ETV Bharat / state

ଆସନ୍ତା ୩ରୁ ଜାପାନ ଯିବେ ମୁଖ୍ୟମନ୍ତ୍ରୀ, ୩ ସହରରେ ନିବେଶକଙ୍କୁ ଭେଟିବେ ନବୀନ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୩ ବର୍ଷର ଶାସନକାଳ ଭିତରେ ତୃତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ପୁଞ୍ଜି ଆଣିବା ଲାଗି ଜାପାନ ଗସ୍ତରେ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଛି । ଅଧିକ ପଢନ୍ତୁ

Odisha CM Naveen Patnaik to visit Japan
Odisha CM Naveen Patnaik to visit Japan
author img

By

Published : Mar 31, 2023, 8:27 AM IST

Updated : Mar 31, 2023, 9:09 AM IST

ଭୁବନେଶ୍ବର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତାରିଖ ସହ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇସାରିିଛି । ମୁଖ୍ୟମନ୍ତ୍ରୀ ଏପ୍ରିଲ ୩ରୁ ୯ତାରିଖ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ । ଜାପାନର ୩ପ୍ରମୁଖ ସହର ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟିବେ ନବୀନ । ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଏହା ପ୍ରଥମ ଜାପାନ ଏବଂ ତୃତୀୟ ବିଦେଶ ଗସ୍ତ ।

ବିଦେଶରୁ ପୁଞ୍ଜି ଆଣିବେ ମୁଖ୍ୟମନ୍ତ୍ରୀ: ୨୫ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ପଟ୍ଟନାୟକ ତୃତୀୟ ଥର ଲାଗି ବିଦେଶ ଗସ୍ତରେ ଯାଉଛନ୍ତି । ଶିଳ୍ପ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଛି । ଗସ୍ତ କାର୍ଯ୍ୟକ୍ରମ ଏପ୍ରିଲ ୩ରୁ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ । ସପ୍ତାହବ୍ୟାପୀ ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାପାନର ନିବେଶକଙ୍କୁ ଭେଟିବେ । ଏପ୍ରିଲ ୪ରୁ ୯ମଧ୍ୟରେ ଏକାଧିକ ବିଜନେସ ସମିଟ୍‌ ଓ ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଜାପାନର ୩ ପ୍ରମୁଖ ସହରରେ ଏହି ସମ୍ମିଳନୀ ଆୟୋଜନ ହେବ । ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ନବୀନ ।

ସାଧାରଣ ନିର୍ବାଚନକୁ ବର୍ଷେ ଥିବାବେଳେ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛି । ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ରାଜ୍ୟକୁ ୧୦.୫ ଲକ୍ଷ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ସରକାର ଦାବି କରିଛନ୍ତି । ବିଭିନ୍ନ ପ୍ରସ୍ତାବକୁ ତର୍ଜମା କରି ପୁଞ୍ଜିନିବେଶ ଅନୁମତି ଦେଉଛନ୍ତି ରାଜ୍ୟ ସରକାର । ସେହିପରି ଆସନ୍ତା ଗସ୍ତରେ ଜାପାନର ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ସମସ୍ତ ଯୋଜନା କରିଛି ରାଜ୍ୟ । କିଛି ବିଶିଷ୍ଟ ନେବେଶକଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଶା ଓ ଜାପାନ ସମ୍ପର୍କ ସୁଦୃଢ କରିବ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ମଧ୍ୟ ବିଦେଶ ଯାଇଥିଲେ ନବୀନ: ଦାୟିତ୍ୱ ନେବାର ୧୨ବର୍ଷ ପରେ ୨୦୧୨ରେ ଲଣ୍ଡନ ଗସ୍ତରେ ଯାଇଥିଲେ ନବୀନ । ଏହାର ଠିକ ୧୦ବର୍ଷ ପରେ ଅର୍ଥାତ ଗତବର୍ଷ ଜୁନ ମାସରେ ଇଟାଲୀ ଓ ଦୁବାଇ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଇଟାଲୀର ଭାଟିକାନ ସିଟିର ପୋପଙ୍କୁ ସାକ୍ଷାତ କରିବା ସହ ରୋମରେ ଆୟୋଜିତ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଥିଲେ । ଏହା ପରେ ଦୁବାଇରେ ପ୍ରଥମ ବିଦେଶ ନିବେଶକ ସମ୍ମିଳନୀରେ ପଶ୍ଚିମ ଏସିଆ ପୁଞ୍ଜିନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଉଭୟ ଦେଶରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଥିଲେ ନବୀନ ।

ସେହିପରି ଗତ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ବହୁ ଶିଳ୍ପପତିଙ୍କ ସହ ଭେଟି ଆଲୋଚନା କରିଥିଲେ । ଗତ ମେକ ଇନ ଓଡିଶା କନକ୍ଲେଭରେ ସାମିଲ ହେବାକୁ ଓଡ଼ିଶା ଆସିଥିଲେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି । ଭାରତ ଓ ଜାପାନ ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧିରେ ସମସ୍ତ ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ଓଡ଼ିଶା ଶିଳ୍ପ ପ୍ରତିନିଧି ପ୍ରମୁଖ ଜାପାନ ଗସ୍ତ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 31, 2023, 9:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.