ETV Bharat / state

ଜାତୀୟ ରାଜପଥରେ ପାଟ୍ରୋଲିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - odisha cm Naveen patnaik

ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ ...

ଜାତୀୟ ରାଜପଥରେ ପେଟ୍ରୋଲିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By

Published : Feb 1, 2021, 7:31 PM IST

ଖୋର୍ଦ୍ଧା: ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା, ଅପରାଧ ଏବଂ ଗୁଣ୍ଡାଗିରି, ଦ୍ରୁତ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ସମଗ୍ର ରାଜ୍ୟରେ ଯାଇଥିବା ଜାତୀୟ ରାଜପଥରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ରାଜପଥରେ ପାଟ୍ରୋଲିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ମୋଟ 18ଟି ୟୁନିଟରେ ଏହି ପାଟ୍ରୋଲିଂ ଆରମ୍ଭ କରାଯାଇଛି । ଗଞ୍ଜାମ, ବରଗଡ, ଖୋର୍ଦ୍ଧା, ଅନୁଗୋଳ, ରାଉରକେଲା, ବାଲେଶ୍ବର, କଟକ, ପୁରୀ, ଭଦ୍ରକ ,ଯାଜପୁରରେ ପ୍ରାଥମିକ ଭାବେ ଏହି ସେବା ଶୁଭାରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧାଠାରେ ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ବିଧାୟକ ଜିତୁମିତ୍ର, ପୋଲିସ ଡ଼ିଆଇଜି ଆଶିଷ ସିଂ, ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ହଲାଇ ତିନୋଟି ପାଟ୍ରୋଲିଂ ୟୁନିଟର ଶୁଭାରମ୍ଭ କରିଥିଲେ । ପିତାପଲି ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଏହି ତିନୋଟି ପେଟ୍ରୋଲିଂ ଗାଡି ଜାତୀୟ ରାଜପଥ ଉପରେ ତୀକ୍ଷ୍ନ ନଜର ରଖିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.