ETV Bharat / state

ଉଦ୍ଧାର ଶ୍ରମିକ ଜଣେ ଜଣେ ହିରୋ; ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣାଦାୟକ: ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ ରୁ ୪ ଜଣ ଓଡ଼ିଆ ଶ୍ରମିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ

20161356ଉଦ୍ଧାର ଶ୍ରମିକ ଜଣେ ଜଣେ ହିରୋ; ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣାଦାୟକ: ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 1, 2023, 8:58 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଉଦ୍ଧାର ଶ୍ରମିକ । ଶ୍ରମିକ ମାନେ ନିରାପଦରେ ଫେରି ଆସିଥିବାରୁ ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ, ପ୍ରତିକୂଳ ପରିସ୍ଥିତିରେ ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣା ଦାୟକ ବୋଲି ନବୀନ କହିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଉଦ୍ଧାର ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ଉଦ୍ଧାର ଶ୍ରମିକ ଜଣେ ଜଣେ ହିରୋ; ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣାଦାୟକ: ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ ରୁ ୪ ଜଣ ଓଡ଼ିଆ ଶ୍ରମିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ସେମାନେ ଧନ୍ୟବାଦ ଦେଇଛନ୍ତି । ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ- ଘର ବାହୁଡ଼ିଲେ ଟନେଲରୁ ଉଦ୍ଧାର 4 ଓଡ଼ିଆ ଶ୍ରମିକ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଟନେଲ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଛନ୍ତି । ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ ପ୍ରେରଣା ଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ଶ୍ରମିକ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି, ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ ନାୟକ ଓ ବିଶେଶ୍ବର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା । ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଶ୍ରମ ମନ୍ତ୍ରୀ ସାରଦା ନାୟକ, ଶ୍ରମ କମିଶନର ଡ଼. ଏନ ତିରୁମାଲା ନାୟକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅଧିକାରୀ ଆଦିତ୍ୟ ମହାପାତ୍ର ଉପସ୍ଥିତ ଥିଲେ ।

ଗତକାଲି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉଦ୍ଧାର ଶ୍ରମିକ ମାନଙ୍କ ସହ ଭିସି ଜରିଆରେ ଆଲୋଚନା କରିଥିଲେ । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ସାକ୍ଷାତ ସମୟରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ । ମନ୍ତ୍ରୀ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ । ସମସ୍ତଙ୍କୁ ସାଙ୍ଗରେ ଧରି ଆଜି ଓଡ଼ିଶା ଫେରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.