ଭୁବନେଶ୍ୱର: ଏମ୍ସରେ ସିବିଆଇ ରେଡ । ଲାଇସେନ୍ସ ଟେଣ୍ଡର ପ୍ରକ୍ରିୟା ନେଇ ଏମ୍ସ ପରିସରରେ ଥିବା ଫାର୍ମା ଷ୍ଟୋରରେ ଛାନଭିନ କରୁଛି ସିବିଆଇ । ଏଥିସହ ଏମ ଏସ ଚୌଧୁରୀ ମେଡିସିନ ଷ୍ଟୋରରେ ଯାଞ୍ଚ କରାଯାଉଛି । ଏମ୍ସ ଟେଣ୍ଡର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରୁଛି ସିବିଆଇ । ଗୁରୁବାର ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇଟି ଟିମରେ ୮ଜଣ ସିବିଆଇ ଅଧିକାରୀ ଏକକାଳୀନ ଭାବେ ଚଢାଉ କରିଥିଲେ । ଔଷଧ ବିତରଣ ପ୍ରକ୍ରିୟାରେ ନେଇ ଯାଞ୍ଚ କରିବା ସହ ଟେଣ୍ଡର ପ୍ରକ୍ରିୟାରେ ବ୍ୟବହୃତ ହୋଇଥିବା ଡକ୍ୟୁମେଣ୍ଟକୁ ଜବତ କରିଛି ସିବିଆଇ ଟିମ୍ ।
ଟେଣ୍ଡର ହସ୍ତାନ୍ତର କରିଥିବା ଏମ୍ସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ପଚରାଉଚରା କରାଯାଇଛି । ଏମ ଏସ ଚୌଧୁରୀ ଔଷଧ ଦୋକାନକୁ ଅହେତୁକ ଅନୁକମ୍ପା ଦେଖାଇ ଟେଣ୍ଡର ଦିଆଯାଇଥିବା ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ସିବିଆଇ ପକ୍ଷରୁ ଛାନଭିନ କରାଯାଇଥିଲା । ସେହି ଅଭିଯୋଗ ନେଇ ସିବିଆଇ ଟିମ୍ ଯାଞ୍ଚ କରୁଛି ।
ତେବେ ପୂର୍ବରୁ ଏହି ମେଡିସିନ ଫାର୍ମା ଷ୍ଟୋର ନାଁରେ ଏକ ମାମଲାରେ ବୁର୍ଲାରେ ଏସଡିଜେଏମ କୋର୍ଟରେ କେସ ଚାଲିଛି । ଏହି ସମୟରେ ଫାର୍ମା ଷ୍ଟୋରକୁ କିପରି ଡ୍ରଗ କଣ୍ଟ୍ରୋଲର ଅନୁମତି ମିଳିଲା ଓ କିପରି ଆଉ ଏକ ଟେଣ୍ଡର ପାଇଁ ଆବେଦନ ପାଇଁ ଆବଶ୍ୟକୀୟ ଅନୁମତି ମିଳିଥିଲା ସେନେଇ ଯାଞ୍ଚ କରାଯାଉଛି । ଏଥିସହ ଏମ୍ସ ଭୁବନେଶ୍ୱରର ଟେଣ୍ଡର ହାତେଇବାରେ କିପରି ସହାୟକ ହୋଇଥିଲା ସେ ନେଇ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଯାଞ୍ଚ କରୁଛି ସିବିଆଇ ।
ସେହିପର ସେହି ଫାର୍ମା ଷ୍ଟୋରରେ କାମ କରୁଥିବା କର୍ମଚାରୀମାନଙ୍କର ଦରମା କିପରି ଦିଆଯାଉଥିଲା । ଏପରିକି କର୍ମଚାରୀମାନଙ୍କୁ ଇପିଏଫ ବା ଇଏସଆଇ ଦିଆଯାଉଥିଲା କି ନାହିଁ । ସଠିକ ଭାବେ ଡକୁମେଣ୍ଟ ମେଣ୍ଟେନ କରାଯାଉଥିଲା କି ନାହିଁ, ସେ ଦିଗରେ ମଧ୍ୟ ଅନେକ ତଥ୍ୟ ସଂଗ୍ରହ କରାଯାଇଛି । ସିବିଆଇ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ଏବେ ସିବିଆଇ ଅଧିକାରୀ ତମାମ ଦିଗକୁ ନେଇ ଯାଞ୍ଚ କରୁଛନ୍ତି ।
ପ୍ରଥମେ ଫାର୍ମା ଲାଇସେନ୍ସ ପାଇଥିବା ଷ୍ଟୋରର ସମସ୍ତ ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯାଉଛି । ଫାର୍ମା ଷ୍ଟୋର କରିବା ପାଇଁ ଯାହା ଯାହା ଆବଶ୍ୟକୀୟ ଡକୁମେଣ୍ଟ ଦରକାର ଯେପରିକି ଫାର୍ମା ଲାଇସେନ୍ସ ଠାରୁ ଆରମ୍ଭ କରି ଟିନ୍ ସାର୍ଟିଫିକେଟ ଓ ଟ୍ରେଡିଂ ଲାଇସେନ୍ସ ଓ ଏମ୍ସରେ ଟେଣ୍ଡର ପାଇଁ କଣ ଆବଶ୍ୟକୀୟ କାଗଜପତ୍ର ରହିଥିଲା । ବାର୍ଷିକ କାରବାର କେତେ ସେ ସବୁ ଦିଗକୁ ନେଇ ଯାଞ୍ଚ କରାଯାଉଛି । ଏପରିକି ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇଁ କିଭଳି ପାଇଥିଲେ । ଏନେଇ କେଉଁ କେଉଁ ଅଫିସରେ କେଉଁ ଅନୁମତି ମିଳିଥାଏ ସେ ଦିଗରେ ମଧ୍ୟ ଯାଞ୍ଚ ଚାଲିଛି । ତେବେ ଏମ୍ସରେ ଥିବା ଟେଣ୍ଡର ଡିଷ୍ଟ୍ରିବ୍ୟୁଟ କରିଥିବା ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର