ETV Bharat / state

ରାଜଧାନୀରେ ରାଜ୍ କରୁଛନ୍ତି ଚେନ୍ ଲୁଟେରା

ରାଜଧାନୀ ଏବେ ପାଲଟିଛି ଚେନ୍ ଲୁଟେରାଙ୍କ ଆଡ୍ଡାସ୍ଥଳୀ । ଦିନ ଦିପହରରେ ନିର୍ଭୟରେ ସୁଯୋଗ ଦେଖି ଲୁଟଛନ୍ତି ଚେନ । କିନ୍ତୁ ଧରା ପଡିଲେ ଖାଉଛନ୍ତି ନିର୍ଧୁମ ମାଡ଼ ।

author img

By

Published : May 12, 2019, 8:08 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ଏବେ ପାଲଟିଛି ଚେନ୍ ଲୁଟେରାଙ୍କ ଆଡ୍ଡାସ୍ଥଳୀ । ଦିନ ଦିପହରରେ ନିର୍ଭୟରେ ସୁଯୋଗ ଦେଖି ଲୁଟଛନ୍ତି ଚେନ । କିନ୍ତୁ ଧରା ପଡିଲେ ଖାଉଛନ୍ତି ନିର୍ଧୁମ ମାଡ଼ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରବିବାର ଏପରି ଏକ ଘଟଣା ଘଟିଛି କଳ୍ପନା ଛକରେ । ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିବା ଜଣେ ମହିଳା ଫଳ କିଣୁଥିଲେ । କିନ୍ତୁ ସେଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଜଣେ ଯୁବକ ସମୟ ଦେଖି ଉକ୍ତ ମହିଳାଙ୍କର ସୁନା ହାର ଲୁଟି ନେଇଥିଲା । ପରେ ମହିଳା ଜଣକ ଘଟଣା ସ୍ଥଳରେ ଜୋରରେ ପାଟି କରିଥିଲେ ।

ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବକଟିକୁ କାବୁ କରି ନିର୍ଧୁମ ମାଡ ମାରିଥିଲେ । ଲକ୍ଷ୍ମୀସାଗର ପୋଲିସ ଖବର ପାଇ ଘଟଣା ସ୍ଥଲରେ ପହଁଚିଥିଲା । ପରେ ଲୁଟର ଶିକାର ହୋଇଥିବା ଖୋର୍ଦ୍ଧା ବେଗୁନିଆର ରଶ୍ମିତା ସେନାପତି ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.