ETV Bharat / state

ସ୍ମୃତି ହେଲା ଉଜ୍ଜିବୀତ; ୫୩ ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର 'ପରିଣାମ' ରିଲିଜ, ଉତ୍ସାହିତ ସିନେ ପ୍ରେମୀ

author img

By ETV Bharat Odisha Team

Published : Nov 10, 2023, 10:22 AM IST

୫୩ ବର୍ଷ ପରେ ପୁଣି ଓଡ଼ିଆ ଚଳଚ୍ଚିତ୍ର 'ପରିଣାମ' ରିଲିଜ ହୋଇଛି । ଏହାକୁ ଦେଖି ବେଶ ଖୁସି ହୋଇଛନ୍ତି ସିନେ ପ୍ରେମୀ । ଏବଂ ସ୍ମୃତି ତାଜା ହୋଇଥିବା ନେଇ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ସ୍ମୃତି ହେଲା ଉଜ୍ଜିବୀତ; ୫୩ ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର 'ପରିଣାମ' ରିଲିଜ, ଉତ୍ସାହିତ ସିନେ ପ୍ରେମୀ
ସ୍ମୃତି ହେଲା ଉଜ୍ଜିବୀତ; ୫୩ ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର 'ପରିଣାମ' ରିଲିଜ, ଉତ୍ସାହିତ ସିନେ ପ୍ରେମୀ
ସ୍ମୃତି ହେଲା ଉଜ୍ଜିବୀତ; ୫୩ ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର 'ପରିଣାମ' ରିଲିଜ, ଉତ୍ସାହିତ ସିନେ ପ୍ରେମୀ

ଭୁବନେଶ୍ବର: ଦୀର୍ଘ ୫୩ ବର୍ଷ ପରେ ପୁଣି ରିଲିଜ ହୋଇଛି ବହୁ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର 'ପରିଣାମ' । ୧୯୬୦ରେ ହୋଇଥିଲା ରିଲିଜ୍‌ ହୋଇଥିବା ଏହା ୧୨ତମ ଓଡ଼ିଆ ଫିଲ୍ମ ଅଟେ । ଏହି ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ଆୟୋଜିତ ୨୦ତମ ସ୍ମୃତିଛାୟା କାର୍ଯ୍ୟକ୍ରମରେ ରିଲିଜ କରାଯାଇଛି । ଯାହାକୁ ଦେଖି ବେଶ ଉତ୍ସାହିତ ହୋଇଥିଲେ ଦର୍ଶକ । ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟାରେ ପୁରୁଣା ଦିନର ସ୍ମୃତି ତାଜା ହୋଇଥିବା ସିନେ ପ୍ରେମୀ ପ୍ରକାଶ କରିଛନ୍ତି ।

କେତେବେଳେ ପରିବାର ମଧ୍ୟରେ ହସ ଖୁସିର ମହୋଲ ତ ଆଉ କେତେବେଳେ କଳି ଝଗଡ଼ା । ଏମିତି କିଛି ବଳିଷ୍ଠ ପାରିବାରିକ କାହାଣୀକୁ ୧୯୬୦ ମସିହା ନଭେମ୍ବର ୩ ତାରଖରେ କଟକର କ୍ୟାପିଟାଲ୍‌, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟକିଜ୍‌ରେ ମୁକ୍ତିଲାଭ କରିଥିଲା ଦ୍ୱାଦଶ ଓଡ଼ିଆ ଫିଲ୍ମ ‘ପରିଣାମ’ । କିନ୍ତୁ ଏହି ଚଳଚ୍ଚିତ୍ର ସମୟ ଗର୍ଭରେ ବିଲୁପ୍ତ ହୋଇଯାଇଥିଲା । ବହୁ ଆବିଷ୍କାର ପରେ ଦୀର୍ଘ ୫୩ ବର୍ଷ ପରେ ଫିଲ୍ମକୁ ପୁଣି ରିଲିଜ କରାଯାଇଛି । ଭୁବନେଶ୍ବର ସ୍ଥିତ ଜୟଦେବ ଭବନର ଭବ୍ୟ ଆୟୋଜନ ସହ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ଫିଲ୍ମକୁ ରିଲିଜ କରାଯାଇଛି । ଯାହାକୁ ଦେଖିବା ପରେ ପୁରୁଣା ସ୍ମୃତି ତାଜା ହେଲା ଭଳି ମନେ ହୋଇଛି ।

