ETV Bharat / state

ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରସବଜନିତ ଅସ୍ତ୍ରୋପଚାରର ହେବ ଅଡ଼ିଟ

author img

By

Published : Apr 29, 2023, 7:42 AM IST

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏବେ ମା’ ଓ ଶିଶୁମାନଙ୍କର ଯତ୍ନ ପ୍ରତି ସକରାତ୍ମକ ଭାବରେ ପଦକ୍ଷେପ ଗ୍ରହଣ କରାଯାଉଛି । ଏଣିକି ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବ ଜନିତ ଅସ୍ତ୍ରୋପଚାର ଗୁଡ଼ିକର କରାଯିବ ଅଡ଼ିଟ । ଅଧିକ ପଢନ୍ତୁ

cesarean delivery
cesarean delivery

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅସ୍ତ୍ରୋପଚାର ପ୍ରସବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ (ଏନଏଫଏମଏସ-୪) ୨୦୧୫-୧୬ ରିପୋର୍ଟ ଓ (ଏନଏଫଏମଏସ-୫) ୨୦୧୯-୨୧ ରିପୋର୍ଟ ଆଧାର ମଧ୍ୟରେ ଏହି ପ୍ରସବଜନିତ ଅସ୍ତ୍ରୋପଚାରର ହାର ୫୩.୭%ରୁ ବୃଦ୍ଧି ପାଇ ୭୦.୭%ରେ ପହଞ୍ଚିଛି । ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଗଠିତ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ ପ୍ୟାନେଲ ଦ୍ୱାରା ସୁପାରିଶ ସ୍ତରଠାରୁ ବହୁତ ଅଧିକ ଅଟେ । ଏ ସଂକାନ୍ତରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସହରାଞ୍ଚଳର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏବେ ମାଆ ଓ ଶିଶୁମାନଙ୍କର ଯତ୍ନ ପ୍ରତି ସକରାତ୍ମକ ଭାବରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଣିକି ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବ ଜନିତ ଅସ୍ତ୍ରୋପଚାର ଗୁଡ଼ିକର ଅଡ଼ିଟ କରାଯିବ । ଏହା ଚଳିତ ବର୍ଷ ମଇ ମାସ ୧ ତାରିଖରୁ କାର୍ଯ୍ୟକାରୀ କରାଯିବ । ଏହା ମଧ୍ୟ ପୂର୍ବରୁ ସମସ୍ତ ସରକାରୀ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ରାଜ୍ୟରେ ଏବେ ପ୍ରସବଜନିତ ଅସ୍ତ୍ରୋପଚାର ସଂପର୍କରେ ଅଡ଼ିଟ କରିବା ନିତ୍ୟାନ୍ତ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରସବଜନିତ ଅସ୍ତ୍ରୋପଚାରର ଅଡ଼ିଟ ଆରମ୍ଭ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-SCO Meeting:ଚୀନ ପ୍ରତିପକ୍ଷଙ୍କୁ ରାଜନାଥଙ୍କ କଡା ସନ୍ଦେଶ, କ୍ଷେତ୍ରୀୟ ସମ୍ମାନ ବିନା ଶାନ୍ତି ଅସମ୍ଭବ

ଏହା ମଧ୍ୟ ପଢନ୍ତୁ-Kejriwal Bungalow Controversy: ବିଜେପିର ଅଭିଯୋଗ, 'ସିସ୍‌ ମହଲ ପାଇଁ ୨୨ଟି TV କିଣିଥିଲେ କେଜ୍ରିୱାଲ'

ଏହି ପ୍ରସଙ୍ଗରେ ତିନୋଟି ପର୍ଯ୍ୟାୟରେ ଅଡ଼ିଟ କରାଯିବ । ପ୍ରଥମେ ନିର୍ଦ୍ଧାରିତ ଫର୍ମାଟରେ ଅଡ଼ିଟ କରାଯିବ । ପରବର୍ତ୍ତୀ ସମୟରେ ଏହାକୁ ଫର୍ମାଟ-ବିରେ ସ୍ଥାନିତ କରାଯିବ । ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଠିକ ଭାବେ ତନଖି କରି ସାରିବା ପରେ ଫର୍ମାଟ-ସିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟକୁ ଏହା ପଠାଯିବ । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ଦାୟିତ୍ୱ ଦେବାକୁ କୁହାଯାଇଛି । ଯିଏକି ସମସ୍ତ ଘରୋଇ ସ୍ୱାସ୍ଥ୍ୟସଂସ୍ଥା ସହ ସମନ୍ୱୟ ରକ୍ଷା କରି ଏହି ଅଡ଼ିଟ କିପରି ଠିକ ଭାବେ କାର୍ଯ୍ୟ କରିବ ସେ ନେଇ ତଦାରଖ କରିବେ । ଆଗାମୀ ଦିନରେ ମାତୃଓ ଶିଶୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅଡ଼ିଟ ପ୍ରଭାବଶାଳୀ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.