ETV Bharat / state

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ - ବିଜେପିର ସଂକଳ୍ପ ସମାବେଶରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ସୋରଣଠାରେ ବିଜେପିର ସଂକଳ୍ପ ସମାବେଶ ଆୟୋଜିତ । ଏହି ସମାବେଶରେ ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧରେନ୍ଦ୍ର ପ୍ରଧାନ । ଆଗକୁ ପଢ଼ନ୍ତୁ

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ରାଜ୍ୟ ସରକାର:  ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Oct 15, 2023, 8:38 AM IST

Updated : Oct 15, 2023, 2:00 PM IST

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିକା ଭଳି ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀଙ୍କ ବ୍ୟବସାୟକୁ ବଢ଼ାଇବା ପାଇଁ ପ୍ରୋତ୍ସାହନ ଦେଉଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ବିକାଶରେ ବାଧକ ସାଜିଛନ୍ତି ।' କିଛି ଏଭଳି ଭାଷାରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ସୋରଣଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧରେନ୍ଦ୍ର ପ୍ରଧାନ ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ନେତାମାନଙ୍କ ସଭା ସମିତି ଶୋଭାଯାତ୍ରା ମଧ୍ୟ ବଢି ବଢି ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେଠୁ କସରତ ଆରମ୍ଭ କରିଦେଲେଣି ନେତା ଓ କର୍ମୀମାନେ । ତେବେ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏକ ସଂକଳ୍ପ ସଭାରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସଭାରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ସଚେତନତା କରିବା ସହ ମାଛ ବ୍ୟବସାୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ..ରାଜ୍ୟ ସରକାରଙ୍କ ଅପରାଗତା ଓ ଷଢଯନ୍ତ୍ର ପାଇଁ ବିଳମ୍ବ ହୋଇଛି NH କାମ: ବିଜେପି

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ଯେ ଚିଲିକା ମାଟି ମହାପ୍ରଭୁ ଶ୍ରୀଜଗନ୍ନାଥ, ମା କାଳିଜାଇ, ମା ଭଗବତୀଙ୍କ ପ୍ରତି ଥିବା ଆବେଗକୁ ଦର୍ଶାଏ । ଭୁବନେଶ୍ୱର ବଡ଼ ବଡ଼ିଆ ଅଧିକାରୀମାନେ ଓ ଚିଲିକା ସହ ଯୋଡ଼ି ହୋଇ ନଥିବା ଲୋକମାନେ ମାଛ ବ୍ୟବସାୟକୁ କବ୍‌ଜା କରିବାକୁ ଚାହୁଁଛନ୍ତି । ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ହେବ । ଯଦି ଗୁଜରାଟ ଭଳି ରାଜ୍ୟ ଭାରତର ସବୁଠୁ ବଡ଼ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦର ବଡ଼ ରପ୍ତାନୀକାରୀ ରାଜ୍ୟ ହୋଇପାରୁଛି ତେବେ ଓଡ଼ିଶା କାହିଁକି ହୋଇପାରିବ ନାହିଁ ।"

ସେ ଆଉ ମଧ୍ୟ କହିଛନ୍ତି,"ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ବେରୋଜଗାରୀ କମିଛି । ଭାରତରେ 2017ରେ ବେରୋଜଗାର ହାର 6 ପ୍ରତିଶତ ଥିବା ବେଳେ 2022- 23ରେ ଏହା 3.2 ପ୍ରତିଶତରେ ପହଞ୍ଚିଛି । ମୋଦି ସରକାରଙ୍କ ଯୋଜନାରେ ଆଶାଠାରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଉଛନ୍ତି । କଂଗ୍ରେସ ସରକାରର ଶେଷ 10ବର୍ଷରେ ଓଡ଼ିଶାକୁ ମାତ୍ର 3ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦି ସରକାରରେ 18 ଲକ୍ଷ କୋଟି ପ୍ରଦାନ କରିଛନ୍ତି ।"

ଏହାମଧ୍ୟ ପଢନ୍ତୁ..ବଢିଲା ସୁବାସ-ନୀତେଶ କଳି: ସ୍ତ୍ରୀଙ୍କ ଦ୍ବାରା ଗୃହବନ୍ଦୀ ସମ୍ବଲପୁର ସାଂସଦ !

ତେବେ ଏହି ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସୋରଣ ମାନସିଂହପୁର ଠାରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି 1999 ମସିହାରେ ମାଫିଆଙ୍କ ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରତିବାଦ କରି ସୋରଣ ଗୁଳିକାଣ୍ଡରେ ଶହୀଦ ହୋଇଥିବା ମତ୍ସ୍ୟଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା.ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡ଼ା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 15, 2023, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.