ଖୋର୍ଦ୍ଧା: ଗିରଫ ହେଲେ ନକଲି ଡାକ୍ତର । ଚନ୍ଦକା ଥାନା ପୋଲିସ ଦ୍ବାରା ଜଣେ ନକଲି ଡାକ୍ତର ଗିରଫ । କୌଣସି ପ୍ରମାଣପତ୍ର ନଥାଇ ଚିକିତ୍ସା କରିବା ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ୍ ।
ଗିରଫ ନକଲି ଡାକ୍ତରଙ୍କ ନାମ ଜାନକୀ ବଲ୍ଲଭ ପଟ୍ଟନାୟକ ହୋଇଥିବା ଜଣାପଡିଥିବାବେଳେ ଘର ଗଙ୍ଗପଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି । ତେବେ ଜଣେ ମହିଳା କ୍ୟାନସର ରୋଗୀଙ୍କୁ ଭଲ କରିଦେବେ କହି ଚିକିତ୍ସା ବାହାନାରେ ଠକି ଚାଲିଥିଲେ ।
ସଂପୃକ୍ତ ମହିଳା ହସ୍ପିଟାଲରେ ଚିକିତ୍ସିତ ହେବା ବଦଳରେ ନକଲି ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହେଉଥିଲେ । ଜାନୁଆରୀରୁ ଚିକିତ୍ସା ସତ୍ତ୍ବେ ଭଲ ନହେବାରୁ ସଂପର୍କୀୟ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