ଏହି ସିନେମାକୁ ନେଇ ସିନେ ଗବେଷକ ସୂର୍ଯ୍ୟ ଦେଓ କହିଛନ୍ତି, ଏହାର ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ୧୯୮୯ରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଥିଲେ ୧୯୬୯ ବନ୍ୟାରେ ସବୁ ପ୍ରିଣ୍ଟ୍‌ ନଷ୍ଟହୋଇଗଲା । ଦୀର୍ଘ ୨ ବର୍ଷର ଅକ୍ଳାନ୍ତ ପରିଶ୍ରମ ଏବଂ ବିଭିନ୍ନ ସିନେମାର ସଂଯୋଗରେ ‘ପରିଣାମ’ ସମ୍ପୂର୍ଣ୍ଣ ନୂଆ ରୂପ ନେଇଛି । ୯୦ ମିନିଟ୍‌ରୁ ପାଖାପାଖି ୬ମିନିଟ୍ କଟି ୮୪ ମିନିଟ୍ ଅବଧିର ଚିତ୍ରକୁ ପ୍ରଦର୍ଶିତ କରାଯାଇଛି । ଯାହା ଓଡ଼ିଆ ସିନେମାର ସେହି ପୁରୁଣା ଭାବଧାରାକୁ ପ୍ରତିପାଦିତ କରିଛି । ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ସିନେମାର ଗୁଣବତ୍ତା ଓ ଅଭିନୟ ଯାଦୁଗରୀର ପୁର୍ଣ୍ଣତାକୁ ପୁଣି ଥରେ ଉଜ୍ଜିବୀତ କରିଛି । ତେଣୁ ଆସନ୍ତୁ ସେହି ପୁରୁଣା ଦୁନିଆକୁ ଫେରି ପୁଣି ଓଡ଼ିଆ ଚଳଚିତ୍ରର ବିକାଶକୁ ତ୍ୱରାନ୍ୱିତ କରିବା ବୋଲି ଆହ୍ୱାନ ଦେଇଛନ୍ତି ସୂର୍ଯ୍ୟ ଦେଓ ।

୧୯୬୦ ମସିହାରେ ନିର୍ମିତ ପରିଣାମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ପ୍ରମୋଦ ପାଣିଗ୍ରାହୀ, ଦୁଃଖୀରାମ ସ୍ୱାଇଁ, ଗୀତିସୁଧା, ତୁଷାର ପାଣିଗ୍ରାହୀଙ୍କ ସହ ତତ୍କାଳୀନ ମଞ୍ଚ ଜଗତର ପ୍ରଖ୍ୟାତ ଅଭିନେତା ଅଭିନେତ୍ରୀ, ଯଥା ମାଷ୍ଟର ମାଣିଆ, ପୂର୍ଣ୍ଣ ଚାନ୍ଦ, ସୁନ୍ଦରମଣି, କିଶୋରୀ ଦେବୀ ଓ କାର୍ତ୍ତିକ କୁମାର ଘୋଷ । ଏହା ଥିଲା ପ୍ରଖ୍ୟାତ ଅଭିନେତା ଧୀରେନ୍ଦ୍ର ବିଶ୍ୱାଳଙ୍କର ଅଭିନୀତ ତୃତୀୟ ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ସାନଲିସା ପଟେଲ, ମନୋଜ ମିଶ୍ରଙ୍କ ଗିରଫ ଦାବି

ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ସଂଯୋଜନାରେ ‘ପରିଣାମ’ରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ ଓ ନିର୍ମଳା ମିଶ୍ର । ୯୦ ମିନିଟ ଅବଧିର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ନାୟକ । ଗାୟକ ଭାବେ ଏହା ଥିଲା ଅକ୍ଷୟ ମହାନ୍ତିଙ୍କର ତୃତୀୟ ଫିଲ୍ମ । ତେବେ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ବିଭିନ୍ନ ବିବାଦକୁ ନେଇ ଫସି ରହିଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ୬୦ ଶତକର ଏହି ପୁରୁଣା ଚଳଚ୍ଚିତ୍ର ନୂତନ ପ୍ରଯୋଜକ ନିର୍ଦ୍ଦେଶକଙ୍କ ମଧ୍ୟରେ ନୂଆ କିଛି କରି ଦେଖାଇବାର ଆଶା ଓ ଆକାଂକ୍ଷା ଦେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.