ETV Bharat / state

ହତ୍ୟା ମାମଲାରେ ବନ୍ଧା ହେଲେ ବାପା, ନିର୍ଯାତନା ଦେଇ ପୁଅ ଗିରଫ: IG - କେନ୍ଦ୍ରାଞ୍ଚଳ ଆଇଜି ପ୍ରେସମିଟ୍

ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ ଗିରଫ ଘଟଣା । ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରାଯାଇଥିବାବେଳେ ବାପ-ପୁଅଙ୍କୁ ମାଡ ମାରିବା ଘଟଣାରେ ଗିରଫ ହୋଇଛି ପୁଅ । ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି । ଅଧିକ ପଢନ୍ତୁ...

ହତ୍ୟା ମାମଲାରେ ବନ୍ଧା ହେଲେ ବାପା, ନିର୍ଯ୍ୟାତନା ଦେଇ ପୁଅ ଗିରଫ: IG

author img

By

Published : Sep 2, 2021, 7:42 PM IST

Updated : Sep 2, 2021, 7:50 PM IST

ଖୋର୍ଦ୍ଧା: ବନ୍ଧା ହୋଇଛନ୍ତି ମାନବବାଦ ସଙ୍ଗଠନର ମୁଖ୍ୟ । ମାନବବାଦ ସଙ୍ଗଠନ ନାଁରେ ଆତଙ୍କରାଜ ଚଲାଇଥିବା ମାନସ ଦାସଙ୍କ ହାତରେ ପଡିଛି ହାତକଡି । ଖୋର୍ଦ୍ଧା ପୋଲିସ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଗିରଫ କରିଛି । ମାନସଙ୍କୁ ସତ୍ୟବ୍ରତ ହତ୍ୟା ମାମଲାରେ ଗିରଫ କରାଯାଇଥିବାବେଳେ ମନୋରଞ୍ଜନଙ୍କୁ ବେଗୁନିଆ ଅଞ୍ଚଳର ବାପ-ପୁଅଙ୍କୁ ଅକଥନୀୟ ନିର୍ଯାତନା ଦେବା ଘଟଣାରେ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ହତ୍ୟା ମାମଲାରେ ବନ୍ଧା ହେଲେ ବାପା, ନିର୍ଯାତନା ଦେଇ ପୁଅ ଗିରଫ: IG

ଆଇଜି କହିଛନ୍ତି, ଉଭୟ ବାପ ପୁଅଙ୍କ ନାମରେ ସଙ୍ଗୀନ ଦଫା ଲାଗିଛି । ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନସ ଗିରଫ ହୋଇଛନ୍ତି । ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି । ସତ୍ୟବ୍ରତ ହତ୍ୟା ମାମଲାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ମାନସ ଦାସଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଚାଲିଛି । ଏଥିରେ ଯାହାର ବି ସମ୍ପୃକ୍ତି ମିଳିବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 2, 2021, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.