ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ଆକ୍ରାନ୍ତଙ୍କ ବୃଦ୍ଧି ଜିଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପଲଟିଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ପୋୖରାଞ୍ଚଳର ୱାର୍ଡ ନଂ 1 , 2 ଓ 18ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉକ୍ତ ଅଞ୍ଚଳରୁ କୋରୋନା ପଜେଟିଭ ଚିହ୍ନଟ ହେବାପରେ ଜିଲ୍ଲାପାଳ ସେହି ଅଞ୍ଚଳକୁ ଆଜି ସନ୍ଧ୍ୟା 5ଟା ରୁ ଆସନ୍ତା 22 ତାରିଖ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।
ଏତ୍ଦବ୍ୟତୀତ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନକୁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳକୁ ଯେଭଳି କୌଣସି ବ୍ୟକ୍ତି ପ୍ରବେଶ ଓ ପ୍ରସ୍ଥାନ କରି ନପାରିବେ ସେଥିପାଇଁ ବ୍ୟାରିକେଡ କରାଯାଇ ଉକ୍ତ ଅଞ୍ଚଳକୁ ସିଲ୍ ନିର୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