ETV Bharat / state

ମୁକ୍ତା ଯୋଜନାରେ ୪୨୩.୮୭ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 8, 2023, 6:48 AM IST

ମୁକ୍ତା ଯୋଜନାରେ ୩୭ ପୌରସଂସ୍ଥା ପାଇଁ ୪୨୩.୮୭ କୋଟି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ମୁକ୍ତା ଯୋଜନାରେ ୪୨୩.୮୭ କୋଟି ମଞ୍ଜୁର
ମୁକ୍ତା ଯୋଜନାରେ ୪୨୩.୮୭ କୋଟି ମଞ୍ଜୁର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ମୁକ୍ତା । ଏହି ମୁକ୍ତା ଯୋଜନା ପାଇଁ ଅର୍ଥ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୪୨୩.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି । ୧୦ ଜିଲ୍ଲାର ୩୭ ସ୍ଥାନୀୟ ସଂସ୍ଥା ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ୩୦ଟି ଜିଲ୍ଲା ପରିସରଭୁକ୍ତ ହେବ । ମୁକ୍ତା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଜଗତସିଂହପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା । ଏହି ଜିଲ୍ଲା ଗୁଡିକର ୩୭ ULB (ପୌରସଂସ୍ଥା) ପାଇଁ ଅର୍ଥ ମଞ୍ଜୁର ହୋଇଛି ।

ଗତ ୨ ତାରିଖରେ ୧୦ ଜିଲ୍ଲାର ୩୭ ULBଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ । ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ ପାଇଁ ସେ ଆଲୋଚନା କରିଥିଲେ । ସହରରେ ମିନି ପାର୍କ, ଖୋଲା ଜିମ, ଖେଳ ପଡିଆ, ପିଲାଙ୍କ ପାର୍କ, ଓ୍ବାକିଂ ଟ୍ରାକ, ଭେଣ୍ଡିଂ ଜୋନ, ବହୁମୁଖୀ କମ୍ୟୁନିଟି ସେଣ୍ଟର ଆଦି ସାର୍ବଜନୀନ ଉପଯୋଗୀ କାର୍ଯ୍ୟ ହେବ । ଯୋଜନାର ସମସ୍ତ ପ୍ରକଳ୍ପ ମିଶନ ଶକ୍ତି ଦ୍ବାର କାର୍ଯ୍ୟକାରୀ ହେବ । ଏହି ସମସ୍ତ ୩୭ଟି ULB ୱାର୍ଡ ବାରୀ ଉନ୍ନତିକରଣ କରାଯିବ । ସ୍ଥାନୀୟ ନାଗରିକ ତଥା ପ୍ରମୁଖ ହିତାଧିକାରୀଙ୍କ ସହ ଆଲୋଚନା କରି ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ ।

ଏହି ସମସ୍ତ ପ୍ରକଳ୍ପ ଗୁଡିକ ବର୍ତ୍ତମାନର ଚାହିଦା, ବୈଷୟିକ ଏବଂ ପରିବେଶକୁ ନିରନ୍ତର ସନ୍ତୁଳିତ ରଖିବାରେ ସକ୍ଷମ ହେବ । ଅନୁମୋଦନ ପୂର୍ବରୁ ଏହି ଆକ୍ସନ ପ୍ଲାନ ଗୁଡିକ ସ୍କ୍ରିନ କରାଯିବ । ଏହି ସମସ୍ତ ପ୍ରକଳ୍ପ ସିଧାସଳଖ ମିଶନ ଶକ୍ତି ଗୋଷ୍ଠୀ ଦ୍ବାରା କାର୍ଯ୍ୟକାରୀ ହେବ । ୨୦୨୦ ମସିହା ଏପ୍ରିଲ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାର ଶୁଭାରମ୍ଭ କରିଥିଲେ । ସହରାଞ୍ଚଳର ଗରିବ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି । କୋଭିଡ଼ ସମୟରେ ନିଜ ଅଞ୍ଚଳରେ ନିଯୁକ୍ତି ଯୋଗାଇବାକୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ମୁକ୍ତା ଯୋଜନା ଲାଗି ୨୦୨୧-୨୨ ବାର୍ଷିକ ବଜେଟରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ ।

ମୌସୁମୀ ପୂର୍ବରୁ ଡ୍ରେନ ଗୁଡିକର ରକ୍ଷଣାବେକ୍ଷଣ, ବର୍ଷା ଜଳର ଅମଳ ସରଞ୍ଚନା ନିର୍ମାଣ, ନୂତନ ଜଳାଶୟ ବିକାଶ, ପାର୍କ ନିର୍ମାଣ, ବୃକ୍ଷରୋପଣ, କମ୍ୟୁନିଟି ସେଣ୍ଟର, ସର୍ବସାଧାରଣ ଶୌଚାଳୟ ନିର୍ମାଣ କାର୍ଯ୍ୟ ମୁକ୍ତା ଯୋଜନା ଅଧିନକୁ ନିଆଯାଇଛି । ଏଥିରେ ନିଯୁକ୍ତି ପ୍ରଦାନ କରାଯାଇଛି । ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ (DBT) ମୋଡରେ ପ୍ରଦାନ କରାଯାଉଛି । ଜଣେ ଅଣକୁଶଳୀ ଶ୍ରମିକ ମୁକ୍ତା ଯୋଜନା ଅଧୀନରେ ପ୍ରତିଦିନ ସର୍ବନିମ୍ନ ମଜୁରୀ ପ୍ରାୟ ୩୦୦ ଟଙ୍କା ପାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.