ETV Bharat / state

ସରକାରଙ୍କ ବିକାଶକୁ ଆଇନା ଦେଖାଉଛି ଲେଞ୍ଜିଗୁଡା, ଆଜିବି ଏଠି ସ୍କୁଲ ଯିବା ପାଇଁ ଦେଶୀ ଡଙ୍ଗା ଭରସା - children go to school in boat

School student risk life: ଲେଞ୍ଜିଗୁଡା ଗାଁକୁ ନାହିଁ ରାସ୍ତା । ଜୀବନ ଜୀବିକାରର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ଦେଶୀ ଡଙ୍ଗା । ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି କୁନିକୁନି ପିଲା । ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

ସ୍କୁଲ ଯିବା ପାଇଁ ଦେଶୀ ଡଙ୍ଗାହିଁ ଭରସା
ସ୍କୁଲ ଯିବା ପାଇଁ ଦେଶୀ ଡଙ୍ଗାହିଁ ଭରସା
author img

By ETV Bharat Odisha Team

Published : Jan 20, 2024, 4:20 PM IST

ଲେଞ୍ଜିଗୁଡ଼ା ଗାଁକୁ ବାଟ ଭୁଲିଛି ବିକାଶ , ସ୍କୁଲ ଯିବା ପାଇଁ ଦେଶୀ ଡଙ୍ଗା ହିଁ ଭରସା

କୋରାପୁଟ: ଜିଲ୍ଲାର ବିଭିନ୍ନ ନଦୀ କୂଳିଆ ଗାଁ ଗୁଡିକରେ ରାସ୍ତା ଘାଟ କିମ୍ବା ବ୍ରିଜ ନାହିଁ । ଫଳରେ ନଦୀ ପାର ହେବାକୁ ଲୋକେ ଡଙ୍ଗା ଉପରେ ଭରସା କରୁଛନ୍ତି । ତେବେ ସରକାରୀ ସ୍ତରରେ କୌଣସି ଡଙ୍ଗା ବ୍ୟବସ୍ଥା ନ ଥିବା ଯୋଗୁ ଗ୍ରାମବାସୀ ନିଜ ଉଦ୍ୟମରେ ତିଆରି କରିଥିବା ଦେଶୀ ଡଙ୍ଗା ବ୍ୟବହାର କରୁଛନ୍ତି । ଏଥିରେ ସୁରକ୍ଷା ବ୍ୟବସ୍ଥା ନ ଥିବା ଯୋଗୁଁ ବିଭିନ୍ନ ସମୟରେ ଡଙ୍ଗା ବୁଡି ଭଳି ଘଟଣା ଦେଖିବାକୁ ମିଳୁଛି । ବିଗତ ଚାରି ବର୍ଷ ମଧ୍ୟରେ ୧୨ ଜଣ ଡଙ୍ଗା ବୁଡ଼ିରେ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ମଧ୍ୟ ଏକାଧିକ ନଦୀ କୂଳିଆ ଗାଁ ଗୁଡିକରେ ଦେଶୀ ଡଙ୍ଗା ବ୍ୟବହାର ହେଉଛି । ହେଲେ ପ୍ରଶାସନ କିନ୍ତୁ ଏଥିପ୍ରତି ଦୃଷ୍ଟି ଦେଉନାହିଁ ।

ବିଶେଷ କରି କୋଲାବ ଜଳଭଣ୍ଡାର ସହ କେରାଣ୍ଡି ନଦୀର ମିଶ୍ରଣ ସ୍ଥଳୀ ଲେଞ୍ଜିଗୁଡା ଠାରେ କୁନି କୁନି ଶିଶୁମାନେ ନିଜେ କାତ ମାରି ଡଙ୍ଗାରେ ନଦୀ ପାର ହୋଇ ସ୍କୁଲ୍ ଯାଉଛନ୍ତି । ଏହି ପରିସ୍ଥିତିରେ କୌଣସି ଅଘଟଣକୁ ଏଡାଇ ଦିଆଯାଇନପାରେ ବୋଲି ଅଭିଭାବକ ମାନେ ଆଶଙ୍କା କରିଛନ୍ତି । ଚାରାଙ୍ଗୁଲ୍ ପଞ୍ଚାୟତର ଲେଞ୍ଜିଗୁଡ଼ା ଓ ସୁନାବେଡା ପୌରପାଳିକା ଅଧିନସ୍ଥ ଜଡ଼ାଗୁଡ଼ା ଗ୍ରାମବାସୀ ଯେ କୌଣସି କାର୍ଯ୍ୟରେ ସୁନାବେଡା କିମ୍ବା ଅନ୍ୟ ସ୍ଥାନକୁ ଯିବାକୁ ଜଳ ଭଣ୍ଡାରର ଏହି ଅଂଶରେ ପାର ହେବାକୁ ପଡିଥାଏ ।

