ETV Bharat / state

ଏସିଆଡ ପଦକ ବିଜେତା ହକି ତାରକା ଅମିତ ଓ ଦୀପଗ୍ରେସଙ୍କୁ ଅର୍ଥ ପୁରସ୍କାର ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

author img

By ETV Bharat Odisha Team

Published : Oct 12, 2023, 8:24 AM IST

19 ଏସୀୟ କ୍ରୀଡାରେ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କାଙ୍କୁ ଅର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଅମିତ ଓ ଦୀପଗ୍ରେସଙ୍କୁ ଅର୍ଥ ପୁରସ୍କାର ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: 19ତମ ଏସୀୟ କ୍ରୀଡାରେ ପଦକ ଜିତିଥିବା ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି । ଭାରତୀୟ ପୁରୁଷ ହକି ଦଳର ସ୍ବର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ମହିଳା ହକି ଦଳର ଦୀପଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମିତଙ୍କୁ 1.5 କୋଟି ଓ କାଂସ୍ୟ ପଦକ ବିଜେତା ଦୀପଗ୍ରେସଙ୍କୁ 50 ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଦୁଇ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟକୁ ଗର୍ବିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲା । ଡିଫେଣ୍ଡିଂ ଚମ୍ପିଆନ ଜାପାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା । ଅମିତ ରୋହିଦାସ ଏହି ମ୍ୟାଚରେ ଏକ ଗୋଲ ସ୍କୋର କରିଥିଲେ । ଅମିତ ଭାରତୀୟ ପୁରୁଷ ହକି ଦଳର ନିୟମିତ ଓ ନିର୍ଭରଯୋଗ୍ୟ ଖେଳାଳୀ । ସେହିପରି ଦୀପଗ୍ରେସ ଏକ୍କା ବିଶ୍ଵ ହକିର ଷ୍ଟାର ଖେଳାଳୀ ଭାବେ ପରିଚିତ । ରାଜ୍ୟର ମହିଳା କ୍ରୀଡ଼ାବିତଙ୍କ ପାଇଁ ସେ ପ୍ରେରଣାର ଉତ୍ସ । ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ହାସଲ କରିଥିଲା ମହିଳା ହକି ଦଳ ।

ଏହା ବି ପଢନ୍ତୁ...ଅମିତ ରୋହିଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏସିଆନ୍‌ ଗେମ୍ସରେ ଜାପାନକୁ ଦେଇଥିଲେ ଗୋଲ

ନବୀନ ନିବାସରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଦୁଇ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ସେମାନଙ୍କ ପ୍ରତିବଦ୍ଧତା ଏବଂ ପରିଶ୍ରମ ପାଇଁ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ଅମିତ ରୋହିଦାସ ଏବଂ ଦୀପ ଗ୍ରେସ ଏକ୍କା ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ କ୍ରୀଡ଼ା ସଫଳତା ଦ୍ୱାରା ଓଡ଼ିଶା ଏବଂ ଦେଶ ପାଇଁ ଅଧିକ ଗୌରବ ଆଣିବାକୁ କଠିନ ପରିଶ୍ରମ ଜାରି ରଖିବୁ ବୋଲି ଉଭୟ କହିଛନ୍ତି ।

ଏହା ବି ପଢନ୍ତୁ...Asian Games: ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ଯୁବପିଢିଙ୍କ ରୋଲ ମଡେଲ୍‌

ପ୍ରକାଶ ଥାଉ କି, ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ 19ମ ଏସୀୟ କ୍ରୀଡ଼ାରେ ଭାରତୀୟ ପୁୁରୁଷ ହକି ଦଳ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ୫-୧ ଗୋଲରେ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଏହି ମ୍ୟାଚ୍‌ରେ ଅମିତ ରୋହିଦାସ ଏକ ଗୋଲ୍‌ କରିଥିଲେ । ଭାରତୀୟ ଦଳର ସଫଳତା ପରେ ମୁଖ୍ୟମନ୍ତ୍ରୀ ପ୍ରତି ଖେଳାଳିଙ୍କୁ ପୁରସ୍କାର ରାଶି ସହ ଘୋଷଣା ଅମିତ ରୋହିଦାସଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ମହିଳା ହକି ଦଳ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଦୀପଗ୍ରେସ ଏକ୍କାଙ୍କୁ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏସୀୟ କ୍ରୀଡ଼ାରେ ମୋଟ 3 ଓଡ଼ିଆ ପଦକ ହାସଲ କରିଥିଲେ । ଅମିତ, ଦୀପଗ୍ରେସଙ୍କ ବ୍ୟତୀତ ଜାଭେଲିନ ଥ୍ରୋରେ କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । କିଶୋରଙ୍କୁ 1.5କୋଟ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.