ETV Bharat / state

Special Assistance: କେନ୍ଦ୍ର ଫୋକ୍ସରେ ନିର୍ବାଚନ; ୧୬ ରାଜ୍ୟ ପାଇଁ ୫୬୪୧୫ କୋଟି ମଞ୍ଜୁର, ଓଡ଼ିଶା ପାଇଁ ୪୫୨୮ କୋଟି

author img

By

Published : Jun 26, 2023, 10:47 PM IST

ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଶକ୍ତି, ସଡ଼କ, ସେତୁ ଏବଂ ରେଳ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟ ଭାଗ ପୂରଣ କରିବା ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଠି ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

୧୬ ରାଜ୍ୟ ପାଇଁ ୫୬୪୧୫ କୋଟି ମଞ୍ଜୁର, ଓଡ଼ିଶା ପାଇଁ ୪୫୨୮ କୋଟି

ଭୁବନେଶ୍ବର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ବାରା ଚଳିତ ଆର୍ଥିକ ବର୍ଷରେ ଦେଶର ୧୬ ରାଜ୍ୟ ପାଇଁ ୫୬୪୧୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ଯୋଜନା ୨୦୨୩-୨୪ ଅଧୀନରେ ଏହି ଅନୁମୋଦନ ମିଳିଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ପୁଞ୍ଜି ନିବେଶ ନିମନ୍ତେ ୪୫୨୮ କୋଟି ଟଙ୍କା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହି ସ୍ବତନ୍ତ୍ର ସହାୟତାରେ ରାଜନୈତିକ ଗନ୍ଧ ବାରୀ ହୋଇପଡୁଛି । କାରଣ ଆସନ୍ନ ନିର୍ବାଚନ ଥିବା ରାଜ୍ୟ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସମ୍ପୃକ୍ତ ରାଜ୍ୟକୁ ଅଧିକ ଅନୁଦାନ ଆବଣ୍ଟନ ହୋଇଥିବା ଲକ୍ଷ୍ୟ କରାଯାଉଛି ।

ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଶକ୍ତି, ସଡ଼କ, ସେତୁ ଏବଂ ରେଳ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟ ଭାଗ ପୂରଣ କରିବା ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଠି ଯୋଗାଇ ଦିଆଯାଇଛି । ଫଳରେ ଏସବୁ ଯୋଜନା ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର କାମ ତ୍ବରାନ୍ବିତ ହୋଇପାରିବ । ପୁଞ୍ଜି ବ୍ୟୟର ଉଚ୍ଚ ବହୁଗୁଣିତ ପ୍ରଭାବକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କ ଦ୍ବାରା ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୨୩-୨୪ ସାଧାରଣ ବଜେଟରେ ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ଯୋଜନା-୨୦୨୩-୨୪ର ଘୋଷଣା କରାଯାଇଥିଲା । ଏହି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ ଆକାରରେ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦିଆଯାଉଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବମୋଟ ୧.୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନାର ଆଠଟି ଭାଗ ରହିଛି । ପ୍ରଥମ ଭାଗରେ ୧ ଲକ୍ଷ କୋଟି ଟଙ୍କାର ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି । ଏହି ପରିମାଣ ପଞ୍ଚଦଶ ଅର୍ଥ ଆୟୋଗଙ୍କ ବରାଦ ଅନୁଯାୟୀ, କେନ୍ଦ୍ରୀୟ ଟିକସ ଓ ଶୁଳ୍କ ଭାଗ ଆକାରରେ ରାଜ୍ୟମାନଙ୍କୁ ଆବଣ୍ଟନ କରାଯାଇଛି । ଯୋଜନାର ଅନ୍ୟ ଭାଗଟି ସଂସ୍କାର ସହ ଜଡ଼ିତ କିମ୍ବା କ୍ଷେତ୍ର ନିର୍ଦ୍ଧାରିତ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ । ଯୋଜନାର ଦ୍ୱିତୀୟ ଭାଗରେ, ୩ ହଜାର କୋଟି ଟଙ୍କା ରାଜ୍ୟଙ୍କୁ ପ୍ରୋତ୍ସାହନ ଆକାରରେ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସରକାରୀ ଗାଡ଼ି ଓ ଆମ୍ବୁଲାନ୍ସ ସ୍କାର୍ପିଂ, ପୁରୁଣା ଗାଡ଼ି ଉପରେ ଦେୟତା ଛାଡ଼ ହେବ । ପୁରୁଣା ଗାଡ଼ି ସ୍କାର୍ପିଂ ପାଇଁ ବ୍ୟକ୍ତିବିଶେଷଙ୍କୁ ଟିକସ ରିହାତି ଯୋଗାଇ ଦିଆଯିବ । ସ୍ବୟଂକ୍ରିୟ ଯାନ ପରୀକ୍ଷା ସୁବିଧା ପ୍ରତିଷ୍ଠା ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି ।

