ETV Bharat / state

୪ ଜିଲ୍ଲାରେ ଇକୋ-ରିଟ୍ରିଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ଇକୋ ରିଟ୍ରିଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟର ପୁଟସିଲ ଓ ସାତକୋଶିଆରେ ଏକା ସଙ୍ଗରେ ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

୪ଟି ସ୍ଥାନରେ ଇକୋ-ରିଟ୍ରିଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 2, 2023, 11:42 AM IST

ଭୁବନେଶ୍ବର: ବହୁପ୍ରତୀକ୍ଷିତ ଇକୋ-ରିଟ୍ରିଟର ପଞ୍ଚମ ସଂସ୍କରଣ ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟର ପୁଟସିଲ ଓ ସାତକୋଶିଆରେ ଏହା ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ୪ଟି ସ୍ଥାନରେ ଏକା ସାଙ୍ଗରେ ଇକୋ ରିଟ୍ରିଟ ଉଦଘାଟନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୧ ତାରିଖ‌ରେ ସୋନାପୁର ଓ ଭିତରକନିକା ଓ ଡିସେମ୍ବର ୧୫ରୁ ତୃତୀୟ ପର୍ଯ୍ୟାୟ ଅର୍ଥାତ କୋଣାର୍କ ଇକୋ-ରିଟ୍ରିଟ ଆରମ୍ଭ ହେବ ।

ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଇକୋ-ରିଟ୍ରିଟ୍‌ ଆୟୋଜନ କରାଯାଇଛି । ଏହି ଜରିଆରେ ପର୍ଯ୍ୟଟକଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ କରାଯାଉଛି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍‌ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକାର ରୋମାଞ୍ଚକର କାର୍ଯ୍ୟକଳାପର ମଜା ନେଇପାରିବେ ପର୍ଯ୍ୟଟକ । ଏହାସହ ଦେଶବିଦେଶର ପର୍ଯ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ । ଟ୍ରେକିଂ, ଜଙ୍ଗଲ ସଫାରୀ ଅଲ ଟେରେନ ଭେଇକିଲ ବା ଏଟିଭିରେ ଜଙ୍ଗଲ ଓ ବେଳାଭୂମିରେ ବୁଲିବାର ମଜା ନେଇପାରିବେ ।

ସେହିପରି ରାଇଫଲ୍‌ ସୁଟିଂ, ଆର୍ଚେରୀ, ବିଚ୍‌ ଭଲିବଲ, ଜେଟସ୍କି, ବାନାନା ରାଇଡ୍‌, ସ୍ପିଡ୍‌ବୋଟ୍‌, ପାରାସେଲିଂ, ଇ-ବାଇସାଇକେଲ୍‌ ଆଦିର ଭରପୂର ମଜା ନେବାର ସୁଯୋଗ ବି ମିଳିବ । କେବଳ ସେତିକି ନୁହେଁ, ଗାଇଡେଡ୍‌ ଟୁର୍‌ ସହ ଫରେଷ୍ଟ ଓ ନେଚର୍‌ ଟ୍ରେଲ୍‌, ଭିଲେଜ ୱାକ, ବାଲୁକା କଳା କର୍ମଶାଳା, ସମୁଦ୍ର ଓ ନଦୀଶଯ୍ୟାରେ ଯୋଗ ଏବଂ ଜୁମ୍ୱା କର୍ମଶାଳାକୁ ବି ଉପଭୋଗ କରିପାରିବେ ପର୍ଯ୍ୟଟକ । ଏଥି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ-ରିଟ୍ରିଟ ୱେବସାଇଟ bookodisha.com ଏବଂ odishaecoretreats.com‌ରେ ବୁକିଂ ଚାଲିଛି ।
ଏହା ବି ପଢନ୍ତୁ...ନଭେମ୍ବର ୯ରୁ ୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ, ଦେଶ ବିଦେଶରୁ ସାମିଲ ହେବେ ୩୦୦ ପ୍ରତିନିଧି

4ଟି ସ୍ଥାନରେ ଇକୋ ରିଟ୍ରିଟ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ୪ଟି ଏଡିସନ ସଫଳ ହେବା ପରେ ଏଥର ୫ମ ବର୍ଷ ପାଇଁ ଇକୋ-ରିଟ୍ରିଟ ଆୟୋଜନ ହୋଇଛି । ଏହି ଫ୍ଲାଗସିପ କାର୍ଯ୍ୟକ୍ରମର ଗ୍ରହଣୀୟତା ବଢିଛି । ପର୍ଯ୍ୟଟକ ଓ ଏହା ସହିତ ଜଡ଼ିତ ବ୍ୟକ୍ତିବିଶେଷ ଉ ଚ୍ଚପ୍ରଶଂସା କରୁଛନ୍ତି । ଗୁଜୁରାଟର କଚ୍ଛ ରଣ ଉତ୍ସବ ଢାଞ୍ଚାରେ ଆୟୋଜିତ ଏହି ଉତ୍ସବ ପୂର୍ବ ଭାରତର ପ୍ରଥମ ଏବଂ ଏକମାତ୍ର ଗ୍ଲାମ୍ପିଂ ଫେଷ୍ଟିଭାଲ । ୩ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନିଆରା କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନେ ଏଥର ନିଆରା ଅନୁଭୂତି ସାଉଁଟିବେ ।''

ଉଦଘାଟନୀ ଉତ୍ସବରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସମେତ ସ୍ଥାନୀୟ ଜିଲ୍ଲାପାଳ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୧ ତାରିଖ‌ରେ ସୋନାପୁର ଓ ଭିତରକନିକାରେ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୧୫ରୁ ତୃତୀୟ ପର୍ଯ୍ୟାୟ ଅର୍ଥାତ କୋଣାର୍କ ଇକୋ-ରିଟ୍ରିଟ ଆରମ୍ଭ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.