ETV Bharat / state

କୋରୋନାରେ ଆକ୍ରାନ୍ତ ଯୋଦ୍ଧା, ବାଣପୁର ଥାନା-ନାଚୁଣୀ ଫାଣ୍ଡି କଣ୍ଟେନମେଣ୍ଟ ଜୋନ - ଚିଲିକା ନିର୍ବାଚନମଣ୍ଡଳୀ କୋରୋନା ସ୍ଥିତି ସଙ୍ଗୀନ

ଚିଲିକା ନିର୍ବାଚନମଣ୍ଡଳୀରେ ଏକାଧିକ କୋରୋନା ଯୋଦ୍ଧା ସଂକ୍ରମଣର ଶିକାର ହେବାପରେ, ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଆସନ୍ତା ୪୮ ଘଣ୍ଟା ଯାଏଁ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡିକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

Collector Khordha announced  Banpur-Nachuni police station of Chilika contituency as contenment zone
ବାଣପୁର ଥାନା-ନାଚୁଣୀ ଫାଣ୍ଡି କଣ୍ଟେନମେଣ୍ଟ ଜୋନ ଘୋଷିତ
author img

By

Published : Jul 24, 2020, 5:50 PM IST

ଖୋର୍ଦ୍ଧା: ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଏଥିରୁ ବାଦ ପଡୁନାହାନ୍ତି କୋରୋନା ଯୋଦ୍ଧା । ଶୁକ୍ରବାର ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡିର 10 ଜଣ କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି । ଯାହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ବାଣପୁର ଥାନା-ନାଚୁଣୀ ଫାଣ୍ଡି କଣ୍ଟେନମେଣ୍ଟ ଜୋନ ଘୋଷିତ

ଏହି 10 କରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ଏସଆଇ, ଦୁଇଜଣ ଏଏସଆଇ, ତିନିଜଣ କନେଷ୍ଟବଳ, ଦୁଇ ହୋମଗାର୍ଡ ଓ ଦୁଇ ଜଣ ଓଏସଏପି କର୍ମଚାରୀ ରହିଥିବା ସୂଚନା ମିଳିଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଗତ ଚାରି ମାସ ହେଲା ନିରବଚ୍ଛିନ୍ନ ଭାବେ ନିଜ ଜୀବନ ପ୍ରତି ବିପଦ ସତ୍ତ୍ବେ ସେବା କରୁଥିବା ଏହି ଯୋଦ୍ଧାମାନେ ଆକ୍ରାନ୍ତ ହେବା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢାଇଛି ।

ରିପୋର୍ଟ ଆସିବା ପରେ ଘଟଣାକୁ ଗୁରୁତର ଭାବେ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଆସନ୍ତା ୪୮ ଘଣ୍ଟା ଯାଏଁ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡିକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.