ETV Bharat / state

Chandrayaan 3 Soft landing: ଐତିହାସିକ ସଫଳତା ପାଇଁ ଓଲିଉଡରୁ ଛୁଟିଲା ଶୁଭେଚ୍ଛାର ସୁଅ

author img

By ETV Bharat Odisha Team

Published : Aug 24, 2023, 1:33 PM IST

ଚନ୍ଦ୍ରଯାନ 3 ସଫଳ ଅବତରଣ ପାଇଁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ପରିପ୍ରକ୍ଷୀରେ ସାରା ଭାରତରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ବଲିଉଡରୁ ସାଉଥ ସେଲିବ୍ରିଟିଙ୍କ ପରେ ଏବଂ ଓଲିଉଡ ସେଲିବ୍ରିଟି ମଧ୍ୟ ଏହି ଐତିହାସିକ ସଫଳତା ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଐତିହାସିକ ସଫଳତା ପାଇଁ ଓଲିଉଡରୁ ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ବର: ଅଗଷ୍ଟ 23 2023 ଭାରତ ପାଇଁ ଏକ ଐତିହାସିକ ଦିନ ଥିଲା । ସଫଳ ହୋଇଛି ମୁନ ମିଶନ । ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡି କରିଛି ଚନ୍ଦ୍ରଯାନ 3 । ଏହି ଅବସରରେ ସାରା ଭାରତବାସୀ ଗର୍ବର ସହ ଏହାକୁ ପାଳନ କରିଛନ୍ତି । ଏହି ସଫଳତା ପାଇଁ ଇସ୍ରୋକୁ ରାଜ୍ୟ ତଥା ବିଭିନ୍ନ ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଏଥିରେ ପଛରେ ରହିନାହାନ୍ତି ସେଲିବ୍ରଟି । ବଲିଉଡରୁ ସାଉଥ ସେଲିବ୍ରିଟିଙ୍କ ପରେ ଏବଂ ଓଲିଉଡ ସେଲିବ୍ରିଟି ମଧ୍ୟ ଏହି ଐତିହାସିକ ସଫଳତା ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ରିୟା ଦେ, ଏଲିନା ସାମନ୍ତରାୟଙ୍କ ସମେତ ଅନେକ ତାରକା ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।

ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ନିଜ ଇନଷ୍ଟାଗ୍ରାମରେରେ ଚନ୍ଦ୍ରଯାନ 3 ଲାଇଭର ଫଟୋ ସେୟାର କରି ଇସ୍ରୋକୁ ଶୁଭେଚ୍ଛା ଜଣାଇବା ସହ ନିଜ ଆଗାମୀ ଫିଲ୍ମ ସହ ମୁନର ଲିଙ୍କ ଥିବା କହିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଜହ୍ନ ମାମୁଁ ପାଖେ ରାକ୍ଷୀ ପହଁଚିଗଲା। ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡି କରିଛି ଚନ୍ଦ୍ରଯାନ 3। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଏଠାରେ ମୁଁ ଆଉ ଏକ ମଜାଦାର କଥା ସେୟାର କରିବାକୁ ଯାଉଛି, ଯେଉଁଠାରୁ ପୁଷ୍କର ଜନ୍ମ ହୋଇଥିଲେ ତାହା ହେଉଛି ଏକ ଉଜ୍ଜ୍ୱଳ ମୁନ ଏହି ଉପରେ ଓଡିଆ ନୋଭେଲ ନାଡାବିନ୍ଦୁ ଆଧାରିତ । ଉପନ୍ୟାସ ଶ୍ରୀ ଶଙ୍କର ତ୍ରିପାଠୀଙ୍କ ସହ ଏହାର କିଛି ଆକର୍ଷଣୀୟ ଲିଙ୍କ୍ ରହିଛି।

ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ଏଲିନା ସାମନ୍ତରାୟ
ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ଏଲିନା ସାମନ୍ତରାୟ
ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ରିୟା ଦେ
ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ରିୟା ଦେ

ସେହିପରି ଅଭିନେତ୍ରୀ ତଥା ସବ୍ୟଙ୍କ ପତ୍ନୀ ଅର୍ଚ୍ଚିତା ସାହୁ ମଧ୍ୟ ଚନ୍ଦ୍ରଯାନ 3ର ଏକ ଫଟୋ ସେୟାର କରି ଲେଖିଛନ୍ତି, ଭାରତ ଏକ ଗ୍ଲୋରିୟସ ଅଧ୍ୟାୟ ରଚନା ପାଇଁ ଆଜିର ଦିନ ସାକ୍ଷୀ। ପୁରା ଟିମଙ୍କୁ ଶୁଭେଚ୍ଛା। ISRO ଯିଏ ଆମକୁ ଆମର ବିଫଳତାରୁ ଶିଖିବା ଏବଂ ପୁନର୍ବାର ଉଠିବା ଶିଖାଇଲା। ବଡ ଖବର ପାଇବା ପରେ ସେକେଣ୍ଡ ମୁଁ ଚନ୍ଦ୍ର ସହ ଏହି ପିକ କ୍ଲିକ୍ କରିବାରେ ନିଜକୁ ଅଟକାଇ ପାରିଲି ନାହିଁ। Chandrayaan3 ଭାରତ ଇତିହାସ ସୃଷ୍ଟି କରୁଛି ଏବଂ ଆମକୁ ଜଣେ ଭାରତୀୟ ଭାବରେ ଗର୍ବିତ ଅନୁଭବ କରାଇଛି।

ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ଶିବୀନା ସଙ୍ଗୀତା
ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ଶିବୀନା ସଙ୍ଗୀତା

ସେପଟେ ଅଭିନେତ୍ରୀ ତଥା ନିର୍ମାତା ଝିଲ୍ଲିକ ଭଚ୍ଚାଚାର୍ଯ୍ୟ ମଧ୍ୟ ଚନ୍ଦ୍ରଯାନ 3ର ଏକ ଫଟୋ ସେୟାର କରି ଲେଖିଛନ୍ତି, ଭାରତ ଆଜି ଚନ୍ଦ୍ରରେ । ଚନ୍ଦ୍ରଯାନ 3 ପାଇଁ ଭାରତକୁ ଶୁଭେଚ୍ଛା। ଯିଏ ପ୍ରଥମ ଦେଶ ଭାବେ ମୁନର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡି କରିଛି। ଭାରତୀୟ ଭାବେ ଗର୍ବିତ ଅନୁଭବ କରୁଛି। ଜୟ ହିନ୍ଦ୍। ସେପଟେ ଅଭିନେତ୍ରୀ ରିୟା ଦେ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଶିବାନୀ ସଙ୍ଗୀତାଙ୍କ ସମେତ ଅନେକ ଓଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ଏହି ଐତିହାସିକ ସଫଳତା ପାଇଁ ଗର୍ବିତ ଅନୁଭବ କରିବା ସହ ଇସ୍ରୋର ପ୍ରଶଂସା କରିବା ସହ ଟିମକୁ ହୃଦୟରୁ ଶୁଭେଚ୍ଛା ଜଣାଇଛନ୍ତି।

ଏହା ମଧ୍ୟ ପଢନ୍ତୁ: ISROକୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.