ETV Bharat / state

କଟକରେ ଅତ୍ୟାଧୁନିକ ଲାଇବ୍ରେରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୩୦ କୋଟି ୫୮ଲକ୍ଷ - ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି

କଟକ ବାଦାମବାଡିର ପୁରୀ-ଅନୁଗୋଳ ବସଷ୍ଟାଣ୍ଡରେ ସ୍ଥାପନ ହେବ ଅତ୍ୟାଧୁନିକ ଲାଇବ୍ରେରୀ । ଜନ ମତାମତ ଭିତ୍ତିରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧି୍କ ପଢନ୍ତୁ

cm approves setting up modern library
ଅତ୍ୟାଧୁନିକ ଲାଇବ୍ରେରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
author img

By ETV Bharat Odisha Team

Published : Oct 8, 2023, 3:48 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ବାଦାମବାଡ଼ିରେ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ reading Hall। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ ଛାତ୍ରଛାତ୍ରୀ । କଟକ ବାଦାମବାଡିର ପୁରୀ-ଅନୁଗୋଳ ବସଷ୍ଟାଣ୍ଡରେ ଏହି ପାଠାଗାର ସ୍ଥାପନ କରାଯିବ । 5T ସଚିବଙ୍କ କଟକ ଗସ୍ତ ସମୟରେ ଜନସାଧାରଣଙ୍କ ମତାମତ ଭିତ୍ତିରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ତେବେ ଏହି ପାଠାଗାର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୦ କୋଟି ୫୮ ଲକ୍ଷ ଟଙ୍କା । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୋଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧ ହଜାର ୧୦୦ଟଙ୍କା ଖର୍ଚ୍ଚ କରାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ଅନୁସାରେ, 5T ସଚିବ ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ କଟକରେ ସ୍ଵର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ସ୍ମୃତିରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ କଟକବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା । ଏହି ମତାମତକୁ ଗ୍ରହଣ କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଲାଇବ୍ରେରୀରେ ପିଲାମାନେ ବସି ଅଧ୍ୟୟନ କରିବା ପାଇଁ ଏକ ବଡ reading hall ମଧ୍ୟ ରହିବ । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ସେଠାରେ ପ୍ରସ୍ତୁତି କରିପାରିବେ ।

ଏହା ବି ପଢନ୍ତୁ...କ୍ୟାନ୍ସର ହସ୍ପିଟାଲରେ ନୂଆ ଲିନାକ୍ ମେସିନର ଶୁଭାରମ୍ଭ

ଏହା ବି ପଢନ୍ତୁ...ମେଟ୍ରୋ ରେଲ୍‌ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ । ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍‌ଦୁରମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ। ତାଙ୍କ ନାଁରେ ଲାଇବ୍ରେରୀ ପ୍ରତିଷ୍ଠା ଦ୍ୱାରା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କର ସ୍ମୃତିକୁ ଉପଯୁକ୍ତ ସମ୍ମାନ ମିଳିବା ସହିତ ତାଙ୍କ ଅବଦାନ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବ ସମାଜ ଅବଗତ ହେବେ । ଯୁବବର୍ଗ ବିଶ୍ୱନାଥ ପଣ୍ଡିତଙ୍କର ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଅପରପକ୍ଷେ, ଏହି ଅତ୍ୟାଧୁନିକ ପାଠାଗାର ନିର୍ମାଣ ହୋଇପାରିଲେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.