ETV Bharat / state

ରାତି ପାହିଲେ ଯୁକ୍ତ ଦୁଇ ପରୀକ୍ଷା, 3ଲକ୍ଷ 38ହଜାର 747 ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍ - ଶତ ପ୍ରତିଶତ ସିଲାବସରେ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଆସନ୍ତାକାଲି ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା।ଶତ ପ୍ରତିଶତ ସିଲାବସରେ 3 ଲକ୍ଷ 38 ହଜାର 747 ଜଣ ଛାତ୍ରଛାତ୍ରୀମାନେ ଦେବେ ଯୁକ୍ତ ଦୁଇ ପରୀକ୍ଷା ।

chse plus 2 exam
chse plus 2 exam
author img

By

Published : Feb 28, 2023, 7:26 PM IST

chse plus 2 exam

ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସିସିଟିଭି ନଜର ରହିବ ସମସ୍ତ ପରୀକ୍ଷା କେନ୍ଦ୍ର । ଶତ ପ୍ରତିଶତ ସିଲାବସରେ 3 ଲକ୍ଷ 38 ହଜାର 747 ଜଣ ଛାତ୍ରଛାତ୍ରୀମାନେ ଦେବେ ଯୁକ୍ତ ଦୁଇ ପରୀକ୍ଷା। ତେବେ ପରୀକ୍ଷା କୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ପରିକ୍ଷାରେ ଭଲ କରିବାକୁ ଆଶା ମଧ୍ୟ କରିଛନ୍ତି ଛାତ୍ରଛାତ୍ରୀ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷା ଶତ ପ୍ରତିଶତ ସିଲାବସରେ ପରୀକ୍ଷା ହେବାକୁ ଯାଉଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ 3 ଲକ୍ଷ 56 ହଜାର 449 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରେ 3 ଲକ୍ଷ୍ୟ 38 ହଜାର 747ଜଣ ରେଗୁଲାର ଏବଂ 1 ଲକ୍ଷ୍ୟ 77 ହଜାର 204 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି। ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ 2 ଲକ୍ଷ୍ୟ 19 ହଜାର 110 ଜଣ ଥିବା ବେଳେ ବିଜ୍ଞାନରେ 91 ହଜାର 379, ବାଣିଜ୍ୟରେ 23 ହଜାର 148 ଏବଂ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 110ଜଣ ରହିଛନ୍ତି। ଅନ୍ୟପଟେ ପରୀକ୍ଷା ହଲ , ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା ନଜରରେ ରଖାଯିବ ।

ଏନେଇ ବିଜେବି କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ କହିବାନୁସାରେ ବିଜେବି କଲେଜ ସମେତ ବାକି 5 ଟି କଲେଜର ପିଲାମାନେ ମଧ୍ୟ ଏଠାରେ ପରୀକ୍ଷା ଦେବେ। ଦିନକୁ ବିଜେବି କଲେଜରେ 19560 ଜଣ ପିଲା ଏଠାରେ ପରୀକ୍ଷା ଦେବେ। ସମସ୍ତଙ୍କ ପାଇଁ ଗାଇଡଲାଇନ କରାଯାଇଛି। ସେହି ଗାଇଡ ଲାଇନ ଅନୁସାରେ ପରୀକ୍ଷା କରାଯିବ। ଚଳିତବର୍ଷ 2021 ମସିହାରେ ରେଗୁଲାରରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ 30 ପୃଷ୍ଠାର ଉତ୍ତର ଖାତା ପ୍ରଦାନ କରାଯିବ। 2020 ମସିହା ପୂର୍ବରୁ ପଞ୍ଜିକରଣ କରିଥିବା ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନଙ୍କୁ 28 ପୃଷ୍ଠାର ଉତ୍ତର ଖାତା ଦିଆଯିବ। ତେବେ ଜଣେ ପରୀକ୍ଷାର୍ଥୀ ଚାହିଁଲେ ବି ଅଧିକ ଉତ୍ତର ଖାତା ନେଇପାରିବ ନାହିଁ ।

ମାର୍ଚ୍ଚ 1 ତାରିଖରୁ 18 ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ପାଇଁ ସମସ୍ତ ବିଷୟ ଗୁଡ଼ିକର ପ୍ରଶ୍ନପତ୍ର ଗୁଡ଼ିକ ସମସ୍ତ କଲେଜର ହବ ଗୁଡ଼ିକରେ ପହଞ୍ଚି ଯାଇଛି । ଏହା ସହ ମାର୍ଚ୍ଚ 18 ତାରିଖ ପରେ ଯେଉଁ ସବୁ ବିଷୟ ଗୁଡ଼ିକର ପରୀକ୍ଷା ରହିଛି ସେଗୁଡିକ ପାଇଁ ମାର୍ଚ୍ଚ 15 ରୁ 18 ତାରିଖ ମଧ୍ୟରେ ସମସ୍ତ କଲେଜର ହବ କୁ ପ୍ରଶ୍ନ ପତ୍ର ପହଞ୍ଚିବ। ତେବେ ରାଜ୍ୟରେ ମୋଟ 202 ଟି ହବ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.