ଯୋଜନାର ଭାଗ-୩ ଓ ୪କୁ ସହରାଞ୍ଚଳ ଯୋଜନା ପ୍ରସ୍ତୁତି ଓ ସହରାଞ୍ଚଳ ଅର୍ଥ ଯୋଗାଣରେ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରଖାଯାଇଛି । ସହରାଞ୍ଚଳ ଯୋଜନା ପ୍ରସ୍ତୁତି ସଂସ୍କାର ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସହରାଞ୍ଚଳ ପ୍ରଶାସନକୁ ବିଶ୍ବସନୀୟ କରିବା ଏବଂ ସେମାନଙ୍କର ଅର୍ଥଯୋଗାଣରେ ସୁଧାର ଆଣିବା ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ଅତିରିକ୍ତ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସହରାଞ୍ଚଳର ପୋଲିସ ଷ୍ଟେସନ ମଧ୍ୟରେ ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କ ପାଇଁ ଆବାସ ଷ୍ଟକ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଯୋଜନାର ପଞ୍ଚମ ଭାଗରେ ଏହି ଉଦ୍ଦେଶ୍ୟ ଲାଗି ୨ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଯୋଜନାର ଆଉ ଏକ ଲକ୍ଷ୍ୟ ହେଉଛି ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରିବା ଏବଂ ମେକ ଇନ ଇଣ୍ଡିଆର ଅବଧାରଣାକୁ ଆଗେଇ ନେବା । ଏହା ସହିତ ପ୍ରତ୍ୟେକ ରାଜ୍ୟରେ ୟୁନିଟୀ ମଲ୍ ନିର୍ମାଣ ଜରିଆରେ ଏକ ଜିଲ୍ଲା, ଏକ ଉତ୍ପାଦକୁ ପ୍ରୋତ୍ସାହିତ କରିବା । ଯୋଜନାର ଷଷ୍ଠ ଭାଗରେ ୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଯୋଜନାର ସପ୍ତମ ଭାଗରେ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଡିଜିଟାଲ ଭିତ୍ତିଭୂମି ବିକଶିତ କରାଯିବ । ପିଲା ଓ କିଶୋରଙ୍କ ପାଇଁ ପାଠାଗାର ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ଦ୍ବାରା ବିଗତ ଆର୍ଥିକ ବର୍ଷରେ ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ବିଶେଷ ସହାୟତା ୨୦୨୨-୨୩ ଶୀର୍ଷକ ଏକ ସମାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ଅଧୀନରେ ୯୫,୧୪୭.୧୯ କୋଟି ଟଙ୍କା ଅନୁମୋଦନ ହୋଇଛି । ଗତବର୍ଷ ରାଜ୍ୟମାନଙ୍କୁ ୮୧,୧୯୫.୩୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପୁଞ୍ଜିନିବେଶ/ବ୍ୟୟ ଲାଗି ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଜନା ପ୍ରଥମ ଥର ପାଇଁ ୨୦୨୦-୨୧ରେ ଅର୍ଥ ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଇଛି । କୋଭିଡ ମହମାରୀକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କ ଦ୍ବାରା ପୁଞ୍ଜିଗତ ବ୍ୟୟକୁ ସମୟୋପଯୋଗୀ ପ୍ରୋତ୍ସାହନ ଦେବାରେ ଏହା ସହାୟକ ହୋଇଛି । ଏହି ଯୋଜନାର ନମନୀୟତା ଓ ସରଳତାକୁ ପ୍ରାକ ବଜେଟ ବିଚାରବିମର୍ଶ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନଙ୍କ ଠାରୁ ଉଚ୍ଚ ପ୍ରଶଂସା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.