ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଚଳିତ ବର୍ଷ ୧୬ଟି ବିଭାଗରେ ୧୯୫ ଜଣ ସରକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି

author img

By

Published : Nov 5, 2022, 10:56 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ । ଚଳିତ ବର୍ଷ ୧୬ଟି ବିଭାଗରେ ୧୯୫ ଜଣ ସରକାରୀ ପ୍ରାଧ୍ୟାପକଙ୍କୁ ମିଳିବ ନିଯୁକ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ । ଚଳିତ ବର୍ଷ ୧୬ଟି ବିଭାଗରେ ୧୯୫ ଜଣ ସରକାରୀ ପ୍ରାଧ୍ୟାପକଙ୍କୁ ମିଳିବ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ଆଜି ୯ଟି Broad-Speciality ବିଭାଗର ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା (OMES Cadre) ର ସରକାରୀ ପ୍ରାଧ୍ୟାପକ (Assistant Professor) ଙ୍କୁ ନିଯୁକ୍ତି ପାଇଁ ଅନୁମୋଦନ କରାଯାଇଛି। ଏହି ଅନୁମୋଦନ ଓଡ଼ିଶା ଲୋକ ସେବା ଆୟୋଗ ଦ୍ଵାରା କରାଯାଇଛି।

ଏହା ପୂର୍ବରୁଚଳିତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ରେ 7 ଟି Broad-Speciality ବିଭାଗର ୬୫ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା (OMES Cadre)ର ସରକାରୀ ପ୍ରାଧ୍ୟାପକ (Assistant Professor)ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ନିଯୁକ୍ତି କରାଯାଇଛି। ଏହା ଫଳରେ ଚଳିତ ବର୍ଷ ରେ ମୋଟ ୧୬ଟି ବିଭାଗର ୧୯୫ ଜଣ ସରକାରୀ ପ୍ରାଧ୍ୟାପକ (Assistant Professor) ନିଯୁକ୍ତି ପାଇଛନ୍ତି ।

ଏହି ବିଭାଗ ଗୁଡ଼ିକ ହେଲା ଭେଷଜ, ଶାରୀରିକ ଭେଷଜ ଓ ଥଇଥାନ, ଶରୀର ଗଠନ, ଯକ୍ଷ୍ମା ଓ ଛାତି ରୋଗ , ଚକ୍ଷୁ ରୋଗ,ଶରୀରତତ୍ଵ, ରକ୍ତ ସଞ୍ଚାଳନ ଭେଷଜ, ଶଲ୍ୟ ଚିକିତ୍ସା, ଶିଶୁ ରୋଗ, ଗୋଷ୍ଠି ଭେଷଜ, ପ୍ରସୂତି ଓ ସ୍ତ୍ରୀ ରୋଗ, ନିଦାନ , ଚର୍ମ ଓ ଯୌନ ରୋଗ, ନିଶ୍ଚେତକ, ଅଣୁଜୀବ ବିଜ୍ଞାନ, ଏବଂ ନୀତି ତାତ୍ତ୍ଵିକ ଭେଷଜ ଓ ବିଶ୍ବ ବିଜ୍ଞାନ। ଏହା ଦ୍ଵାରା ରାଜ୍ୟର ମେଡିକାଲ କଲେଜ ରେ ଶିକ୍ଷାଦାନର ଉନ୍ନତି ଆଣିବା ସହିତ ଜନସାଧାରଣଙ୍କୁ ଉଚ କୋଟିର ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଆ ଯାଇପାରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.