ନଦୀ ପାର ହେବାକୁ ଦେଶୀ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ । ଛାତ୍ର ଛାତ୍ରୀମାନେ ସ୍କୁଲ୍ କଲେଜ ପାଇଁ ଏବଂ ବୃଦ୍ଧାବୃଦ୍ଧମାନେ ମଧ୍ୟ ଭତ୍ତା ଆଣିବା ପାଇଁ ଏହି ଡଙ୍ଗାରେ ହିଁ ଯିବା ଆସିବା କରିଥାନ୍ତି । ଅଞ୍ଚଳର କାହାର ସ୍ୱାସ୍ଥ୍ୟବସ୍ଥା ବିଗିଡିଲେ ବହୁତ ହଇରାଣ ହେବାକୁ ପଡ଼େ । ନିକଟରେ ଗ୍ରାମବାସୀ ଜିଲ୍ଲାପାଳ, ବିଧାୟକ, ସାଂସଦ ଓ 5T ଅଧକ୍ଷଙ୍କୁ ଭେଟି ଏନେଇ ଗୁହାରୀ କରିଥିଲେ । ହେଲେ ଏବେବି କେହି ନ ଶୁଣିବାରୁ ପଞ୍ଚାୟତର 12 ଖଣ୍ଡ ଗ୍ରାମର ଗ୍ରାମବାସୀ ବାଧ୍ୟ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ......ଆଦିବାସୀ ସାଂସ୍କୃତିକ ମହୋତ୍ସବ 'ପରବ' ପାଇଲା ସ୍ଥାୟୀ ପଡିଆ

ଅନ୍ୟପଟେ ଜଣେ ଗ୍ରାମବାସୀ କହିଛନ୍ତି," ଆମ ଚାରାଙ୍ଗୁଲ୍ ପଞ୍ଚାୟତରେ ୧୫ -୧୬ଟି ଗାଁ ରହିଛି । ଆମକୁ ଯାତାୟତ କରିବାରେ ବହୁତ ଅସୁବିଧା ହେଉଛି । ସୁବାବେଢା ହେଉଛି ସେମିଲିଗୁଡା ଗଲେ ବୁଲିକି ଯିବାକୁ ପଡୁଛି । ଏଠାରେ ଏକ ବ୍ରିଜି ନିର୍ମାଣ ହେଲେ ଆମେ ବହୁତ ଉପକୃତ ହୋଇପାରନ୍ତୁ । ଜିଲ୍ଲାପାଳ ଏବଂ ବିଧାୟକଙ୍କୁ ବରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । "ପ୍ରକାଶ ଥାଉ ଯେ, ୨୦୨୦ ରୁ ୨୦୨୩ ମଧ୍ୟରେ ଜିଲ୍ଲାରେ ଡଙ୍ଗା ବୁଡି ୧୨ ଜଣଙ୍କ ମୃତ୍ୟୁ ଘଟିଛି । ୨୦୨୦ରେ ନନ୍ଦପୁରର ପାତାଲି ନଦୀରେ ଡ଼ଙ୍ଗାବୁଡି ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଲମତାପୁଟର ତେନ୍ତୁଳିପଡ଼ା ଘାଟରେ ୪ ଜଣ ଏବଂ ନିକଟରେ ପାଡୁଆ ଥାନା ତାନସିଂ ଠାରେ ଡଙ୍ଗା ବୁଡି ୫ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.