ETV Bharat / state

ଜୋରିମାନା ଆଦାୟକୁ ନେଇ ପୋଲିସର ପକ୍ଷପାତିତା ! ଟାୟାର ଜାଳି ବିକ୍ଷୋଭ

author img

By

Published : Feb 8, 2023, 10:46 AM IST

ବେଆଇନ ପାର୍କିଂରେ ଜୋରିମାନା ଆଦାୟ କରିବା ଘଟଣା । ବେଆଇନ ପାର୍କିଂ ଘଟଣାରେ ଜୋରିମାନା ଆଦାୟକୁ ନେଇ ପୋଲିସର ପକ୍ଷପାତିତା ଅଭିଯୋଗ । ଅଧିକ ପଢ଼ନ୍ତୁ

ବେଆଇନ ପାର୍କିଂରେ ଜୋରିମାନା ଆଦାୟ କରିବା ଘଟଣା

ଖୋର୍ଦ୍ଧା: ପାର୍କିଂ ଫାଇନ ଆଦାୟରେ ମହିଳା ପୋଲିସ୍ ଅଧିକାରୀ ପକ୍ଷପାତିତା କାରିବା ଅଭିଯୋଗ । ପକ୍ଷପାତିତାକୁ ନେଇ ତାତିଲେ ସ୍ଥାନୀୟ ଲୋକ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ସମବାୟ ବ୍ୟାଙ୍କ ଛକରୁ ନୂଆ ବସଷ୍ଟାଣ୍ଡ ଜନ ଗହଳି ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ପରେ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ସୂଚନା ଅନୁସାରେ, ଗତକାଲି ଆଦର୍ଶ ଥାନା ପୋଲିସ୍ ରାସ୍ତା ପାର୍ଶ୍ବରେ ବେଆଇନ ଭାବେ ପାର୍କିଂ କରାଯାଇଥିବା ଗାଡ଼ି ଗୁଡିକୁ ହଟାଉଥଲେ ମହିଳା ପୋଲିସ୍ ଅଧିକାରୀ । ଏହାସହ ସଡ଼କ ପରିବହନ ନିୟମ ଅନୁସାରେ ଚାଲାଣ କାଟୁଥିବା ଦେଖାଯାଇଥିଲା । ତେବେ ଏହି ସମୟରେ ଆଦର୍ଶ ଥାନାର ଜଣେ ମହିଳା ଅଧିକାରୀ ସାଧାରଣ ଲୋକଙ୍କ ଚାଲାଣ କାଟିଥିଲେ । ଏହା ପରେ ସ୍ଥାନୀୟ ଲୋକମାନେ ନୂଆ ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ ଏକ ମଲ୍ ସମ୍ମୁଖ ବେଆଇନ ପାର୍କିଂ ହୋଇଥିବା ବାଇକ୍ ଗୁଡିକ ଚାଲାଣ କାଟିବାକୁ ଦାବି କରିଥିଲେ । ମାତ୍ର ମହିଳା ଅଧିକାରୀ ଲୋକମାନଙ୍କୁ ଦାବି ଶୁଣିବା ପରିବର୍ତ୍ତେ ସ୍ଥାନୀୟ ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ରାସ୍ତା ଅବରୋଧ କରିଥିଲେ ଉତ୍ତେକ୍ତ ଲୋକ ।

ଲୋକମାନେ ଉକ୍ତ ମହିଳା ଅଧିକାରୀଙ୍କ ଉପରେ କାର୍ଯ୍ୟାଷ୍ଠାନ ଦାବି କରି ରାସ୍ତା ଉପରେ ଟାୟାର ଜାଳି ଅଡ଼ି ବସିଥିଲେ । ସେହିପରି ରାସ୍ତା ଉପରେ ବାଇକ ପାର୍କିଂ ଯୋଗୁ ସବୁବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏନେଇ ପୋଲିସ ଜଣେ ମହିଳା ଏସଆଇ ନୂଆ ବସଷ୍ଟାଣ୍ଡରୁ ରାସ୍ତା ଉପରେ ବେଆଇନ ପାର୍କିଂ ଜରିମାନା ଆଦାୟ କରୁଥିଲେ । ଏହି ସମୟରେ ଏକ ଦୋକାନ ସାମ୍ନାରେ ପାର୍କିଂ କରିଥିଲେ ଯୁବ ଆଇନଜିବୀ ଶିଳାଦିତ୍ୟ ପଟ୍ଟନାୟକ । ତାଙ୍କ ବାଇକ ଠାରୁ ଜୋରିମାନା ଆଦାୟ ବେଳେ ଉଭୟ ସଂପୃକ୍ତ ଏସଆଇ ଓ ଶିଳାଦିତ୍ୟ ପାଟିତୁଣ୍ଡ ହୋଇଥିଲା ।

ଏହି ସମୟରେ ପୋଲିସ ଅଧିକାରୀ ତାଙ୍କ ଉପରକୁ ହାତ ଉଠାଇବାକୁ ନେଇ ସେ ଏହାର ତୀବ୍ର ବିରୋଧ କରିଥିଲେ । ମହିଳା ପୋଲିସଙ୍କ ଏଭଳି ବ୍ୟବହାରରେ କ୍ଷୁବ୍ଧ ହୋଇ ଏହାର ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ନୂଆ ବସଷ୍ଟାଣ୍ଡ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବରପାଇ ଟାଉନ ଅଧିକାରୀ ତାରିକ ଅହମ୍ମଦ, ଓ ଅନ୍ୟ ଅଧିକାରୀ ମାନେ ପହଞ୍ଚି ବୁଝାସୁଝା କରିଥିଲେ । ଅନେକ ସମୟର ବୁଝାସୁଝା ପରେ ପରେ ଧାରଣାରୁ ଓହରିଥିଲେ ଲୋକମାନେ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.