ETV Bharat / state

ଶୀତୁଆ ସକାଳରେ ଚିଲିକାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ

ବଢୁଛି ଶୀତ, ଚିଲିକାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଶୀତୁଆ ସକାଳ ସାଙ୍ଗକୁ ଚିଲିକାର ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଅଧିକ ପଢ଼ନ୍ତୁ

author img

By

Published : Jan 14, 2023, 11:05 AM IST

chilka lake
ଚିଲିକା
ଶୀତୁଆ ସକାଳରେ ଚିଲିକାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ

ଖୋର୍ଦ୍ଧା: 'ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା' ଅପରୂପ ସୌନ୍ଦର୍ଯ୍ୟରେ ଭରା ଚିଲିକା । ଶୀତ ସ୍ପର୍ଶରେ ଚିଲିକା ଭଣ୍ଡାରର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି । ସତେ ଯେପରି ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି । ପ୍ରକୃତିର ଅପୂର୍ବ ଶୋଭାରାଜି ସହ ରଙ୍ଗବେରଙ୍ଗ ବିଦେଶୀ ପକ୍ଷୀଙ୍କ ସମାଗମ ଚିଲିକାକୁ ଆହୁରି ସୁନ୍ଦର କରୁଛି । କିଚିରି ମିଚିରି କଳରବରେ ମୁଖରିତ ହୋଇ ଉଠିଛି ଚିଲିକା ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup 2023: ଖରା ମାନିଲେନି ହକି ପ୍ରେମୀ, କଳିଙ୍ଗ ଷ୍ଟାଡିୟମରେ ଖଚାଖଚ ଭିଡ

ଏସିଆର ସର୍ବ ବୃହତ ଲୁଣି ହ୍ରଦର ସୌନ୍ଦର୍ଯ୍ୟ କାନେ କାନେ ପର୍ଯ୍ୟଟକଙ୍କୁ ହାତ ଠାରି ଡାକି ଆଣେ । ସମୟର ପରିବର୍ତନ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବହୁଗୁଣିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପରିବେଶ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା କହିଲେ ହେବନାହିଁ, ଏହା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଭାତହାଣ୍ଡି ମଧ୍ୟ । ପରିବେଶ ପରିବର୍ତ୍ତନ କାରଣରୁ ବହୁ ବିରଳ ମାଛ ଓ କଙ୍କଡ଼ା ଆଉ ଏଠି ଦୃଶ୍ୟ ହେଉନାହାନ୍ତି । ଭବିଷ୍ୟତକୁ ଦୃଷ୍ଟିରେ ରଖି ହ୍ରଦରେ ପ୍ଲାଷ୍ଟିକ ଓ ପଲଥିନକୁ ବ୍ୟାନ କରାଯାଇଛି । ଯାହା ଚିଲିକାର ଜଳରାଶିକୁ ସୁରକ୍ଷିତ ରଖିବା ପାଇଁ ବଡ଼ ଅସ୍ତ୍ର ପାଲଟିଛି । ଦଳ ,ପ୍ଲାଷ୍ଟିକ ଓ ପଲଥିନ ଚିଲିକା ପାଇଁ ବଡ଼ଶତ୍ରୁ । ଚିଲିକାରେ ପଙ୍କର ପରିମାଣ ବଢି ବଢି ଚାଲିଲାଣି ,ସେହିପରି ଛାତିଏ ଉଚ୍ଚର ନଳ ଘାସ ଠିଆ ହେଲାଣି ।

ଏହା ମଧ୍ୟ ପଢ଼ନ୍ତୁ: ବର୍ତ୍ତମାନ ସଂକ୍ରମଣ ରହିଛି, ଭିଡ ସ୍ଥାନକୁ ଗଲେ ନିଜକୁ ସୁରକ୍ଷିତ ରଖନ୍ତୁ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଚିଲିକାର ଅନ୍ୟତମ ଆକର୍ଷଣ ହେଉଛି ବିଦେଶୀ ବିହଙ୍ଗଙ୍କ ସମାଗମ । ପ୍ରତିବର୍ଷ ଶୀତଋତୁର ଆଗମନରେ ଚିଲିକାରେ ବିଦେଶୀ ଅତିଥିଙ୍କ ମେଳି ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ପକ୍ଷୀଙ୍କ ପାଇଁ ପାଗ ଅନୂକୁଳ ଥିବାରୁ ଚିଲିକା ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି । ସୂଦୁର ସାଇବେରିଆ, ମଙ୍ଗୋଲିଆ,କସପିଅନ, ଲଦାଖ, ଶ୍ରୀଲଙ୍କା, ପାକିସ୍ତାନ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ପକ୍ଷୀ । ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବିଶେଷକରି ଚଳିତ ଋତୁରେ ଚିଲିକାକୁ ହଜାର ହଜାର ମାଇଲ ଅତିକ୍ରମ କରି ଆସିଥିବା ବିଦେଶୀ ପକ୍ଷୀ ପର୍ଯ୍ୟଟଙ୍କ ମନ ମୋହୁଥିବା ଦେଖିବାକୁ ମିଳିଛି । ଦେଶର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଚିଲିକାକୁ ବେଶ ପସନ୍ଦ କରୁଛନ୍ତି ପର୍ଯ୍ୟଟକ । ଚିଲିକାର ସ୍ୱଚ୍ଛ ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.