ETV Bharat / state

ନୂଆ କାରକୁ ଶସ୍ତାରେ ବିକ୍ରି ଆଳରେ ଲୁଟ, ୪୦ କୋଟି ଠକି ଠକ ଦମ୍ପତି ଗିରଫ

author img

By ETV Bharat Odisha Team

Published : Dec 22, 2023, 2:20 PM IST

Couple Arrest: ରାଜଧାନୀରୁ ଧରାପଡିଲେ ବଣ୍ଟି ଔର ବବଲି । କାର ବିକ୍ରି ଆଳରେ ଟଙ୍କା ନେଇ ଧରା ଛୁଆଁ ଦେଉନଥିଲେ ଦମ୍ପତି । କୋଟି କୋଟି ଟଙ୍କା ଠକିବା ପରେ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ନୂଆ କାରକୁ ଶସ୍ତାରେ ବିକ୍ରି ଆଳରେ ଲୁଟ
commissionerate police arrested couple

ନୂଆ କାରକୁ ଶସ୍ତାରେ ବିକ୍ରି ଆଳରେ ଲୁଟ

ଭୁବନେଶ୍ବର: ସ୍ବାମୀ ସ୍ତ୍ରୀ ବିଛାଇଥିଲେ ଠକାମିର ଜାଲ । ନୂଆ ଗାଡିକୁ ପୁରୁଣା ଦାମରେ ବିକ୍ରି ଆଳରେ ଲୁଟି ଥିଲେ କୋଟି କେଟି ଟଙ୍କା । କୋଟିଏ କି ଦୁଇ କୋଟି ନୁହଁ ବରଂ 40 କୋଟି ଲୁଟ କରି ଗ୍ରାହକଙ୍କୁ ଧରା ଛୁଆଁ ଦେଉନଥିଲେ । ଆଉ ଏହି ଟଙ୍କାରେ କରୁଥିଲେ ମଉଜ ମଜଲିସ । ଶେଷରେ ଠକ ଦମ୍ପତିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୁଇ ଅଭିଯୁକ୍ତ ହେଉଛନ୍ତ ସ୍ବାମୀ ଅକ୍ଷୟ କୁମାର‌ ଗୌଡ଼ ଓ ତାର ସ୍ତ୍ରୀ ଉଷାରାଣୀ ବାରିକ । ଗିରଫ ପରେ ଉଭୟଙ୍କ ଠାରୁ ଅନେକ ଏଗ୍ରିମେଣ୍ଟ ପେପର ସହ ଟ୍ରାଞ୍ଜାକ୍ସନ ଆକାଉଣ୍ଟ ଠାବ କରିଛି ନୟାପଲ୍ଲୀ ଥାନା ପୋଲିସ ।

ଭୁବନେଶ୍ୱର ଡିସିପିଙ୍କ ସୁଚନା ମୁତାବକ, ୨୦୧୮ ମସିହାରୁ ଏପରି ଢଙ୍ଗରେ ଲୋକଙ୍କୁ ଠକାମି କରି ଆସୁଥିଲେ ସ୍ବାମୀ ସ୍ତ୍ରୀ । ଅନେକ ଲୋକଙ୍କୁ କମ ଦାମରେ ନୂଆ ଗାଡି ଦେବା ଆଳରେ କୋଟି କୋଟି ଟଙ୍କା ଠକେଇ କରିଛନ୍ତି । ପ୍ରଥମେ ଗାଡି ଦେବାର ଲୋଭ ଦେଖାଇ ଆଡଭାନ୍ସ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲେ । ଅନେକ ଲୋକଙ୍କୁ ଏହିପରି ଭାବେ ଠକେଇ କରି ଛୁ ମାରିଥିଲେ । କିଛି ଦିନ ହେବ ଭୁବନେଶ୍ୱରରେ କିଛି ଥାନାରେ ଠକ ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ଅନେକ ରିପୋର୍ଟ ହୋଇଥିଲା । ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ କିଛି କାଗଜପତ୍ର, ଏଗ୍ରିମେଣ୍ଟ କପି ଓ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ମଧ୍ୟ ଠାବ କରାଯାଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ଯଦି କେହି ଏହି ଦମ୍ପତିଙ୍କ ଠକେଇର ଶିକାର ହୋଇଥିବେ ତେବେ ପୋଲିସକୁ ଜଣାଇବାକୁ ମଧ୍ୟ କହିଛନ୍ତି ଡିସିପି ।

