ବୁଲେଟ ସହ ୪ଟି ଆର ୧୫ଭରି ସ୍ପୋର୍ଟସ ବାଇକ ।

ଏନେଇ ପୋଲିସ କମିଶନର କହିଛନ୍ତି ଯେ ଭୁବନେଶ୍ବର ଭଳି ଜନଗହଳି ସହରରୁ ବୁଲେଟ ଭଲି ଗାଡି ଚୋରି ହେବାର ନଜିର ସାମ୍ନାକୁ ଆସିଥିଲା । ଯାହାକୁ ଆଧାର କରି ଏକ ସ୍ପେଶାଲ ଡ୍ରାଇଭ ଜାରି ରଖାଯାଇଥିଲା । ସେହି କ୍ରମରେ ପୋଲିସ ଟିମ୍ ଏହି ରାକେଟର ପର୍ଦ୍ଦାଫାସ କରାଯାଇଛି । ଏମାନଙ୍କ ଗ୍ୟାଙ୍ଗରେ ଆଉ କିଏ ଅଛନ୍ତି କି ନାହିଁ ତାହା ଜାଣିବା ଲାଗି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ପରେ ଏହି ରାକେଟର ଚେର ଲମ୍ବିଛି ତାହାର ତଦନ୍ତ କରାଯିବ । ବିଶେଷ କରି ଏମାନେ ଯେହେତୁ ଦାମିଗାଡିକୁ ଗ୍ରାମାଞ୍ଚଳମାନଙ୍କରେ କମ ଦାମରେ ବିକିବାକୁ ଲୋଭ ଦେଖାଇଥିଲେ, ଯିଏ କିଣିବାକୁ ଇଚ୍ଛୁକ ଥିଲେ ସେମାନଙ୍କୁ ଆଡଭାନ୍ସ ନେଇ କାଗଜ ପତ୍ର କରାଇଦେବା କହି ଏଭଳି ଭାବେ ଚୋରି ଗାଡି ବିକ୍ରି କରୁଥିଲେ ।

ଏହା ବି ପଢନ୍ତୁ- ଚୋରଙ୍କ ଚୋରା ଗାଡି ଶୋରୁମ୍, ୪୦ ବାଇକ ସହ ଧରାପଡ଼ିଲେ ୪ ଚୋର

କେବଳ ସେତିକି ନୁହେଁ ଏମାନେ ରାଜ୍ୟ ବାହାରୁ ମଧ୍ୟ ଚୋରି ଗାଡି ଆଣି ଏଠି ବିକ୍ରି କରିଛନ୍ତି । ଏଠାକାର ଗାଡି ନେଇ ବାହାରେ ବିକିବାକୁ ଯୋଜନା କରିଥିଲେ‌ । ଯେହେତୁ ସାରଥୀ ଓ ବାହାନ ଭଳି ଆପ ଜରିଆରେ ଗାଡ଼ିର ଚେସିସ ନମ୍ବରରୁ ଗାଡ଼ିର ଡିଟେଲ ବାହାରୁଥିଲା । ତେଣୁ ଚୋରା ଗାଡି ବିକିବା ଏମାନଙ୍କୁ କଷ୍ଟ ହେଉଥିଲା । ତଥାପି ଏମାନଙ୍କର ଏହି ରାକେଟ ଠାବ କରାଯାଇଛି । ଏମାନେ ବିଶେଷ କରି ଚୋରି କରୁଥିଲେ । ତେଣୁ ଚୋର ପୋଲିସ ଖେଳ ଭିତରେ ଏମାନଙ୍କୁ କାବୁ କରାଯାଇଛି । କୋର୍ଟ ଚାଲାଣ କରାଯିବ । ଏହି ଅଭିଯୁକ୍ତଙ୍କ ବିରୋଧରେ କିପରି କଠୋର ଦଣ୍ଡ ବିଧାନ ହୋଇପାରିବ ସେନେଇ ଦୃଷ୍ଟି ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ‌

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.