ETV Bharat / state

Biju Patnaik's iconic Dakota aircraft: ଡାକୋଟା ବିମାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ - ଲୋକାର୍ପିତ ହେଲା ବିଜୁ ବାବୁଙ୍କ ଡାକୋଟା

ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀରେ ଲୋକାର୍ପିତ ହେଲା ବିଜୁ ବାବୁଙ୍କ ଡାକୋଟା । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ

naveen patnaik inaugurated biju babus dakota

author img

By

Published : Mar 5, 2023, 11:18 AM IST

Updated : Mar 5, 2023, 2:23 PM IST

naveen patnaik inaugurated biju babus dakota

ଭୁବନେଶ୍ବର: ଘଟିଲା ଅପେକ୍ଷାର ଅନ୍ତ, ଲୋକାର୍ପିତ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା । ବିମାନର ନବକଳେବର ପରେ ଆଜି ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ଡାକୋଟା ବିମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଆଜିଠାରୁ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ସାହସ ଓ ବିରତ୍ବର ମୁକସାକ୍ଷୀ ଡାକୋଟାକୁ ଦେଖିପାରିବେ ରାଜ୍ୟବାସୀ।

ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡାକୋଟା ବିମାନକୁ ଲୋକାର୍ପଣ କରାଯାଇଛି । ଆଜି ସକାଳ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ଡାକୋଟା ଲୋକାର୍ପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିମାନ ବନ୍ଦରର ଟର୍ମିନାଲ 1 ସମ୍ମୁଖ ଭାଗରେ 30 ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଛିଡା ହୋଇଛି ଏହି ବିଶାଳକାୟ ଡାକୋଟା ବିମାନ । ଏଥିରେ ଖଞ୍ଜା ଯାଇଛି ଫ୍ୟୁଜ ଲସ୍‌ । ଯେଉଁଥିରେ କଳିଙ୍ଗ ଏୟାରଲାଇନ୍ସର ଲୋଗୋ ରହିଛି ।

ଡାକୋଟା ବିମାନରେ ଓ୍ବିଙ୍ଗ୍ସ୍ 2ଟିକୁ ମଧ୍ୟ ଲଗାଯାଇଛି । ଫଳରେ ନୂଆ ରୂପ ପାଇଛି ଡାକୋଟା । ଏଥିରେ ଲାଗିଥିବା ମିଲିଟାରୀ ବିମାନର ଇଞ୍ଜିନ କ୍ଷମତା 1830 HPରୁ ଅଧିକ । ଆଲୁମିନିୟମରେ ନିର୍ମିତ ଏହି ବିମାନର ଡେଣାକୁ ସଂଯୋଗ କରୁଥିବା ସ୍ଥାନରେ କଳଙ୍କି ନଲାଗିବା ପାଇଁ ଏକ ସ୍ବତନ୍ତ୍ର ପ୍ରାଇମର କଲର ଦିଆଯାଇଛି । ଯାହା 80ରୁ 100 ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ରହିବ । ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଏହାକୁ ଆଜି ଠାରୁ ଭୁବନେଶ୍ବର ବିମାନ ବନ୍ଦରରେ ଡିସପ୍ଲେ କରାଯାଇଛି ।

ଦେଶ ବିଦେଶରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ ସାଜିବ। ଡାକୋଟା ବଖାଣିବ ବିଜୁ ବାବୁଙ୍କ ବୀରତ୍ୱର କାହାଣୀ। ନୂଆପିଢ଼ି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୀବନୀ, ଇଣ୍ଡୋନେସିଆରେ ତାଙ୍କର ବୀରତ୍ୱ ଗାଥା ବାବଦରେ ଜାଣିପାରିବେ । 2017ରୁ ରାଜ୍ୟ ସରକାର ଡାକୋଟାକୁ ଓଡିଶା ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଶେଷରେ ଚଳିତ ମାସ ଜାନୁଆରୀ 16 ତାରିଖରେ କୋଲକାତାରୁ ଓଡ଼ିଶା ଫେରିଥିଲା ଡାକୋଟା ।

ସୂଚନା ଅନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟାର ନିବିଡ଼ ସମ୍ପର୍କ ରହିଛି । 64 ଫୁଟ 8 ଇଞ୍ଚ ଲମ୍ବର ଏହି ବିମାନ ଡେଣା ଗୁଡ଼ିକର ଚଉଡ଼ା 95ଫୁଟ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ବର ଗାଥାକୁ ବର୍ଣ୍ଣନା କରିଥାଏ । ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ବିଜୁ ବାବୁ ଉଦ୍ଧାର କରିଥିଲେ । ଏହା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 5, 2023, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.