ETV Bharat / state

ରାଜ୍ୟରେ ଶୁଖିଲା ପାଗ ସହ ବଢିବ ଶୀତ

ଶୁଖିଲା ପାଗ ସହ ବଢିବ ଶୀତ । ଏହାକୁ ନେଇ ୩ ରୁ ୫ ଡ଼ିଗ୍ରୀ ଯାଏ ଖସିବ ରାତ୍ରିର ତାପମାତ୍ରା । ଅଧିକ ପଢନ୍ତୁ

author img

By

Published : Nov 24, 2022, 8:45 PM IST

ରାଜ୍ୟରେ ଶୁଖିଲା ପାଗ ସହ ବଢିବ ଶୀତ
ରାଜ୍ୟରେ ଶୁଖିଲା ପାଗ ସହ ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ଶୁଖିଲା ପାଗ ସହ ବଢିବ ଶୀତ । ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେତୁ କମିବ ସାମୁଦ୍ରିକ ବାୟୁର ପ୍ରଭାବ । ତେଣୁ ଶୁଷ୍କତା ବୃଦ୍ଧି ସହ କମିବ ଜଳୀୟ ବାଷ୍ପରେ ମାତ୍ରା । ଏହା ସହ ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିବ । ଏହାକୁ ନେଇ ୩ ରୁ ୫ ଡ଼ିଗ୍ରୀ ଯାଏ ଖସିବ ରାତ୍ରିର ତାପମାତ୍ରା ।

ରାଜ୍ୟରେ ଶୁଖିଲା ପାଗ ସହ ବଢିବ ଶୀତ

ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡରୁ ମିଳିବନି ତ୍ରାହି । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ତାପମାତ୍ରା ଅହେତୁକ ଭାବରେ କମିବ । ଗତ ୨୪ ଘଣ୍ଟା ଭିତରେ ଝାରସୁଗୁଡାରେ ସର୍ବନିମ୍ନ ୧୨. ୪ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । କିନ୍ତୁ ସେହି ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.