ETV Bharat / state

ମହାନଦୀ ପ୍ରସଙ୍ଗରେ ସରକାର ବାହାସ୍ପଟ ମାରି, ଫେଲ ମାରୁଥିବେ: ନରସିଂହ

author img

By

Published : Mar 25, 2023, 9:37 PM IST

ନରସିଂହ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗ 2000 ମସିହାରୁ ଗୃହରେ ଆଲୋଚନା ହୋଇ ହୋଇଚାଲିଛି । ଅଣ ମୌସୁମୀ ସମୟରେ ହୀରାକୁଦକୁ ବେଶୀ ପାଣି ଆସୁଛି ବୋଲି 2010 ମସିହାରେ ସରକାର ନିଜେ ସ୍ୱୀକାର କରିଛନ୍ତି । 2001ରେ କହିଥିଲେ ପାଣି କମି ଯାଉଛି । ଉପର ମୁଣ୍ଡରେ ବ୍ୟାରେଜ ହେବା ପରେ କହିଲେ ବେଶୀ ପାଣି ଆସୁଛି । ଅଧିକ ପଢନ୍ତୁ

ମହାନଦୀ ପ୍ରସଙ୍ଗରେ ସରକାର ବାହାସ୍ପଟ ମାରି, ଫେଲ ମାରୁଥିବେ : ନରସିଂହ

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ପୁନର୍ବାର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ମହାନଦୀ ପ୍ରସଙ୍ଗରେ ଦୋମୁହାଁ ନୀତି ଆପଣେଇଛନ୍ତି ଶାସକ ଦଳ । ବିରୋଧୀ ଦଳ ମାନଙ୍କୁ ଶାସକ ଦଳ ବିଶ୍ୱାସକୁ ନେଉନାହାଁନ୍ତି । ଯେଉଁଥିପାଇଁ ସବୁବେଳେ ସେ ଫେଲ ମାରୁଛନ୍ତି । ମହାନଦୀରେ ବି ସେମାନେ ବାହାସ୍ପଟ ମାରୁଥିବେ । ଫେଲ ମାରୁଥିବେ ବୋଲି ନରସିଂହ କହିଛନ୍ତି ।

ନରସିଂହ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗ 2000 ମସିହାରୁ ଗୃହରେ ଆଲୋଚନା ହୋଇ ଚାଲିଛି । ଅଣ ମୌସୁମୀ ସମୟରେ ହୀରାକୁଦକୁ ବେଶୀ ପାଣି ଆସୁଛି ବୋଲି 2010 ମସିହାରେ ସରକାର ନିଜେ ସ୍ୱୀକାର କରିଛନ୍ତି । 2001ରେ କହିଥିଲେ ପାଣି କମି ଯାଉଛି । ଉପର ମୁଣ୍ଡରେ ବ୍ୟାରେଜ ହେବା ପରେ କହିଲେ ବେଶୀ ପାଣି ଆସୁଛି । ମହାନଦୀ ଶୁଖି ଯାଉଛି ବୋଲି ଏବେ ସରକାର ହରଡ଼ଘଣାରେ ପଡୁଛନ୍ତି । ଅତଏବ ଦେଖାଇବା ଲାଗି ଶାସକ ଦଳ ବିଧାନସଭାରେ ହୋ ହଲ୍ଲା କଲେ । ଗୃହ ଭିତରେ ହୋ ହଲ୍ଲା କରିଦେଲେ ଯେମିତି ମହାନଦୀକୁ ସୁରକ୍ଷା ଦେଇଦେବେ ।

ବିଜେଡି ଉପରେ ବର୍ଷି ନରସିଂହ କହିଛନ୍ତି ଆଲୋଚନା କରିବା ପାଇଁ ସେମାନେ ଆହ୍ବାନ ଦେଲେ । କିନ୍ତୁ ଆମେ ଯେତେବେଳେ ମୋସନ ଦେଲୁ ସେତେବେଳେ ସରକାର ପଛ ଘୁଞ୍ଚା ଦେଲେ । ଦେଖାଯାଉ ବର୍ତ୍ତମାନ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନା ପାଇଁ ରୁଲିଙ୍ଗ ଦେଇଛନ୍ତି । ଦେଖାଯାଉ ବିଧାନସଭା ଚଳାଉଛନ୍ତି ନା ବନ୍ଦ କରୁଛନ୍ତି । 10 ଜଣ ବସିଲେ । କାଗଜ ପତ୍ର ଦେଖିଲେ । ଆଲୋଚନାର ରାସ୍ତା ବହାରିପାରିବ । ଧାମରା ବନ୍ଦରକୁ କେମିତି ସୁରକ୍ଷା ଦିଆଗଲା ? ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ବୋଲି ସୁରକ୍ଷା ଦିଆଗଲା ନା ହାଇକୋର୍ଟରେ ଓକିଲ ହିସାବରେ ଜନସ୍ୱାର୍ଥ ମାମଲାରେ ଯୁକ୍ତି କରିଥିଲି ବୋଲି ସୁରକ୍ଷା ଦିଆଗଲା ? ସେତେବେଳେ ଦିଲ୍ଲୀରେ କଂଗ୍ରେସ ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଥିଲା । ତଥାପି ରାଜ୍ୟ ସ୍ଵାର୍ଥ ଦୃଷ୍ଟିରୁ ଓକିଲ ହିସାବରେ କଳା କୋର୍ଟ ପିନ୍ଧି ଯୁକ୍ତି କରିଥିଲି । ଧାମରା ପୋର୍ଟକୁ ସୁରକ୍ଷା ଦିଆଯାଇଥିଲା । ଉପାୟ ଖୋଜିଲେ ବହାରିବନି ?

2016-17ରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ କାହାର ସହଯୋଗ ନେବାକୁ ଚାହେଁନାହିଁ । ମୁଁ ଏକ ସବୁ କରିପାରିବି । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ କଣ ବୋଲି କହିବେ । ଗୃହରେ ଦୁଇ ଦୁଇଟି ଗୃହ କମିଟି ହେଲା । ଗୋଟିକରେ ଚେୟାରମ୍ୟାନ ଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟଟିରେ ଚେୟାରମ୍ୟାନ ଥିଲେ ବାଚସ୍ପତି । ଥରଟିଏ ମିଟିଂ ଡାକିଛନ୍ତି ? ବିରୋଧୀ ଦଳ ମାନଙ୍କୁ ଶାସକ ଦଳ ବିଶ୍ୱାସକୁ ନେଉନାହାଁନ୍ତି । ସହଯୋଗ ନେଉନାହାନ୍ତି । ଯେଉଁଥିପାଇଁ ସବୁବେଳେ ସେ ଫେଲ୍ ମାରୁଛନ୍ତି । ମହାନଦୀରେ ବି ସେମାନେ ବାହାସ୍ପଟ ମାରୁଥିବେ । ଫେଲ ମାରୁଥିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.