ଏହା ମଧ୍ୟ ପଢନ୍ତୁ-Teachers Recruitment: ଖୁବଶୀଘ୍ର ନିଯୁକ୍ତି ପାଇବେ ନୂତନ ୩୩୫ ଶିକ୍ଷକ
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଅତ୍ୟାଧୁନିକ ଶିକ୍ଷା ଦକ୍ଷତା ଉପରେ ଅପଡେଟ ରହିବା ଏବଂ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ITକୁ ଏକ ଉପକରଣ ଭାବରେ ବ୍ୟବହାର କରନ୍ତୁ । ପ୍ରଯୁକ୍ତି ବିଜ୍ଞାନକୁ ଶିକ୍ଷକତାରେ ଉପଯୋଗ କରନ୍ତୁ । ଶ୍ରେଣୀଗୃହକୁ ପରିବେଶ ଭିତ୍ତିକ କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରନ୍ତୁ । ସମସ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାର ସହିତ ଶିକ୍ଷକତା କରି ରାଜ୍ୟ ରୂପାନ୍ତରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାନ୍ତୁ । ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି । ଏହା ଭିତରେ ୧୧୦ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ କରାଯାଇଛି । ଏହା ଉଚ୍ଚ ମାଧ୍ୟମିକ ସ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହିଠାରୁ ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାକୁ ବାଟ ଫିଟିଥାଏ । ତେଣୁ ଶିକ୍ଷକମାନେ ସର୍ବୋତ୍କୃଷ୍ଟ ଉପାୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ, ଚୁକ୍ତିଭିତ୍ତିକ ବଦଳରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ବର୍ତ୍ତମାନ ଯେଉଁ ଶିକ୍ଷକ ନିଯୁକ୍ତି କରାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ 50 ପ୍ରତିଶତ ମହିଳା । ଏହା ମହିଳାଙ୍କ ବାସ୍ତବ ସ୍ଥିତି ଏବଂ ରାଜ୍ୟରେ ସେମାନଙ୍କର ସଶକ୍ତିକରଣର ଏକ ସୂଚକ । ଦୁଇ ଜଣ ନୂତନ ଶିକ୍ଷକ ରଶ୍ମି ମିଶ୍ର ଏବଂ ଇପସିତା ବେହେରା କହିଛନ୍ତି ଯେ, 5T ପଦକ୍ଷେପ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି । ଏହି କାରଣରୁ ସମଗ୍ର ନିଯୁକ୍ତି ପ୍ରକ୍ରିୟା କେବଳ 4 ମାସ ମଧ୍ୟରେ ସମାପ୍ତ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର