ETV Bharat / state

କ୍ରୀଡ଼ାବିତଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ାବିତଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Feb 18, 2023, 9:16 AM IST

Updated : Feb 18, 2023, 12:46 PM IST

କ୍ରୀଡ଼ାବିତଙ୍କ ନାମରେ ଷ୍ଟାଡିୟମ୍‍ ଲୋକାର୍ପଣ
କ୍ରୀଡ଼ାବିତଙ୍କ ନାମରେ ଷ୍ଟାଡିୟମ୍‍ ଲୋକାର୍ପଣ
କ୍ରୀଡ଼ାବିତଙ୍କ ନାମରେ ଷ୍ଟାଡିୟମ୍‍ ଲୋକାର୍ପଣ

ଭୁବନେଶ୍ବର: କିସ୍‍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‍ ବିଭିନ୍ନ ଷ୍ଟାଡିୟମ୍‍ ଓ ଭିତ୍ତିଭୂମିକୁ ମଧ୍ୟ ଲୋକାର୍ପଣ କରିଥିଲେ । କ୍ରୀଡ଼ା ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣକୁ ନେଇ ପ୍ରଶଂସା କରିଛନ୍ତି କ୍ରୀଡାବିତ ।

ପୂର୍ବରୁ କିସ୍‍-ଭୁବନେଶ୍ୱର ଓ କିସ୍‍ ବିଶ୍ୱବିଦ୍ୟାଳୟର ବୃହତ କ୍ୟାମ୍ପସ୍‍ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । କିସ୍ ବିଶ୍ୱବିଦ୍ୟାଳୟର ଏହି ମେଗା କ୍ୟାମ୍ପସ୍‌ରେ ଆକାଡ଼େମିକ୍ ବିଲଡିଂ, ବୃହତ ଲାଇବ୍ରେରୀ, ୩ ହଜାର ଛାତ୍ର ରହିବା ଭଳି ଛାତ୍ରାବାସ, ୩ ହଜାର ଛାତ୍ରୀ ରହିବା ଭଳି ଛାତ୍ରୀନିବାସର ବ୍ୟବସ୍ଥା ରହିଛି । ପୂର୍ବରୁ ମଧ୍ୟ ଏଠାରେ ଥିବା ଛାତ୍ରାବାସରେ ୩ ହଜାର ଛାତ୍ର ଓ ଛାତ୍ରୀନିବାସରେ ୩ ହଜାର ଛାତ୍ରୀ ରହୁଥିଲେ । ଏହି କାର୍ଯ୍ୟକ୍ରମରେ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ନିଯୁକ୍ତିକୁ ଗୁରୁତ୍ୱ: ୧୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ କିଟ କ୍ୟାମ୍ପସ ୧୩ରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇଣ୍ଡୋର ଷ୍ଟାଡ଼ିୟମ ଓ କିଟ୍ କ୍ରିକେଟ ଷ୍ଟାଡ଼ିୟମ, ଦୂତି ଚାନ୍ଦ ଆଥଲେଟିକ୍‍ ଷ୍ଟାଡିୟମ୍‍, ରାହୁଲ ବୋଷ ରଗ୍‍ବୀ ଷ୍ଟାଡିଅମ୍‍, ଦିଲୀପ ତିର୍କୀ ହକି ଷ୍ଟାଡିୟମ୍‍, ଲିଆଣ୍ଡର ଚେସ୍‍ ଟେନିସ୍‍ ଷ୍ଟାଡିଅମ୍‍, ଅଭିନବ ବିନ୍ଦ୍ରା ଇନ୍‍-ଡୋର ସୁଟିଂ ରେଞ୍ଜ, ଦେବାଶିଷ ଓ ଶିବ ସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍‍ ଆନନ୍ଦ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍, ଅମିୟ ମଲ୍ଲିକ୍‍ ଆଥଲେଟିକ୍‍ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମିନତୀ ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍, ପ୍ରମୋଦ ଭଗତ ବ୍ୟାଡ୍‍ମିଣ୍ଟନ୍‍ ଇନ୍‍-ଡୋର ହଲ୍‍, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟ୍‍ବଲ୍‍ ଷ୍ଟାଡିୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ।

ଏଥିରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ତୁଷାରକାନ୍ତି ବେହେରା, ପଦ୍ମଶ୍ରୀ ଦିଲିପ ତୀର୍କି, ଦୂତି ଚାନ୍ଦ, ଦେବାଶିଷ ମହାନ୍ତି, ରାହୁଳ ବୋଷ, ଲିଆଣ୍ଡର ପେସ, ଅମିୟ ମଲ୍ଲିକ, ମିନତି ମହାପାତ୍ର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରାବଣୀ ନନ୍ଦ, ପ୍ରମୋଦ ଭଗତ, ଅଭିନବ ବିନ୍ଦ୍ରା ଭର୍ଚୁଆଲରେ ଯୋଗ ଦେଇଥିଲେ । କ୍ରୀଡ଼ାପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣକୁ ନେଇ କିଟ୍‌କୁ କ୍ରୀଡ଼ାବିତ ମାନେ ପ୍ରଶଂସା କରିଛନ୍ତି । ଏହାସହ ନିଜର ଏଭଳି ନିଆରା କିମ୍ବଦନ୍ତୀକୁ ନେଇ ମଧ୍ୟ ବେଶ ଖୁସି ଅନୁଭବ କରିଥିବା ବେଳେ ଏହା ତାଙ୍କୁ ଏକ ନୂଆ ଅନୁଭୂତି ଦେଉଛି ବୋଲି କହିଛନ୍ତି କ୍ରୀଡ଼ାବିତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 18, 2023, 12:46 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.