ETV Bharat / state

ଆହାର ସୋସାଇଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 22, 2023, 6:04 PM IST

୨୦୧୫-୧୬ ରୁ ୨୦୨୧-୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ଯ୍ୟକ୍ରମ ପାଇଁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ । ସହର ମାନଙ୍କରେ ହସ୍ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ଯ୍ୟ ପାଇଁ ଯାଇଥିବା ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି । ଅଧିକ ପଢନ୍ତୁ

ଆହାର ସୋସାଇଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଆହାର ସୋସାଇଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟି । ଆହାର କମିଟିକୁ ୨୦ କୋଟି ଟଙ୍କା ମଞ୍ଜୁର । ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର ହୋଇଛି ।

୨୦୧୫-୧୬ ରୁ ୨୦୨୧-୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ଯ୍ୟକ୍ରମ ପାଇଁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ । ସହର ମାନଙ୍କରେ ହସ୍ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ଯ୍ୟ ପାଇଁ ଯାଇଥିବା ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି । ଆହାର ପାଲଟିଛି ସାହାରା । ୮ ବର୍ଷରେ ଗ୍ରାହକ ସଂଖ୍ୟା ୧୨ କୋଟି ଟପିଛି । ଆହାର କେନ୍ଦ୍ର ପ୍ରାୟ ୮ ବର୍ଷ ପୂରଣ କରିଥିବାବେଳେ ଏହି ସମୟରେ ବିଭିନ୍ନ ଆହାର କେନ୍ଦ୍ରରେ ୧୨ କୋଟିରୁ ଅଧିକ ୫ ଟଙ୍କିଆ ଭାତ-ଡାଲମା ମିଲ ଯୋଗାଇ ଦିଆଯାଇଛି ।

ରାଜ୍ୟର ୩୦ଟି ଜିଲ୍ଲାରେ ୧୬୭ ଟି ଆହାର କେନ୍ଦ୍ର ଖୋଲିଛି । ଏଥିରୁ ୫୮ଟି ଉଭୟ ଦିନ ଓ ରାତି ବେଳା ଲୋକଙ୍କୁ ଖାଦ୍ୟ ଯୋଗାଉଛି । ଏହି ସମସ୍ତ ଆହାର କେନ୍ଦ୍ରର ପରିଚାଳନା ଭାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ମହିଳା ସ୍ବୟଂ ସହାୟିକା ଗୋଷ୍ଠି, ମିଲର୍ସ ମାଲିକ ସଂଘ ଆଦିଙ୍କ ଦ୍ବାରା ଚଳାଯାଉଛି । ଏଥିପାଇଁ ୩୮ଟି କେନ୍ଦ୍ରୀୟ ପାକଶାଳା ରହିଛି । ଏଠାରେ ଅତ୍ୟନ୍ତ ସ୍ବାସ୍ଥ୍ୟପ୍ରଦ ପରିବେଷରେ ଖାଦ୍ୟ ପ୍ରସ୍ତୁତ ସହିତ ତାହାକୁ ବିଭିନ୍ନ ଆହାର କେନ୍ଦ୍ରରେ ପହଞ୍ଚାଯାଉଛି । ଆହାର କେନ୍ଦ୍ରରେ ଗୋଟିଏ ମିଲ ପାଇଁ ହିତାଧିକାରୀ ୫ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ମିଲ ପିଛା ୨୩ ଟଙ୍କା ଯୋଗାଇ ଦେଉଛନ୍ତି । ୨୦୧୫ ମସିହା ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆହାର ଯୋଜନାର ଶୁଭାରମ୍ଭ କରିଥିଲେ ।

ବର୍ତ୍ତମାନ ରାଜ୍ୟର ୯୩ ଟି ‘ଆମ ହସ୍ପିଟାଲ' ସ୍ଵାସ୍ଥ୍ୟ କେନ୍ଦ୍ରରେ ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ୨୮ ଟି ଜିଲ୍ଲାର ୯୩ ଟି ହସ୍ପିଟାଲ ନିକଟରେ ଖୋଲିବ ନୂଆ ଆହାର କେନ୍ଦ୍ର । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆମ ହସ୍ପିଟାଲର ୫ଟି ପଦକ୍ଷେପ ଅନୁଯାୟୀ ପରିବର୍ତ୍ତନ ପାଇଁ ୧୪୭ ଜନସ୍ବାସ୍ଥ୍ୟ ସୁବିଧା ଗ୍ରହଣ କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏହି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ଗୁଡ଼ିକ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୪୭ ଟି ଡାକ୍ତରଖାନା ମଧ୍ୟରୁ ଆହାର କେନ୍ଦ୍ର କେବଳ ମାତ୍ର ୫୪ ଟି ଡାକ୍ତରଖାନାରେ ଉପଲବ୍ଧ ରହିଛି । ବାକି ୯୩ ଟି ଡାକ୍ତରଖାନା ନିକଟରେ ଆହାର କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି କରାଯାଇଛି । ପୂର୍ବରୁ ମଧ୍ୟ ୨୯ ଟି ଜିଲ୍ଲାରେ ୫୪ ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଆହାର କେନ୍ଦ୍ର କାର୍ଯ୍ୟ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.