ETV Bharat / state

Gold Seized: କୁବେର ପୂର୍ବତନ ରେଳ ଅଧିକାରୀ, ଘରୁ ୧୭କେଜି ସୁନା ଜବତ

author img

By

Published : Jan 17, 2023, 4:04 PM IST

ଆୟବର୍ହିଭୂତ ଅଭିଯୋଗ ପରେ ପୂର୍ବତନ ରେଳ ଅଧିକାରୀଙ୍କ ଘରେ ସିବିଆଇ ରେଡ୍‌ । ଚଢାଉ ପରେ ଘରୁ ୧୭ କେଜି ସୁନା ସହ ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: କୁବେର ପୂର୍ବତନ ରେଳ ଅଧିକାରୀ । ଘରୁ ମିଳିଲା ଅଚଳାଚଳ ସମ୍ପତ୍ତି । ପୂର୍ବତନ ପ୍ରିନ୍ସିପାଲ ଚିଫ ଅପରେସନାଲ ମ୍ୟାନେଜର ପି.କେ ଜେନାଙ୍କ ଘରେ CBI ରେଡ୍‌ କରିବା ପରେ ଘରୁ ୧୭ କେଜି ସୁନା ସହ ୨.୫ କୋଟିର ଫିକ୍ସ ଡିପୋଜିଟ ଅର୍ଥ ଜବତ ହୋଇଛି । ବିଭିନ୍ନ ବ୍ୟାଙ୍କରୁ ରେଡ୍‌ ବେଳେ ଏହି ଟଙ୍କା ଜବତ ହୋଇଥିବା ବେଳେ ସିବିଆଇ ଟିମ ଚଢାଉ କରି ବିପୁଳ ପରିମାଣର କାଗଜପତ୍ର ମଧ୍ୟ ଜବତ କରିଥିବା ଜଣାପଡିଛି ।

ଏହି ରେଳ ଅଧିକାରୀଙ୍କ ନାମ ହେଉଛି ପ୍ରମୋଦ କୁମାର ଜେନା । ତାଙ୍କ ଘରୁ ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା ସମେତ ସାଢେ ଆଠ କୋଟିର ୧୭କେଜି ସୁନା, ୨.୫କୋଟିର ଫିକ୍ସ ଡିପୋଜିଟ ମିଳିଛି। ବିପୁଳ ପରିମାଣର କାଗଜ ଜବତ କରିଛି ସିବିଆଇ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏତେ ପରିମାଣର ସମ୍ପତି ଜବତ କରିଛି ସିବିଆଇ । ଏବେ ବି ଚଢ଼ାଉ ଜାରି ରହିଛି । ବିଭିନ୍ନ ବ୍ୟାଙ୍କର ଲକରରୁ ରେଡ ବେଳେ ଏଭଳି ସମ୍ପତ୍ତି ଠାବ କରିଛି ସିବିଆଇ । ତେବେ ଗତ ୪ତାରିଖରେ ଅବସରପ୍ରାପ୍ତ ରେଲୱେ ଅଧିକାରୀଙ୍କ ଘରେ CBI ରେଡ କରିଥିଲା ।

ଏହା ବି ପଢନ୍ତୁ- ଜାଲ କାଗଜପତ୍ର ଦେଖାଇ କୋଟିଏ ଟଙ୍କାର ମଦ ଚୋରାଚାଲାଣ, ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

ଭୁବନେଶ୍ବର ସମେତ ୭ଟି ସ୍ଥାନରେ ଛାନଭିନ ଓ ରେଡ୍‌ କରିଥିଲା। ପରେ ରେଡ୍‌ ସମୟରେ ଧୀରେ ଧୀରେ ତାଙ୍କ ସମ୍ପତ୍ତିର ଖୋଳତାଡ଼ କରୁଛି ସିବିଆଇ। ଭୁବନେଶ୍ବର, କଟକ ସମେତ ଜଗତସିଂହପୁରରେ ରେଡ୍‌ ଜାରି ରଖିଛନ୍ତି ସିବିଆଇ ଅଧିକାରୀ । ଆୟଠାରୁ ଅଧିକ ସମ୍ପତି ଠୁଳ କରିଥିବା ସିବିଆଇ ଖବର ପାଇବା ପରେ ଚଢାଉ ଆରମ୍ଭ କରିଥିଲା । ତାଙ୍କ ପରିବାର ଓ ଅଧିକାରୀଙ୍କ ଆୟ ଅନୁସାରେ ୩କୋଟି ୨୫ଲକ୍ଷ ୨୪ହଜାର ୮୯୩ଟଙ୍କା ହେବା କଥା । ହେଲେ ୪କୋଟି ୨୮ଲକ୍ଷର ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ସିବିଆଇ ।

ତାଙ୍କ ନିକଟରୁ ଜବତ ହୋଇଥିବା ସମ୍ପତ୍ତି ଆୟଠାରୁ ୬୯ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ତେବେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଅଧୀନରେ ଥିବା ଏହି ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତି ଥାଇପାରନ୍ତି। ଯାହାକୁ ଆଧାରକରି ପ୍ରିଭେନସନ ଅଫ କରପସନ୍‌ ଆକ୍ଟରେ ରେଡ୍‌ କରି ତାଙ୍କ ସମ୍ପତ୍ତିର ସୁରାକ ଖୋଜୁଛି । ଏନେଇ ଗତ ୩ତାରିଖରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏନେଇ ତାଙ୍କର ପରିବାର ଲୋକଙ୍କ ରୋଜଗାର ଓ ଆୟକର ଦେଉଥିବା ତଥ୍ୟକୁ ମଧ୍ୟ ଯାଞ୍ଚ କରୁଛି । ପ୍ରମୋଦଙ୍କ ୨ଟି ଝିଅ ଜଣେ ଏକ ଘରୋଇ ବ୍ୟାଙ୍କ ମୁମ୍ବାଇରେ କାମ କରନ୍ତି ଅନ୍ୟଜଣେ ଡାକ୍ତରୀ ପାଠ ପଢ଼ୁଛନ୍ତି । ତାଙ୍କ ପତ୍ନୀ ଜଣେ ଗୃହିଣୀ ବୋଲି ଜାଣିବାକୁ ପାଇଛି ସିବିଆଇ। IRCTCର ୧୯୮୭ବ୍ୟାଚର ଅଫିସର ୧୯୮୯ ମସିହାରେ ଯୋଗ ଦେଇଥିଲେ‌। ସେ ନିକଟରେ କାର୍ଯ୍ୟରୁ ଅବସର ନେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.