ଭୁବନେଶ୍ବର: ଆଜି ରାତି 12ଟାରେ ଜନ୍ମ ନେବେ ପ୍ରଭୁ ଯୀଶୁ । ଏନେଇ ଗାଁ ରୁ ସହର ସବୁ ଚଳଚଞ୍ଚଳ। ରାଜଧାନୀ ବି ସଜେଇ ହୋଇ ପଡୁଛି , ସମସ୍ତ ଚର୍ଚ୍ଚରେ ବଡଦିନ ପାଳନ ପାଇଁ ରହିଛି ବ୍ୟାପକ ବ୍ୟବସ୍ଥା। ଅନ୍ୟପଟେ ବିଦ୍ୟାଳୟ ମାନଙ୍କରେ ଆଜି ଠାରୁ ବଡଦିନ ପାଳନ ହୋଇଛି।
ବିଦ୍ୟାଳୟ ଗୁଡିକ କାଲି ଠାରୁ ଛୁଟି ଥିବାବେଳେ ଆଜି ରାଜଧାନୀର ଅନେକ ସ୍କୁଲରେ ପିଲାମାନେ ମିଶି ବଡଦିନକୁ ବେଶ ଆନନ୍ଦ ସହ ପାଳନ କରୁଥିବାର ଦେଖିବାକୁ ମିଳିଛି। କିଏ ସାନ୍ତାକ୍ଲଜ ଭାବରେ ସଜେଇ ହୋଇଛି ତ ଆଉ କିଏ ପରି ବେଶରେ ସଜେଇ ହୋଇଛି। ଚକୋଲେଟ ମିଠା ବାଣ୍ଟି ଓ କେକ କାଟି ପିଲା ମନେ ଆସୁଥିବା ବଡଦିନକୁ ପାଳନ କରିଛନ୍ତି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