ETV Bharat / state

ଓଡିଶାରେ ପ୍ରଥମ: ଚିଲିକାରେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ହାଉସବୋଟ୍‌ ସେବା - ଚିଲିକାରେ ହାଉସବୋଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଚିଲିକାରେ ମିଳିବ ବିଳାସପୂର୍ଣ୍ଣ ହାଉସବୋଟ ସେବା । ହାଉସବୋଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଚିଲିକାରେ ହାଉସବୋଟ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 9, 2022, 11:14 AM IST

Updated : Jun 9, 2022, 12:41 PM IST

ଖୋର୍ଦ୍ଧା: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହେଲା ଆଉ ଏକ ନୂତନ ଫର୍ଦ୍ଦ । କେରଳ ପରେ ଚିଲିକାର ନୀଳ ଜଳରାଶିରେ ପର୍ଯ୍ୟଟନ ବିଭାଗ ଓ ବିକାଶ ଇକୋ ରିସର୍ଟ ସହାୟତାରେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ହାଉସବୋଟ ସେବା । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ହାଉସବୋଟ ସେବା ଆରମ୍ଭ ହୋଇଛି । ଚିଲିକା ବରକୁଳ ପାନ୍ଥନିବାସ ନିକଟରେ ଏହି ବୋଟ ସେବାକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି ସିଦ୍ଧାର୍ଥ କଟାରିଆ ଏବଂ ବିକାଶ ଇକୋ ରିସର୍ଟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଓଡିଶାରେ ପ୍ରଥମ: ଚିଲିକାରେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ହାଉସବୋଟ୍‌ ସେବା

ହାଉସବୋଟଟି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରଖାଯାଇଛି । ବୋଟଟିର ଲମ୍ବ 105 ଫୁଟ ଓ ଓସାର 25ଫୁଟ ରହିଛି । ଡବଲ ଇଞ୍ଜିନ ବିଶିଷ୍ଟ ଏହି ବୋଟରେ 6ଟି ପରିବାର ପାଇଁ ବ୍ୟବସ୍ଥା ଅଛି । ହାଉସବୋଟଟିକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବା ବେଳେ ଏଥିରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି ।

ସେହିଭଳି ଏହି ହାଉସବୋଟର ନାମ 'ଗରୁଡ଼' ରଖାଯାଇଛି । ବୋଟଟି 100ଟନ ଓଜନ ବିଶିଷ୍ଟ ହୋଇଥିବା ବେଳେ ଏହା ମାତ୍ର 3 ଫୁଟ ଜଳରେ ଚାଲିପାରିବ ବୋଲି ବିକାଶ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ 24 ଘଣ୍ଟିଆ ରହଣୀର ବ୍ୟବସ୍ଥା ରହିଥିବା ବେଳେ 19ହଜାର ଟଙ୍କାରୁ 29 ହଜାର ଟଙ୍କାରେ ପର୍ଯ୍ୟଟକମାନେ ଏହାର ସୁବିଧା ନେଇପାରିବେ ବୋଲି ବିକାଶର ଚେୟାରମ୍ୟାନ କହିଛନ୍ତି ।

Last Updated : Jun 9, 2022, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.