ETV Bharat / state

Asian Games: କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ଘୋଷଣା କଲେ ୧.୫ କୋଟି ପୁରସ୍କାର - Kishore Kumar Jena won silver in Asian Games

ଚାଇନାର ହାଙ୍ଗଝୌରେ ଜାରି ରହିଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ରୌପ୍ୟ ପଦକ ଭେଟି ଦେଇଥିବା ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ୧.୫ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
author img

By ETV Bharat Odisha Team

Published : Oct 4, 2023, 8:29 PM IST

Updated : Oct 4, 2023, 9:40 PM IST

ଭୁବନେଶ୍ବର: ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା । ହାଙ୍ଗଝୌରେ ଜାରି ରହିଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରିର ଜାଭେଲିନ ଷ୍ଟାର କିଶୋର କୁମାର ଜେନା । ଏହି ଇଭେଣ୍ଟରେ ପ୍ରଥମେ ଭାରତର ସୁନାପୁଅ ନୀରଜଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ କିଶୋର । ହେଲେ ଚତୁର୍ଥ ଥ୍ରୋରେ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ନୀରଜ । ଅନ୍ୟପଟେ କିଶୋର ଚତୁର୍ଥ ଥ୍ରୋରେ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ‍ଫିଙ୍ଗି ଏହି ରୌପ୍ୟ ପଦକ ହାସଲ କରିଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କୁ ଶୁଭେଚ୍ଛା ଜଣାଇବା ସହ ୧.୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।

  • Congratulate #Odisha’s star javelin thrower, #KishoreKumarJena on winning silver medal in the #AsianGames with a personal best throw of 87.54m. It is a proud moment for the state. May he shine even brighter and bring laurels to the state and the country. Wish him best for the… pic.twitter.com/m2qHp1U9BV

    — Naveen Patnaik (@Naveen_Odisha) October 4, 2023 " class="align-text-top noRightClick twitterSection" data=" ">

ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଭେଟି ଦେବାପରେ ଓଡ଼ିଆ ପୁଅ କିଶୋର ଜେନା ଓଡ଼ିଶା ସମେତ ସମଗ୍ର ଦେଶର ସେ ସମ୍ମାନ ବଢ଼ାଇଛନ୍ତି । ଆଉ ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ମଧ୍ୟ କରିଛନ୍ତି । ପୁରୀ ଜିଲ୍ଲାର ପୁଅ କିଶୋରଙ୍କ ଏହି ଐତିହାସିକ ସଫଳତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ପାଇଁ କିଶୋରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ କିଶୋରଙ୍କ ସଫଳତା ଉଭୟ ରାଜ୍ୟ ଓ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ଦେଶର କ୍ରୀଡ଼ା ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ । ଏହି ପୁରସ୍କାର ତାଙ୍କର ସୁନ୍ଦର ପ୍ରଦର୍ଶନ, ତାଙ୍କ ଦୃଢ଼ତା ଓ ଦୃଢ଼ ସଂକଳ୍ପକୁ ମାନ୍ୟତା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏସୀୟ କ୍ରୀଡ଼ାରେ କିଶୋର ବିଜୟୀ ହେବା ଓ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି । କିଶୋରଙ୍କ ବିଜୟ ନା କେବଳ ତାଙ୍କର ବ୍ୟକ୍ତିଗତ ଉତ୍କର୍ଷତାକୁ ଦର୍ଶାଉଛି, ବରଂ ସମଗ୍ର ଦେଶରେ ଉଦୀୟମାନ କ୍ରୀଡ଼ାବିତଙ୍କ ପାଇଁ କିଶୋର ପ୍ରେରଣା ପାଲଟିଛନ୍ତି ।" ଆସନ୍ତାବର୍ଷ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 4, 2023, 9:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.