ETV Bharat / state

ଭାଙ୍ଗିଲା ଯୋରନ୍ଦା ମହିମାଗାଦିରେ ପୁରାତନ ମନ୍ଦିର: ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ - ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ପୁରାତନ ମନ୍ଦିର ଭଙ୍ଗାଯିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

central minister Dharmendra Pradhan express concern over controversial Joranda Mahima temple demolish
ଭାଙ୍ଗିଲା ଯୋରନ୍ଦା ମହିମାଗାଦିରେ ପୁରାତନ ମନ୍ଦିର: ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
author img

By

Published : Nov 23, 2022, 10:27 PM IST

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ପୁରାତନ ମନ୍ଦିର ଭଙ୍ଗାଯିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ନେଇ ଟ୍ବିଟ୍‌ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

  • ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ଥିବା ପ୍ରାୟ ୯୫ ବର୍ଷର ପୁରାତନ ମନ୍ଦିର ଗୁଡ଼ିକୁ ଭଙ୍ଗାଯିବାର ଦୃଶ୍ୟ ଦେଖି ମନ କଷ୍ଟ ହେଲା ।

    — Dharmendra Pradhan (@dpradhanbjp) November 23, 2022 " class="align-text-top noRightClick twitterSection" data=" ">

ବିଶ୍ବପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଯୋରନ୍ଦା ମହିମା ଗାଦି ତୃତୀୟ ବେଢାକୁ ଉଚ୍ଛେଦ କରାଯାଇଥିଲା । ଏହି ବେଢାରେ କୌପନୀଧାରୀ ମାହିମା ସାଧୁମାନେ ଧୂନୀ, ଅଖଣ୍ଡବତୀ ଆଦି ମନ୍ଦିର କରି ସାଧନା କରୁଥିଲେ । ଯାହାକୁ ନେଇ ଦୀର୍ଘ ୭୮ ବର୍ଷ ଧରି ଉଭୟ କୌପନୀ ଓ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା(Joranda Mahima temple demolish) ।

ଏହା ବି ପଢ଼ନ୍ତୁ ବିବାଦୀୟ ଜୋରନ୍ଦା ମହିମା ଗାଦି ତୃତୀୟ ବେଢା ଉଚ୍ଛେଦ, ମହିମା ସାଧୁ ଭାବବିହ୍ବଳ

ଏହାକୁ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହଛନ୍ତି, "ଯୋରନ୍ଦା ମହିମାଗାଦିରେ ଥିବା ପ୍ରାୟ ୯୫ ବର୍ଷର ପୁରାତନ । ପୁରାତନ ମନ୍ଦିର ଗୁଡ଼ିକୁ ଭଙ୍ଗାଯିବାର ଦୃଶ୍ୟ ଦେଖି ମନ କଷ୍ଟ ହେଲା । ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ପ୍ରଥମେ ପରମ ପୂଜ୍ୟ ସାଧୁ ସନ୍ଥ ମାନଙ୍କ ସହ ଆଲୋଚନା କରିବାର ଥିଲା । ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପରେ ପଦକ୍ଷେପ ନେଇଥିଲେ ଉଚିତ୍ ହୋଇଥାନ୍ତା ।"

ସେ ଆହୁରି ମଧ୍ୟ କହିଛନ୍ତି, "ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପରେ ପଦକ୍ଷେପ ନେଇଥିଲେ ଉଚିତ୍ ହୋଇଥାନ୍ତା । ଏହି ଘଟଣା ଦେଶର ମହିମା ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ବାସକୁ ବହୁତ ଆଘାତ୍ ଦେଇଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ସହ ମୁଁ ଏହି ବିଷୟରେ କଥା ହୋଇଛି । ଉଭୟ ପକ୍ଷର ପରମ ପୂଜ୍ୟ ସାଧୁ ସନ୍ଥମାନେ ନିଜ ନିଜ ଭିତରେ ଆଲୋଚନା କରି ସମସ୍ୟାର ସମାଧାନର ରାସ୍ତା ବାହାର କଲେ ସମାଜକୁ ସଠିକ୍ ମାର୍ଗଦର୍ଶନ ମିଳିପାରିବ ବୋଲି ମୁଁ ଆଶା କରୁଛି ।"

ଉଚ୍ଛେଦ ସମୟରେ ମହିମା ଗାଦିରେ ଚାପା ଉତ୍ତେଜନା ଦେଖାଦେଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଏସଡିପିଓଙ୍କ ସମେତ ବରିଷ୍ଠ ପୋଲିସ ପଦାଧିକାରୀ ଘଟଣାସ୍ଥଳରେ ଡେରା ପକାଇଛନ୍ତି । ଉଚ୍ଛେଦ କରାଯାଇଥିବା ମହିମାଗାଦି ସ୍ଥିତ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢାରେ ରହିଥିଲା କୌପନୀଧାରୀ ମହିମା ସାଧୁମାନଙ୍କ ଆଖଣ୍ଡବତୀ ମନ୍ଦିର, ଧୂନୀ ମନ୍ଦିର ଓ ଭେକ ମନ୍ଦିର । କୌପନୀଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାରେ ଦୀର୍ଘ ବର୍ଷ ଧରି କରାଯାଉଥିଲା ନୀତିକାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.