ETV Bharat / state

Cyclone Sitrang: ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Oct 20, 2022, 4:05 PM IST

ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ଓଡ଼ିଶା ଉପକୂଳ ଛୁଇଁନପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତଥାପି ବାତ୍ୟା ପ୍ରସ୍ତୁତି ନେଇ ସଜାଗ ରାଜ୍ୟ ସରକାର । ଏ ନେଇ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଅଧିକ ପଢନ୍ତୁ

Cyclone Sitrang: ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ
Cyclone Sitrang: ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ଲଘୁଚାପରେ ପରିଣତ ହୋଇଛି (Low pressure forms over Bay of Bengal) । ଆସନ୍ତା ୨୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବାକୁ ଥିବା ବେଳେ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ (Preparedness Meeting) ବସିବ ବୋଲି ଜଣାପଡ଼ିଛି ।

ଏହି ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର (SRC), ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର (Chief Secretary of Odisha)ଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଆଗୁଆ ପ୍ରସ୍ତୁତି ସହ ସଜାଗ ରହିବାକୁ ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ । ଅନ୍ୟପଟେ ଏହି ବାତ୍ୟା 'ସିତ୍ରାଙ୍ଗ' ଓଡ଼ିଶା ଉପକୂଳ ଛୁଇଁନପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଏହା ବି ପଢନ୍ତୁ- Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ସମୁଦ୍ରରେ ପବନର ବେଗର ୪୫ରୁ ୫୫ କିମି ରହିବ । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏହା ୬୫ କିମି ମଧ୍ୟ ଛୁଇଁପାରେ । ଆସନ୍ତା ୨୨ ଓ ୨୩ତାରିଖରେ ଏହା ଗଭୀର ଅବପାତର ରୂପ ନେବାକୁ ଯାଉଥିବାରୁ ଓଡ଼ିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ୨୫ ତାରିଖରେ ଏହା ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨୨ ତାରିଖ ପରେ ବାତ୍ୟାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ ସଠିକ ଆକଳନ କରାଯାଇନାହିଁ । ଅବପାତ ପରେ ଏ ନେଇ ସ୍ପଷ୍ଟ ସୂଚନା ଦେବ ପାଣିପାଗ ବିଭାଗ । ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି । ସମ୍ଭାବ୍ୟ ପରିସ୍ଥିତି ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ପ୍ରସ୍ତୁତ ରହିବେ । ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.