ETV Bharat / state

ନାମକୁ ମାତ୍ର ହଟିଛି ଚୁକ୍ତି ଭିତ୍ତିକ ନିଯୁକ୍ତି, ଫାଇଲ ତଳେ ରେଗୁଲରାଇଜେସନ୍ ପ୍ରକ୍ରିୟା - ହେଉନି ରେଗୁଲରାଇଜେସନ୍ ପକ୍ରିୟା

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଜଣାଇଲେ ଶିକ୍ଷକ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ମଧ୍ୟ ହେଉନି ରେଗୁଲରାଇଜେସନ୍ ପକ୍ରିୟା । ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ସିବିଟି ଶିକ୍ଷକ ସଙ୍ଘ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶିକ୍ଷକ, ତୁରନ୍ତ ରେଗୁଲାର କରିବାକୁ ଦାବି

author img

By

Published : Nov 8, 2022, 9:49 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶିକ୍ଷକମାନଙ୍କ ଅଭିଯୋଗ । ରେଗୁଲାର କରିବା ପାଇଁ ପ୍ରତିଶୃତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ମଧ୍ୟ ଡିଇଓଙ୍କ ଫାଇଲ ତଳେ ରେଗୁଲରାଇଜେସନ୍ ପ୍ରକ୍ରିୟା । ତେବେ ୭ ଦିନ ମଧ୍ୟରେ ରେଗୁଲରାଇଜେସନ୍ ପକ୍ରିୟା ନହେଲେ ଶିକ୍ଷକମାନେ ରାଜ ରାସ୍ତାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି ସିବିଟି ଶିକ୍ଷକ ସଙ୍ଘ ।

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶିକ୍ଷକ, ତୁରନ୍ତ ରେଗୁଲାର କରିବାକୁ ଦାବି

ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି ଯୋଗୁଁ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ ଘଟିବା ସଙ୍ଗେ ସଙ୍ଗେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାର ଘୋଷଣା ମଧ୍ୟ କରାଗଲା । ୭୦ ହଜାର କର୍ମଚାରୀଙ୍କୁ ନିୟମିତ କରାଗଲା । GA ବିଭାଗ, ଓଡିଶା ଗେଜେଟଙ୍କ ପତ୍ର ଜରିଆରେ ବିଭିନ୍ନ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀମାନେ ନିୟମିତ ହେଉଛନ୍ତି । କିନ୍ତୁ ଶିକ୍ଷା ବିଭାଗର ମେମୋ ହେବା ସତ୍ତ୍ବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମେମୋ ପ୍ରେରଣ ହୋଇନଥିବାରୁ ପ୍ରାୟ ୨୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନିୟମିତ ହେବାରେ ବିଳମ୍ବ ହେଉଛି ।

ତେବେ ସେହି ଶିକ୍ଷା ନିର୍ଦ୍ଦେଶାଳୟର ଜୁନିଅର ଆସିଷ୍ଟାଣ୍ଟ ମାନେ ନିୟମିତ ହୋଇ ସାରିଲେଣି । ଯାହା ହଜାର ହଜାର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମାନସିକ ଦୁଶ୍ଚିନ୍ତା ସ୍ଥିତିରେ ରଖୁଛି । ଏଥିପାଇଁ ଶିକ୍ଷକ ମହଲରେ ଅସେନ୍ତାଷ ଦେଖିବାକୁ ମିଳିଛି । ଏନେଇ ୭ ଦିନ ମଧ୍ୟରେ ରେଗୁଲରାଇଜେସନ୍ ପ୍ରକ୍ରିୟା ନହେଲେ ଶିକ୍ଷକମାନେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.