ETV Bharat / state

ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ମିଲେଟ ମିଶନ, ୫ ବର୍ଷରେ ଖର୍ଚ୍ଚ ହେବ ୨୮୦୮ କୋଟି : ମୁଖ୍ୟମନ୍ତ୍ରୀ - ମିଲେଟ ମିଶନ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୮୦୮ କୋଟି

ମିଲେଟ ମିଶନ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୮୦୮ କୋଟି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ୧୯ ଜିଲ୍ଲାରେ ମିଲେଟ ମିଶନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ । ଏଣିକି ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଅଧିକ ପଢନ୍ତୁ

ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ମିଲେଟ ମିଶନ, ୫ ବର୍ଷରେ ଖର୍ଚ୍ଚ ହେବ ୨୮୦୮ କୋଟି : ମୁଖ୍ୟମନ୍ତ୍ରୀ

author img

By

Published : Nov 10, 2022, 10:03 PM IST

Updated : Nov 10, 2022, 10:43 PM IST

ଭୁବନେଶ୍ବର: ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ମିଲେଟ ମିଶନ । ମିଲେଟ ମିଶନ ପାଇଁ ଆଗାମୀ ୫ ବର୍ଷରେ ୨୮୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଲେଟ ମିଶନ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୮୦୮ କୋଟି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ୧୯ ଜିଲ୍ଲାରେ ମିଲେଟ ମିଶନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ । ଏଣିକି ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କଠୁ ଆରମ୍ଭ କରି ବୁଢା ଲୋକଙ୍କୁ ପୁଷ୍ଟି ଯୋଗାଇଛି ମାଣ୍ଡିଆ । ଚାଷୀଙ୍କ ଅବସ୍ଥାର ଉନ୍ନତି ଓ ପୁଷ୍ଟିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ମିଲେଟ ମିଶନ । ଆଗାମୀ ୫ ବର୍ଷରେ ୨୮୦୮ କୋଟି ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜାତିସଂଘ ଏହାକୁ ପ୍ରଶଂସା କରିଛି । ମାଣ୍ଡିଆକୁ ଶ୍ରେଷ୍ଠ ଆହାର ଭାବେ ଲୋକପ୍ରିୟ କରାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ମାଣ୍ଡିଆ ଚାଷ ବିକାଶ ପାଇ ୨୦୧୭-୨୦୧୮ ରେ ଆରମ୍ଭ ହୋଇଥିଲା ମିଲେଟ ମିଶନ । ଭାରତ ସରକାର ଓ ନିତି ଆୟୋଗ ଅନ୍ୟ ରାଜ୍ୟରେ ଏହାକୁ ଆପଣେଇବାକୁ ପରାମର୍ଶ ଦେଇଛନ୍ତି । ମାଣ୍ଡିଆ ଚାଷ ପାଇଁ କମ ପାଣି, ଖତ ଓ ସାର ଆବଶ୍ୟକ । ପାର୍ବତ୍ୟ ଅଞ୍ଚଳରେ ଏହା ସୁହାଇବ । ମଣ୍ଡିଆରେ ଭରପୁର ପୋଷକତତ୍ତ୍ଵ ରହିଛି ।

ଏହି ଚାଷ ପାଇଁ କ୍ଷୁଦ୍ର ଓ ନମମାତ୍ର ଚାଷୀ ଓ ମିଶନ ଶକ୍ତିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ୧୭୭ ବ୍ଲକରେ ମାଣ୍ଡିଆ ଚାଷ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଓ ପୋଷଣ କାର୍ଯ୍ୟକ୍ରମରେ ସାମିଲ ପାଇଁ ଯୋଜନା କରାଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି ଯେ, ଓଡ଼ିଶା ମିଲେଟ ମିଶନ ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ । ଉନ୍ନତ ମାନର ବିହନ ଯୋଗାଇ ଦେଉଛନ୍ତି ସରକାର । ଓଡ଼ିଶା ସରକାର ମିଲେଟ ମିଶନର କାର୍ଯ୍ୟକାଳ ୬ ବର୍ଷ ବୃଦ୍ଧି କରିଛନ୍ତି । ଏହାଦ୍ବାରା ମହିଳାମାନେ ସ୍ବାବଲମ୍ବୀ ହେଇପାରିଛନ୍ତି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି ଯେ, ଏବେ ମାଣ୍ଡିଆ ମିଶନ ସହ ୨ ଲକ୍ଷ ଚାଷୀ, ୮୨ଟି FPO ଓ ୧୨୦୦ ମିଶନ ଶକ୍ତି ଗୃପ ସାମିଲ ହୋଇଛନ୍ତି ।

ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗୃପ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଷଦାତା ଆର. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟ ପଣ୍ଡିଆନ ପ୍ରମୁଖ ସାମିଲ ହୋଇଥିଲେ । ଏହା ସହ ମାଣ୍ଡିଆ ମିଶନରେ ଉନ୍ନତ ପ୍ରଦର୍ଶନ କରିଥିବା ଜିଲ୍ଲା, ମହିଳା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2022, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.