ETV Bharat / state

କାହାର ହେବ ଖୋର୍ଦ୍ଧାଗଡ ? ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ - CM Naveen Pattnaik

ବେଗୁନିଆ, ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 18, 2019, 12:12 PM IST

ଖୋର୍ଦ୍ଧା: ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି । ସେହିପରି ଗୁରୁବାର ବେଗୁନିଆ, ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ଟା ୫୦ ମିନିଟ ସମୟରେ ବେଗୁନିଆ ମିନି ଷ୍ଟାଡିଅମରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବସ ଯୋଗେ ବେଗୁନିଆ, ଖୋର୍ଦ୍ଧା ଓ ଜଟଣୀ ସହରରେ ଦଳୀୟ ପ୍ରାର୍ଥୀ ମାନଙ୍କ ସହ ରୋଡ ସୋ କରିବେ। ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ 8 ପ୍ଲାଟୁର୍ନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜନସାଧାରଣ ଯାତାୟତରେ କୌଣସି ପ୍ରକାର ଅସୁବିଧା ଯେପରି ନହେବ ସେଥିପ୍ରତି ପୋଲିସ ପ୍ରଶାସନ ସଜାଗ ରହିଥିବା କହିଛନ୍ତି ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.