ETV Bharat / state

ଆଜି ଶିଳ୍ପ ନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ - ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ

ଓଡିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ଆଜି ଶିଳ୍ପ ନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆଜି ଶିଳ୍ପ ନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
ଆଜି ଶିଳ୍ପ ନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
author img

By

Published : Dec 1, 2022, 10:14 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦୨୨ ବର୍ଷର ଶିଳ୍ପ ନୀତି ଘୋଷଣା କରିବେ । ଗତକାଲି ଏହା କ୍ୟାବିନେଟରେ ଅନୁମୋଦିତ ହୋଇଛି । ମେକ୍ ଇନ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନରେ ଆଜି ଦିନ ସାଢେ ୧୦ଟା ସମୟରେ ମେଗା ବ୍ୟବସାୟ ସମ୍ମିଳନୀ ଆୟୋଜିତ ହେବ । ଏଥିରେ ୨୦ରୁ ଅଧିକ MOU ସ୍ବାକ୍ଷରିତ ହେବାର ଅଛି । ୨୦୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବେ ।

ଏହାମଧ୍ୟ ପଢନ୍ତୁ: Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ

ମେକ ଇନ ଓଡ଼ିଶାର ଦ୍ବିତୀୟ ଦିନରେ ଅନୁଷ୍ଠିତ ହେବାକୁ ଥିବା ପ୍ଲେନାରି ସେସନରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମିତ୍ତଲ୍ ଗ୍ରୁପର ଏଲଏନ ମିତ୍ତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରୱାଲ, ଟାଟା ଗ୍ରୁପର ଟିଭି ନରେନ୍ଦ୍ରନ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପରି ପ୍ରମୁଖ ଶିଳ୍ପପତି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହାପରେ ଶିଳ୍ପ ଓ ନିର୍ମାଣକୁ ଆର୍ଥିକ ପ୍ରୋତ୍ସାହନ ଶୀର୍ଷକ ଆଲୋଚନା ଚକ୍ର ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବ । ୫ ନମ୍ବର ସେମିନାର ହଲରେ ଏହି କାର୍ଯକ୍ରମ ହେବ । ଏଥିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧ୍ୟକ୍ଷ ଏସଏସ ମୁଣ୍ଡରା, ଏସବିଆଇର ଗୁଲସନ ମଲ୍ଲିକ, SIDBIର ଅଧ୍ୟକ୍ଷ ଏସ. ରମଣ ପ୍ରମୁଖ ବକ୍ତା ଭାବରେ ଯୋଗ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.