ETV Bharat / state

୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ସୁପରିଚାଳନା ପାଇଁ CHSEର ନିର୍ଦ୍ଦେଶନାମା

ଜାନୁଆରୀ 2ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ପରୀକ୍ଷା । ଫେବୃଆରୀ 16ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । CHSEର ନିର୍ଦ୍ଦେଶାବଳୀ ବିଷୟରେ ଜାଣନ୍ତୁ

practical exam
ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
author img

By ETV Bharat Odisha Team

Published : Dec 31, 2023, 6:46 AM IST

ଭୁବନେଶ୍ବର: ଜାନୁଆରୀ 2ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ । ପରୀକ୍ଷା ସୁପରିଚାଳନା ପାଇଁ CHSE ପ୍ରସ୍ତୁତ । ସମସ୍ତ ପ୍ରକାରର ସୁରକ୍ଷାକୁ ଧ୍ୟାନ ଦେଇ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠି କରାଯାଇଛି । କିଭଳି ଭାବରେ ପ୍ରାକ୍ଟିକାଲ ପରୀକ୍ଷା ସୁପରିଚାଳନା କରାଯିବ ସେନେଇ ନିର୍ଦ୍ଦେଶ ଦିଆଯାଇଛି । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଭୋକେସନାଲ ଷ୍ଟ୍ରିମର ପରିଚାଳନା କରାଯିବା ନେଇ ସଠିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହାସହ ସମସ୍ତ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।

practical exam
ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ତେବେ ଏହି ବିଷୟଗୁଡ଼ିକର ପ୍ରୋଜେକ୍ଟ କାର୍ଯ୍ୟ ମୂଲ୍ୟାଙ୍କନ ପାଇଁ CHSE ଦ୍ୱାରା ନିଯୁକ୍ତ ହୋଇଥିବା ପରୀକ୍ଷକମାନେ ଦୁଇ ଦିନ ପୂର୍ବରୁ ତାଙ୍କୁ ଦିଆଯାଇଥିବା ତାରିଖ ଏବଂ ପରୀକ୍ଷା ସମୟ ବିଷୟରେ ଜଣାଇବା ଆବଶ୍ୟକ । ଯଦି କୌଣସି ପରୀକ୍ଷକ ନଆସନ୍ତି, ତେବେ ଉକ୍ତ କଲେଜର ପ୍ରିନ୍ସିପାଲ ଏକ ସ୍ଥାନୀୟ ନିଯୁକ୍ତି କରିବେ । କିନ୍ତୁ ଉକ୍ତ ପରୀକ୍ଷକଙ୍କ ଘର ନିଜର ପରୀକ୍ଷା କେନ୍ଦ୍ରଠାରୁ ୫୦ କିଲୋମିଟର ଭିତରେ ହୋଇଥିବା ଆବଶ୍ୟକ ।
ତେବେ CHSEର ନିର୍ଦ୍ଦେଶାବଳୀ ଅନୁଯାୟୀ ଗୋଟିଏ ଟିମରେ ୨୪ ଜଣ ଛାତ୍ରଛାତ୍ରୀ ରହିବା ଆବଶ୍ୟକ । ଏପରିକି ଗୋଟିଏ ଦିନରେ ଜଣେ ଛାତ୍ରଛାତ୍ରୀଙ୍କ ୨ଟି ପ୍ରାକ୍ଟିକାଲ ପରୀକ୍ଷା କରାଯିବ ନାହିଁ ।

ଏହାସହ ପାନୀୟ ଜଳ ଏବଂ ପ୍ରାଥମିକ ସହାୟତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବା ଜରୁରୀ । ଲାବୋରେଟୋରୀ ଗୁଡିକ ଭଲ ଭାବରେ ଯାଞ୍ଚ କରିବା ଆବଶ୍ୟକ । ସମସ୍ତ କଲେଜରେ ଥିବା ଲାବୋରେଟୋରୀରେ ସିସିଟିଭି ବାଧ୍ୟତାମୂଳକ ଅଟେ । ବିଦ୍ୟାଳୟଗୁଡ଼ିକରେ ଯେଭଳି କୌଣସି ଅଗ୍ନିକାଣ୍ଡ ନହୁଏ ସେଥିପାଇଁ ଅଗ୍ନି ନିର୍ବାପକ ଯନ୍ତ୍ରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପରୀକ୍ଷା ସମୟରେ ବୈଧ ଆଡମିଟ୍ କାର୍ଡ ଥିବା ଛାତ୍ରଛାତ୍ରୀଙ୍କୁ କେବଳ ପରୀକ୍ଷା ଆରମ୍ଭ ହେବାର 15 ମିନିଟ୍ ପୂର୍ବରୁ ଲାବୋରେଟୋରୀ ବା ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ । ବିଳମ୍ବରେ ପରୀକ୍ଷା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ବସିବାକୁ ଅନୁମତି ଦିଆଯାଇପାରେ ।

ଏହା ମଧ୍ୟ ପଢନ୍ତୁ...ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ

ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଆବଶ୍ୟକ ଅନୁଯାୟୀ ଉପଯୁକ୍ତ ଦୂରତା ବଜାୟ ରଖିବା ସହିତ ନିଜ ନିଜ ସିଟ୍‌ରେ ବସିବା ଉଚିତ । ପରୀକ୍ଷାର୍ଥୀମାନେ ସେମାନଙ୍କର ସଠିକ ଭାବରେ ରୋଲ୍ ନମ୍ବର ଏବଂ ନାମ ଲେଖୁଛନ୍ତି ନା ନାହିଁ ତାହା ପରୀକ୍ଷକମାନେ ଯାଞ୍ଚ କରିବା ଆବଶ୍ୟକ ।
ସୂଚନା ଅନୁଯାୟୀ, ଜାନୁଆରୀ 2 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟର ପରୀକ୍ଷା ହେବ । ବିଜ୍ଞାନ ବିଭାଗର ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍‌ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂତତ୍ତ୍ବ ବିଜ୍ଞାନ ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ ।

ସେହିପରି କଳା ବିଭାଗର ଶିକ୍ଷା, ଆଇଟି, ମନୋବିଜ୍ଞାନ, ନୃତତ୍ତ୍ବବିଜ୍ଞାନ, ଇଣ୍ଡିଆନ ମ୍ୟୁଜିକ୍‌, ହୋମ୍‌ସାଇନ୍ସ, ପରିସଂଖ୍ୟାନ ଓ ଭୂଗୋଳ ବିଷୟ ଏବଂ ବାଣିଜ୍ୟ ବିଭାଗର ଆଇଟି ଓ କମ୍ପ୍ୟୁଟର ସାଇନ୍ସ ବିଷୟର ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । 15 ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍ ପାଇଁ 2 ଘଣ୍ଟା ସମୟ ମିଳିବ । ସେହିପରି 60, 30 ଓ 20 ମାର୍କ ପରୀକ୍ଷା ପାଇଁ 3 ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି । ‌ଫେବୃଆରୀ 16ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.