ETV Bharat / state

କେନ୍ଦ୍ରକୁ ନବୀନ ବାଣ: ଡବଲ ଇଞ୍ଜିନ ନୁହେଁ, ଲୋକାଭିମୁଖୀ ସରକାର ଗୁରୁତ୍ବପୂର୍ଣ୍ଣ

author img

By

Published : May 13, 2023, 9:15 PM IST

ଶଙ୍ଖ ଭବନରୁ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବଲ ଇଞ୍ଜିନ ନୁହେଁ, ଲୋକାଭିମୁଖୀ ସରକାର ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଡବଲ ଇଞ୍ଜିନ ନୁହେଁ, ଲୋକାଭିମୁଖୀ ସରକାର ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ଗୁରୁତ୍ବପୂର୍ଣ୍ଣ ନୁହେଁ । ଲୋକଙ୍କ ଦୃଷ୍ଟି କୋଣରୁ ଉତ୍ତମ ଶାସନ ବା ଗୁଡ୍‌ ଗର୍ଭନାନ୍ସ ଗୁରୁତ୍ବପୂର୍ଣ୍ଣ । ସବୁବେଳେ ଉତ୍ତମ ଶାସନ ଓ ଲୋକାଭିମୁଖୀ ସରକାରର ବିଜୟ ହୁଏ । ଏହା କହି କେନ୍ଦ୍ର ସରକାର ଓ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡା ବିଜୟ ଉତ୍ସବରେ ଏଭଳି କଡା ଗଳାରେ ବିରୋଧୀ ବିଜେପିକୁ ଘେରିଛନ୍ତି ନବୀନ ।

ଝାରସୁଗୁଡା ଉପନିର୍ବାଚନରେ ଦଳର ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ବିଜୟ ଝାରସୁଗୁଡ଼ାବାସୀ ଓ ମହିଳା ଶକ୍ତିର ବିଜୟ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, " ଏଥିପାଇଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ମୁଁ ଋଣୀ । ବିଜୁ ଜନତା ଦଳ ଋଣୀ । ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଓ ଭଉଣୀଙ୍କୁ ଏ ବିଜୟ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଏ ଖରା, ଗରମରେ ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଉଛି । ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ ତାର ଉଦ୍ୟମକୁ ଆହୁରି ଜୋରଦାର କରିବ । ଝାରସୁଗୁଡ଼ା ପାଇଁ ନବବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ ।"

ଏହା ବି ପଢନ୍ତୁ- ଦେଶ ସେବା ପାଇଁ ଗର୍ବିତ ସିଂହାପୁର, ଶହୀଦ ହୋଇଛନ୍ତି ୩ ଯବାନ

ପଦ୍ମପୁର ଉପ ନିର୍ବାଚନବେଳେ ବିରୋଧୀ ଦଳ ଆମର ମା'ମାନଙ୍କୁ ଅସମ୍ମାନ କରିଥିଲେ । ପଦ୍ମପୁରରେ ଆମର ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରୁଥିଲେ । ପଦ୍ମପୁର ହେଉ ବା ଝାରସୁଗୁଡ଼ା ସବୁଠାରେ ସେମାନେ ବାପାଙ୍କୁ ହରାଇଥିବା ଝିଅମାନଙ୍କୁ ଗାଳି କରିଛନ୍ତି । ପ୍ରତ୍ୟେକ ଉପ ନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା ତୃଣମୂଳସ୍ତରରେ କାମ କରୁଥିବା ମାଆମାନଙ୍କୁ ସମାଲୋଚନା କରି ଆସୁଛନ୍ତି । ଇତିହାସ ସାକ୍ଷୀ ଅଛି, ଓଡ଼ିଶାବାସୀ କେବେବି ମା'ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି । ଆମର ଝିଅମାନେ ଆମର ଗର୍ବ । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ପ୍ଲାଟ୍‌ଫର୍ମ ମିଶନ ଶକ୍ତି ଯୋଗାଇ ଦେଇଛି ।

ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି । ମିଶନ ଶକ୍ତି ଏହି ଆଦର୍ଶରେ ବିଶ୍ବାସ କରେ । ବିରୋଧୀ ଦଳ, ସବୁବେଳେ ମା'ମାନଙ୍କ ସଶକ୍ତୀକରଣକୁ ବିରୋଧ କରି ଆସୁଛି । ଏହା ଏକ ବିପଦମୁଖୀ ଟ୍ରେଣ୍ଡ୍‌ । ଓଡ଼ିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶଙ୍ଖ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ବିଜୟୀ ପ୍ରାର୍ଥିନୀ ଦୀପାଳି ଦାସ ଯୋଡ଼ି ହୋଇଥିଲେ । ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଶଶୀଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.