ETV Bharat / state

କମିଶନରେଟ ପୋଲିସ ଗଠନକୁ ୧୫ବର୍ଷ, ସର୍ବୋତ୍କୃଷ୍ଟ ସେବା ଯୋଗାଇବା ପାଇଁ ପ୍ରୟାସ: DGP

ସୋମବାର ୧୫ତମ ପ୍ରତିଷ୍ଠା ଦିବସ ପାଳିଛି କମିଶନରେଟ ପୋଲିସ (Commissionerate Police Foundation Day) । ଦେଶର ଉତ୍ତମ ସେବା ଯୋଗାଇ ସର୍ବୋତ୍କୃଷ୍ଟ କମିଶନରେଟ ହେବା ଲାଗି ପ୍ରୟାସ ଜାରି ରହିଥିବା ପୋଲିସ ଡିଜି ଏହି ଅବସରରେ କହିଛନ୍ତି । ଅଧିକ ପଢନ୍ତୁ

Commissionerate Police
Commissionerate Police
author img

By

Published : Jan 9, 2023, 9:24 PM IST

କମିଶନରେଟ ପୋଲିସ ୧୫ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀନବୀନ

ଭୁବନେଶ୍ବର: ଆଜି (ସୋମବାର) ୧୫ତମ ପ୍ରତିଷ୍ଠା ଦିବସ ପାଳିଛି କମିଶନରେଟ ପୋଲିସ (Commissionerate Police Foundation Day) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଷ୍ଠା ସମାରୋହରେ ଯୋଗଦେଇଥିବା ବେଳେ ଭଲ କାମ କରିଥିବା ଅଫିସର ଓ କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି । ଲୋକମାନଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେବା ଲାଗି ପୋଲିସ କର୍ମଚାରୀଙ୍କୁ ପ୍ରୟାସ କରିବା ଲାଗି ପୋଲିସ ଡିଜି (Police DG) ପରାମର୍ଶ ଦେଇଛନ୍ତି ।

ବିଗତ ଦିନରେ ଧଳାଜହର, ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଚୋରି ମୋବାଇଲ ମେଳା କରି ଚୋରି ଜିନିଷ ଜନସାଧାରଣଙ୍କୁ ଫେରାଇଛି କମିଶନରେଟ ପୋଲିସ । ଦଶହରା, ବାଲିଯାତ୍ରା ଓ ଫିଫା ଭଳି ମେକ ଇନ୍ ଇଣ୍ଡିଆ ସୁରକ୍ଷା ଶୃଙ୍ଖଳା ଆୟୋଜନ ପାଇଁ ପ୍ରଶଂସା କରିବା ସହ ଦେଶର ସର୍ବୋକୃଷ୍ଟ ସେବା ଯୋଗାଉଥିବା ଭଳି କମିଶନରେଟ ପୋଲିସ ପାଇଁ ପ୍ରୟାସ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । ନୂତନ ଥାନା ପ୍ରତିଷ୍ଠା କରାଯାଇଛି । ସାଇବର ଅର୍ଥନୈତିକ ପାଇଁ ଦ୍ବୈତନଗରୀରେ ନୂତନ ଥାନା ଖୋଲାଯାଇଛି । ନୂଆ କ୍ରାଇମ୍ ୟୁନିଟ ଗଠନ କରି ବିଭିନ୍ନ କ୍ରାଇମ୍ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ-ଦାମ କହିଲେ ନବୀନଙ୍କ ବିକଳ୍ପ ନାହିଁ, ସୁର କହିଲେ କଂଗ୍ରେସ

୫ଟି ଜରିଆରେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରାଯାଉଛି । ଆହୁରି ଅଧିକ ମ୍ୟାନପାଓ୍ବାର ଓ ମୋବିଲିଟି ଆବଶ୍ୟକ କରୁଛି। ସବୁ ଥାନାକୁ ଚାଇଲ୍ଡ ଫ୍ରେଣ୍ଡଲି କରାଯାଉଛି। ଚଳିତ ବିଶ୍ବକପ୍ ଏକ ନୂଆ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପୋଲିସ ଡିଜି । ଅନ୍ୟପଟେ ପୋଲିସର ଜନସାଧାରଣଙ୍କ ପ୍ରତି ସମର୍ପିତ ସେବା ବସ୍ତି ଚାଲ ଅଭିଯାନ, ଡ୍ରିମ୍ସ ଡିଆଡିକ୍ସନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ (CM Naveen praises Commissionerate Police) । ସେହିପରି ଲୋକଙ୍କ ସୁବିଧା ପାଇଁ ସାଇବର ଅପରାଧ ଓ ନିଶା ବିରୋଧରେ ଅଭିଯାନ ବେଶ ପ୍ରଶଂସନୀୟ ବୋଲି ନବୀନ କହିଛନ୍ତି।

ପ୍ରତିଷ୍ଠା ଦିବସ ଅବସରରେ ୯ଜଣ ପୋଲିସ କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ଆହ୍ବାନପୂର୍ଣ୍ଣ କାର୍ଯ୍ୟରେ କମିଶନରେଟ ପୋଲିସର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ସମାରୋହର ପ୍ରାରମ୍ଭରେ କମିଶନରେଟ ପୋଲିସ ପକ୍ଷରୁ ପରେଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା । ପୋଲିସ ବିଭାଗର ବରିଷ୍ଠ ଆଇପିଏସ ଓ ଅବସରପ୍ରାପ୍ତ ଅଧିକାରୀ ଓ ସେମାନଙ୍କ ପରିବାର ମଧ୍ୟ ଏହି ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.