ETV Bharat / state

ଶୁକ୍ରବାର ଛାତ୍ର ବିଜେଡି କାର୍ଯ୍ୟକାରିଣୀ, ଦିଗ୍‌ଦର୍ଶନ ଦେବେ ନବୀନ

author img

By

Published : Jul 12, 2023, 10:54 PM IST

ଆସନ୍ତା ୧୪ ତାରିଖ ଅର୍ଥାତ ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଶୁକ୍ରବାର ଛାତ୍ର ବିଜେଡି କାର୍ଯ୍ୟକାରିଣୀ
ଶୁକ୍ରବାର ଛାତ୍ର ବିଜେଡି କାର୍ଯ୍ୟକାରିଣୀ

ଶୁକ୍ରବାର ଛାତ୍ର ବିଜେଡି କାର୍ଯ୍ୟକାରିଣୀ

ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଶଙ୍ଖ ଭବନରେ ଅନୁଷ୍ଠିତ ହେବ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ । ବୈଠକରେ ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବ । ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଓ ଦିଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ଦେବୀ କହିଛନ୍ତି, "ବିଭିନ୍ନ ପ୍ରସ୍ତାବ କାର୍ଯ୍ୟକରିଣୀରେ ଅନୁମୋଦନ ହେବ । ଏହି ପ୍ରସ୍ତାବ ଆଗାମୀ ଦିନରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ପଥ ପରିଷ୍କାର କରିବ । ଏହାସହ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ କିପରି ସଚେତନ କରାଯାଇପାରିବ, ସେଥିରେ ବିଜୁ ଛାତ୍ର ଜନତା ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ସାମାଜିକ କାର୍ଯ୍ୟକ୍ରମରେ ଛାତ୍ର ମାନେ କିପରି ସାମିଲ ହୋଇ ନବୀନ ଓଡିଶା ଗଠନ କରିବେ, ସେନେଇ ମୁଖ୍ୟମନ୍ତ୍ରୀ ଦିଗ୍‌ଦର୍ଶନ ଦେବେ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହି ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ପ୍ରେରିତ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଯୁବ ଓ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ସେ ଆହୁରି କହିଛନ୍ତି, "ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସ୍ତାବ ଆସିବ । ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆସିବ । ଛାତ୍ର ସଂଗଠନ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ ପଞ୍ଚାୟତରେ ଜଣେ ସଭାପତି ରହିଛନ୍ତି । ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜରେ ବିଜୁ ଛାତ୍ର ଜନତା କ୍ୟାମ୍ପସ କମିଟି ଗଠନ କରିଛି । କ୍ୟାମ୍ପସ କମିଟି ହେଲ୍ପ୍‌ଡେସ୍କ୍‌ ଜରିଆରେ ନୂତନ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦିଆଯାଇପାରିବ । ନୂତନ ଛାତ୍ରଛାତ୍ରୀଙ୍କୁ ବୃକ୍ଷଚାରା ପ୍ରଦାନ କରାଯିବ । ଅଧିକରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯିବ । ବିଜୁ ଜନତା ଦଳ ତାର ସାଙ୍ଗଠନିକ ପୁନର୍ଗଠନ କରିବା ସହ ଛାମୁଆ ସଂଗଠନର କାର୍ଯ୍ୟକ୍ରମ ଜାରି ରଖିଛି । ବିଭିନ୍ନ ଜିଲ୍ଲାର କାର୍ଯ୍ୟକାରିଣୀ ଜାରି ରହିଛି ।" ପ୍ରକାଶ ଥାଉ କି, ଗତ ୬ ତାରିଖ ଦିନ ଯୁବ ବିଜେଡି କାର୍ଯ୍ୟକାରିଣୀ ଶେଷ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.