ETV Bharat / state

ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା - ଯୁକ୍ତ ଦୁଇ ଖାତା ଦେଖା ତାରିଖ ଘୋଷଣା

ଏପ୍ରିଲ 10 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ଖାତା ଦେଖା ସମୟରେ ମୋବାଇଲ ମନା । ଅଧିକ ପଢନ୍ତୁ

plus two evaluation
plus two evaluation
author img

By

Published : Apr 1, 2023, 12:28 PM IST

ଭୁବନେଶ୍ବର: ଆସନ୍ତା 10 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ । ଉଭୟ ଅନଲାଇନ ଓ ଅଫଲାଇନରେ ଦେଖାଯିବ ଖାତା । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନଲାଇନ ଖାତାଦେଖା ଏପ୍ରିଲ ୨୩ରେ ଶେଷ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଖାତା ଦେଖା ସମୟରେ ମୋବାଇଲ ମନା କରାଯାଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ବେଳେ ଯାହା ଏପ୍ରିଲ ୫ ତାରିଖରେ ଶେଷ ହେବ । ଏହାପରେ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା ପ୍ରକ୍ରିୟା । ଉଭୟ ଅନଲାଇନ ଓ ଅଫଲାଇନରେ ଦେଖାଯିବ ଖାତା । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ ଖାତାଦେଖା ଏପ୍ରିଲ ୨୩ ରୁ ଆରମ୍ଭ ହୋଇ ମେ’୪ ତାରିଖ ଏବଂ ଅନଲାଇନ ଖାତାଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ଅଫଲାଇନ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଛି । ଏଥିରେ ୩୯ଟି ଅନଲାଇନ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ । ଦୁଇଟି ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମଇ ମାସ ଶେଷ ଓ ଜୁନ ମାସ ଆରମ୍ଭରୁ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ଅଫଲାଇନ କେନ୍ଦ୍ର ଗୁଡ଼ିକରେ ସକାଳ ୧୦ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖାତାଦେଖା ହେବ । ମାତ୍ର ଅନଲାଇନ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ । ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ୨ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଯାଞ୍ଚ କରାଯିବ । ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି।

ଅନଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବ । ଏହା ପରେ ୨ ଥର ପାଇଁ ମୂଲ୍ୟାଙ୍କନ କରାଯିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ସମସ୍ତ ବ୍ୟବସ୍ଥା କରାଯିବ । ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ମୂଲ୍ୟାଙ୍କନକାରୀ ନପହଞ୍ଚିଲେ କାରଣଦର୍ଶାଅ ନୋଟିସ୍‌ ଜାରି କରାଯିବ। ଯେଉଁ ଅଧ୍ୟାପକ କିମ୍ବା ଅଧ୍ୟାପିକା ତଥା ପରୀକ୍ଷାକେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବାବେଳେ ସିସିଟିଭି ନଜରରେ ରହିବ ସମସ୍ତ ମୂଲ୍ୟାଙ୍କନ ଜୋନ ।

ଏପଟେ ଆସନ୍ତା 3 ତାରିଖରୁ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ମଧ୍ୟ ଆରମ୍ଭ ହେବ । ତେବେ ଖୋର୍ଦ୍ଧା ଜିଲ୍ଲାରେ 3ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କରାଯିବ। କ୍ୟାପିଟାଲ ହାଇସ୍କୁଲ, ୟୁନିଟ 1 ସରକାରୀ ବିଦ୍ୟାଳୟ ଏବଂ ବିଜେବି ହାଇସ୍କୁଲରେ କରାଯିବ ମାଟ୍ରିକ ମୂଲ୍ୟାୟନ । ଯେଉଁଠାରେ ମୂଲ୍ୟାଙ୍କନ କରାଯାଉଛି ସେଠାରେ ପିଲାଙ୍କ ପାଠ ପଢା ଦୃଷ୍ଟିରୁ ପିଲାଙ୍କର ସକାଳୁଆ ସ୍କୁଲ କରାଯାଉଛି । ଯାହା 9 ଟା 30 ସୁଦ୍ଧା ସ୍କୁଲ ଛୁଟି ହେବ । 10ଟା ସମୟରୁ ମାଟ୍ରିକ ମୂଲ୍ୟାଙ୍କନ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.