ଏହା ମଧ୍ୟ ପଢନ୍ତୁ-ନକଲି ସୁନା ଦେଇ ଟଙ୍କା ଠକେଇ , 2 ଅଭିଯୁକ୍ତ ଗିରଫ

ଅକ୍ଷୟ ଗୌଡ଼ ଏମବିଏ କରିବା ପରେ ଏକ ବ୍ୟାଙ୍କରେ ଚାକିରି କରୁଥିଲା । ପ୍ରଥମେ ୨୦୧୮ମସିହାରେ ସିମକାର୍ଡ ନେଇ କଣ୍ଟେଷ୍ଟ ଓ ଲକି ଡ୍ର ଜରିଆରେ ଦୁଇଟି ଅଲଟୋ କାର ଜିତିଥିଲା। ପରେ ସେହି କାରକୁ ଅଧିକ ଟଙ୍କାରେ ବିକ୍ରି କରିବା ପାଇଁ ଚାହୁଁଥିବା ବେଳେ ସେତେବେଳେ ଲୋକେ ନୂଆ କାରକୁ କମ ଦାମରେ କିଣିବା ପାଇଁ ଆଗ୍ରହ ଦେଖାଇଥିଲେ । ସେବେଠୁ ସେ ପ୍ଲାନ୍ କରିଥିଲା ସେକେଣ୍ଡ ହ୍ୟାଣ୍ଡ ଗାଡି ସୋ ରୁମ କରି ଲୋକଙ୍କ ଠାରୁ ଟଙ୍କା ଠକେଇ କରିବ । ଏଥି ପାଇଁ ସ୍ତ୍ରୀ ଓ ତାର ମାମୁଁ ପୁଅ ଭାଇ ଜରିଆରେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ସେକେଣ୍ଡ ହ୍ୟାଣ୍ଡ ସୋ ରୁମ ଖୋଲି ନୂଆ ନୂଆ ବ୍ରାଣ୍ଡର ନୂଆ ଗାଡିକୁ ପୁରୁଣା ଦାମ ଅର୍ଥାତ୍ ଅଧା ଦାମରେ ବିକ୍ରି ପାଇଁ କହୁଥିଲା।

ପ୍ରଥମେ ପ୍ରଥମେ କିଛି ନୂଆ ଗାଡ଼ିକୁ କିଛି ଗ୍ରାହକଙ୍କୁ ଅଳ୍ପ ଦାମରେ ବିକ୍ରି କରିଥିଲା । ସେବେଠୁ ସେହି ଲୋକଙ୍କ ନାଁରେ ଅନ୍ୟ ମାନଙ୍କୁ ଗାଡି କିଣିବାକୁ କହୁଥିଲା । ଧିରେ ଧିରେ ଗ୍ରାହକଙ୍କ ସଂଖ୍ୟା ବଢିଲା । ଅଧା ଦାମରେ କାର ଯୋଗାଇଦେବା ପାଇଁ କହି ଟଙ୍କା ଆଡଭାନସ ନେଉଥିଲା । ଏହାପରେ ଗାଡ଼ିର ବୁକିଂ, ଡେଲିଭେରି ଡେଟ କହି ଆଉ ଧରାଛୁଆଁ ଦେଉନଥିଲା । ଏହିପରି ଢଙ୍ଗରେ ଏକାଧିକ ଲୋକଙ୍କଠୁ ଟଙ୍କା ଠକେଇ କରିଥିଲା ଅକ୍ଷୟ କୁମାର‌ ଗୌଡ଼ । କାହାଠୁ ୧୦ଲକ୍ଷ ତ ଆଉ କାହାଠୁ ୧୫ଲକ୍ଷ ଏପରି ଭାବେ ୪୦କୋଟି ନେଇ ଆଉ ଧରାଛୁଆଁ ଦେଉନଥିଲେ ଠକ ସ୍ବାମୀ ସ୍ତ୍ରୀ । କାର ଯୋଗେ ବୁଲିବା ସହ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ‌ ଫ୍ଲାଟ୍ କିଣି ରହୁଥିବା ସହ ମଉଜ ମଜଲିସ କରୁଥିଲେ । ହେଲେ ଗ୍ରାହକଙ୍କୁ ନା ଗାଡି ଦେଉଥିଲେ ନା ଟଙ୍କା ଫେରାଉଥିଲେ । ଏହି ଠକେଇ ଘଟଣା ଗୋଟିଏ‌ ପରେ ଗୋଟିଏ ସାମ୍ନାକୁ ଆସିବା ପରେ ଶେଷରେ ସ୍ବାମୀ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି । ଏହି ରାକେଟରେ ଆଉ କିଏ କିଏ ସାମିଲ ରହିଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.