ETV Bharat / state

ଆଜି ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କଳମଣିଙ୍କ ଗାଁର ପୁନଃବିକଶିତ କାର୍ଯ୍ୟର କରିବେ ଲୋକାର୍ପଣ - ଉତ୍କଳମଣିଙ୍କ ଗାଁ ହେବ ଲୋକାର୍ପଣ

ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 23, 2023, 7:24 AM IST

ଗୁରୁବାର ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କଳମଣିଙ୍କ ଗାଁର ପୁନଃବିକଶିତ କାର୍ଯ୍ୟର କରିବେ ଲୋକାର୍ପଣ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ସୁଆଣ୍ଡୋ ଗସ୍ତରେ ଯିବେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପୁରୀ ଜିଲ୍ଲା ଲାଗି ମୁଖ୍ୟମନ୍ତ୍ରୀ କିଛି ନୂଆ ଘୋଷଣା କରିବାର ସମ୍ଭାବନା ରହିଛି । ଏହା ସହ ନିମାପଡାକୁ ଉପଖଣ୍ଡ ଭାବେ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ବକୁଳବନ ପ୍ରକଳ୍ପ ନେଇ ମଧ୍ୟ ଘୋଷଣା ହୋଇପାରେ ।

ସେବା ଓ ସଂଗ୍ରାମର ପ୍ରତୀକ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଓଡିଆ ଜନମାନସର ସେ ଅଦ୍ବିତୀୟ ନେତା । ଦେଶ ପାଇଁ, ଜାତି ପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମର କରି ରଖିଛି । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋର ବିକାଶ କାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ହୋଇଛି । ଏହା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ଶେଷ ହୋଇଛି । ଏହା ସହ ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ସୁଆଣ୍ଡୋବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି । ଏହାର ପ୍ରତିଷ୍ଠା ଉତ୍ସବରେ ୫ଟି ସଚିବ ଭି.କେ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ଅଂଶଗ୍ରହଣ କରିଛନ୍ତି ।

ଏହାବି ପଢନ୍ତୁ- War of Words: ଜୁନିୟର ମହାରଥୀଙ୍କୁ ସିଧା ଜବାବ ଦେଲେ ସୂରଜ ସୂର୍ଯ୍ୟବଂଶୀ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ ଏକାଧିକବାର ସୁଆଣ୍ଡୋ ଗସ୍ତ କରି ସେଠାରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗୋପବନ୍ଧୁଙ୍କ ଦାୟାଦ ମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପର ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସେ ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଦାବି ଥିଲା ।

ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମ ନିର୍ମାଣ କରାଯାଇଛି । ସୁଆଣ୍ଡୋରେ ନିର୍ମାଣ ହୋଇଛି ପାର୍କିଙ୍ଗ ପ୍ଲେସ, ରିସେପସନ ସେଣ୍ଟ । ଏହା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିର ବିକାଶ କାମ ହୋଇଛି । ସୁଆଣ୍ଡୋରେ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି ସମସ୍ତ ପ୍ରକଳ୍ପ । ଗ୍ରାମରେ ଭୂତଳ କେବୁଲରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ଗ୍ରାମଦାଣ୍ଡର ମଧ୍ୟ ଉନ୍ନତି କରଣ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.