ଭୁବନେଶ୍ବର: କାଳବୈଶାଖି ବର୍ଷାରେ ଭିଜିଲା ସ୍ମାର୍ଟ ସିଟି ଗୁଳୁଗୁଳିରୁ ତ୍ରାହି । ଗୁରୁବାର ରାତି ପ୍ରାୟ ରାତି 11ଟାରୁ ଗୁରୁବାର ସକାଳ 6ଟା ପର୍ଯ୍ୟନ୍ତ ଭିଜିଥିଲା ଭୁବନେଶ୍ୱର । ଯାହା ଫଳରେ ସ୍ମାର୍ଟ ସିଟିରେ ଅନୁଭୂତ ହେଉ ଥିବା ପ୍ରବଳ ଗୁଳୁଗୁଳିରୁ ତ୍ରାହି ମିଳିଛି ।
ରାଜଧାନୀବାସୀ ଖରାରୁ ଆସ୍ବସ୍ଥି ପାଇଥିବା ବେଳେ ସେପଟେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଦେଓଗଡ଼, ବଲାଙ୍ଗୀର, ସୁବର୍ଣ୍ଣନପୁର, ନୂଆପଡା, କଳାହାଣ୍ଡି, ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । 44.8 ଡିଗ୍ରୀ ସହ ହୀରାକୁଦ ସବୁଠାରୁ ଉତ୍ତପ୍ତ ସହର ହୋଇଥିଲା । ଅନ୍ୟପଟେ ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