ଭୁବନେଶ୍ବର: ଥାନା କି ପୋଲିସର ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଥାନାକୁ ବିଭିନ୍ନ ବର୍ଗର ଲୋକଙ୍କ ଆଗମନ ହୋଇଥାଏ । ଏହାରି ମଧ୍ୟରେ କୋମଳମତି ଶିଶୁ ବା ଛୋଟପିଲା ମଧ୍ୟ ଆସିଥାଆନ୍ତି । ଅନେକ ସମୟରେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଛୋଟ ପିଲାଟିଏ ଉଦ୍ଧାର ହୋଇ ପ୍ରଥମେ ଥାନାକୁ ଆସିଥାଏ, ଅଥବା କୌଣସି ମହିଳା ଥାନାକୁ ଆସିଥିଲେ ତାଙ୍କ ସହ ଛୋଟ ପିଲାଟିଏ ବା କୌଣସି ମାମଲାରେ ଅପରାଧିଙ୍କ ପରିବାର ମଧ୍ୟ ଆସିଥାନ୍ତି ଥାନାକୁ । ସେତେବେଳେ ଆସିଥିବା ଛୋଟ ପିଲା ବା ଶିଶୁର ମନରେ ଥାନାର କୋଳାହଳ ନେଇ ଏକ ଭୟ ସୃଷ୍ଟି ହୋଇଥାଏ । ହେଲେ ଏହାର ପ୍ରଭାବ ଯେପରି ଛୋଟ ଛୁଆର ମନରେ ନପଡେ, ସେଥିପାଇଁ ଏକ ପ୍ରୟାସ ଆରମ୍ଭ କରିଛି ପୋଲିସ । ଏନେଇ ନୟାପଲ୍ଲୀ ଥାନାରେ ଉଦଘାଟିତ ହୋଇଛି ଶିଶୁ ଅନୁକୁଳ ପ୍ରକୋଷ୍ଠ ।
-
Continuing its endeavor to make Commissionerate Police more citizen-friendly, new reception and child friendly facilities were inaugurated pic.twitter.com/J603RKB2SN
— COMMISSIONERATE POLICE (@cpbbsrctc) May 12, 2023 " class="align-text-top noRightClick twitterSection" data="
">Continuing its endeavor to make Commissionerate Police more citizen-friendly, new reception and child friendly facilities were inaugurated pic.twitter.com/J603RKB2SN
— COMMISSIONERATE POLICE (@cpbbsrctc) May 12, 2023Continuing its endeavor to make Commissionerate Police more citizen-friendly, new reception and child friendly facilities were inaugurated pic.twitter.com/J603RKB2SN
— COMMISSIONERATE POLICE (@cpbbsrctc) May 12, 2023
ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ଏପରି ଏକ ପ୍ରକୋଷ୍ଠର ଉଦଘାଟନ କରାଯାଇଛି । ଆଗାମୀ ଦିନରେ ଥାନାକୁ ଆସୁଥିବା ଛୋଟ ପିଲାଟିଏ ଯେପରି ଏକ ବନ୍ଧୁତ୍ବପୂର୍ଣ୍ଣ ପରିବେଶର ଅନୁଭବ କରିପାରିବ, ସେନେଇ ପ୍ରକୋଷ୍ଠରେ ଖେଳିବା ପାଇଁ ବିଭିନ୍ନ ସାମଗ୍ରୀ ରହିଛି । ପଢ଼ିବା ପାଇଁ ଶିଶୁ ସାହିତ୍ୟିକ ବହି ବା ବିଭିନ୍ନ ରଙ୍ଗବେରଙ୍ଗର ପ୍ରତିଛବି ଥିବା ବହି ସହ ଛୋଟଛୋଟ ଖେଳନା ରହିଛି । ଯାହାକୁ ଦେଖି ଛୋଟ ପିଲାଟିଏ ଖେଳିବାକୁ ଖୁସି ହେବ । ପୋଲିସକୁ ଭୟ କରିବା ପରିବର୍ତ୍ତେ ଏକ ଭଲ ଦୃଷ୍ଟିରେ ଦେଖିବ । ଏହାଦ୍ବାରା ଅନେକ ଘରୋଇ କଳି ହେଉ ବା ପାରିବାରିକ ବିବାଦ ଅଥବା ଅନେକ ସମୟରେ ବସ୍ତିରେ ଗଣ୍ଡଗୋଳ ବା ଅନ୍ୟ କୌଣସି ବିବାଦ ନେଇ ବୁଝାମଣା ପାଇଁ ଥାନାକୁ ଆସିଥିବା ପରିବାର ସହ ଛୋଟ ପିଲାଟିର ମନରେ ଅନ୍ୟ କୌଣସି ଚାପ ପଡିବ ନାହିଁ । ଥାନାକୁ ଏକ ସହଯୋଗ କେନ୍ଦ୍ର ଭାବେ ଅନୁଭବ କରିପାରିବ ।
ତେବେ ଗତ ଅକ୍ଟୋବର ୩୧ ତାରିଖରେ କ୍ରାଇମବ୍ରାଞ୍ଚର ମହିଳା ଅପରାଧ ଓ ଶିଶୁ ସୁରକ୍ଷା CAW & CW (Crime Against Women & Child Welfare) ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଥିଲା । ରସୁଲଗଡସ୍ଥିତ ଷ୍ଟେଟ୍ ଫରେନସିକ କାର୍ଯ୍ୟାଳୟ ସମେତ ରାଜ୍ୟର ୧୫ଟି ସ୍ଥାନରେ ମଧ୍ୟ ଏହିଭଳି ବାଲମିତ୍ର ଥାନା ଖୋଲିଛି । ଯେଉଁଠାରେ ଅପରାଧର ଶିକାର ହୋଇଥିବା ଛୋଟ ପିଲାଟି ଭୟରେ ବା କିଛି ମାନସିକ ଚାପରେ ସଠିକ ତଥ୍ୟ କହିପାରୁନି, ଏପରି ପରିବେଶରେ ଏକ ମନୋରଞ୍ଜନ ଭିତ୍ତିକ ପରିବେଶରେ ମନଖୋଲି ନିଜର କଥାକୁ ବା ଅଭିଯୋଗକୁ ଜଣାଇ ପାରିବ ।
ଇଟିଭି ଭାରତ, ଭୁବନେଶ୍ବର