ETV Bharat / state

Cesarean Delivery: ରାଜ୍ୟରେ ବଢୁଛି ସିଜରିଆନ, ଆଗରେ ରହିଛି ଖୋର୍ଦ୍ଧା

author img

By

Published : Oct 28, 2022, 3:57 PM IST

Updated : Oct 28, 2022, 5:07 PM IST

ରାଜ୍ୟରେ ସିଜରିଆନ ଡେଲିଭରି ବଢୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସବୁଠି ଆଗରେ ରହିଛି । ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ

Cesarean Delivery: ରାଜ୍ୟରେ ବଢୁଛି ସିଜରିଆନ, ଆଗରେ ରହିଛି ଖୋର୍ଦ୍ଧା
Cesarean Delivery: ରାଜ୍ୟରେ ବଢୁଛି ସିଜରିଆନ, ଆଗରେ ରହିଛି ଖୋର୍ଦ୍ଧା

ଭୁବନେଶ୍ବର: ରାଜ୍ୟରେ ଅସ୍ତ୍ରୋପଚାର ବା ସିଜରିଆନ ଦ୍ଵାରା ଜନ୍ମ ଗ୍ରହଣ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବ ବର୍ଷ ଅପେକ୍ଷା ୭ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟରେ ଯେଉଁ ଜିଲ୍ଲା ଗୁଡ଼ିକରେ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଆଗରେ ରହିଛି, ସେହି ଜିଲ୍ଲା ଗୁଡିକରେ ସିଜରିଆନ ଅଧିକ ରହିଛି । ସିଜରିଆନରେ ଆଗରେ ଖୋର୍ଦ୍ଧା ଜିଲ୍ଲା ରହିଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଖୋର୍ଦ୍ଧାରେ ୫୫% ସିଜରିଆନ ଜରିଆରେ ଶିଶୁ ଜନ୍ମ ଗ୍ରହଣ ନେଇଛନ୍ତି । ୨୦୨୧-୨୨ ମସିହାରେ ରାଜ୍ୟରେ ୭ ଲକ୍ଷ ୩ ହଜାର ୨୮୦ ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି । ୪ ଲକ୍ଷ ୫୨ ହଜାର ୭୫୫ ସ୍ଵାଭାବିକ ଓ ୧ ଲକ୍ଷ ୬୬ ହଜାର ୫୩୦ ସିଜରିଆନ ମାଧ୍ୟମରେ ପିଲା ଜନ୍ମ ହୋଇଛନ୍ତି । ଯାହା ୭୩% ପିଲାମାନେ ସ୍ଵାଭାବିକ ଭାବରେ ଜନ୍ମ ଗ୍ରହଣ କରିଥିବାବେଳେ, ସିଜରିଆନରେ ୨୭% ପିଲାମାନେ ଜନ୍ମ ଗ୍ରହଣ କରିଛନ୍ତି । ଏହାସହ ରାଜ୍ୟରେ ପ୍ରସବ ଜନିତ ମାତୃ ମୃତ୍ୟୁ କମିଛି ।

ଏହା ବି ପଢନ୍ତୁ- Bharat Jodo Yatra: ୩୧ରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ରାଜ୍ୟ ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁଯାୟୀ, ସିଜରିଆନରେ ରାଜ୍ୟରେ ଆଗରେ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ୫୫ ପ୍ରତିଶତ, ଦ୍ଵିତୀୟରେ ରହିଛି କଟକ ଜିଲ୍ଲା ୫୩%, ବଡଗଡ଼ରେ ରହିଛି ୪୭%, କନ୍ଧମାଳରେ ୮%, କୋରାପୁଟ ଓ ବୌଦ୍ଧରେ ୧୧%, ରାୟଗଡ଼ାରେ ୧୨%, ଦେବଗଡ଼ ଜିଲ୍ଲାରେ ୧୩% ସିଜରିଆନ ମାଧ୍ୟମରେ ପିଲା ଜନ୍ମଗ୍ରହଣ କରିଛନ୍ତି । ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳରେ ସିଜରିଆନ ସଂଖ୍ୟା କମ୍‌ ରହିଛି । ବିଶେଷ ଭାବରେ ରାଜ୍ୟରେ ସି-ସେକ୍ସନ ପାଇଁ ବଢୁଛି ଆଗ୍ରହ ।

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, "ଯେତେବେଳେ ଡେଲିଭରି ହୋଇଥାଏ, ସେତେବେଳେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଆ ସନ୍ତାନ କିପରି ସୁସ୍ଥ ରହିବେ । ଏହାକୁ ଦୃଷ୍ଟିରେ ରଖି ପ୍ରସବ କରାଯାଇଥାଏ । ସିଜରିଆନ ଅଧିକ ହେବାର କାରଣ ହେଉଛି ଗର୍ଭବତୀ ମହିଳା ଶେଷ ମୁହୂର୍ତ୍ତରେ ହସ୍ପିଟାଲରେ ଯାଇଥାନ୍ତି । ତେଣୁ ପିଲା ଓ ମା'ଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥାଏ । ରାଜ୍ୟରେ ବିଶେଷ ଭାବରେ ଏନାଥିସିସରେ ଅଭାବ ରହିବା ସହ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରୁଛି କିନ୍ତୁ ଅନେକ ପଦବୀ ଖାଲି ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 28, 2022, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.